ଲକ୍ଷ୍ନୌ: ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଜରିଆରେ ଭବ୍ୟ ସମ୍ବର୍ଦ୍ଧନା ଓ ସମ୍ବୋଧନ ଦିଆଯାଇଛି । ଅଭିଭାଷଣ ପରେ ବର୍ତ୍ତମାନ ଟ୍ରମ୍ପ ବିଶ୍ବର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ତାଜମହଲ ପରିଭ୍ରମଣ ପାଇଁ ଆଗ୍ରାରେ ପହଞ୍ଚିଛନ୍ତି । ଏବେ ରାଷ୍ଟ୍ରପତି ଟ୍ରମ୍ପ ସପରିବାର ତାଜମହଲ ପରିଭ୍ରମଣ କରୁଛନ୍ତି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମାଲେନିଆ ଟ୍ରମ୍ପ ସପରିବାର ପ୍ରେମର ପ୍ରତୀକ ତାଜମହଲ ପରିଦର୍ଶନ କରୁଛନ୍ତି । ଏଥିପାଇଁ ଆଗ୍ରା ସମେତ ତାଜମହଲ ପରିସରରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଆଗ୍ରାରେ ପହଞ୍ଚିବା ପରେ ଟ୍ରମ୍ପଙ୍କୁ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ସ୍ବାଗତ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ