ETV Bharat / bharat

ଭାରତ ସହ ଆମେରିକାର ରହିଛି ଭଲ ସମ୍ପର୍କ: ହ୍ବାଇଟ ହାଉସ - white house

କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମନ୍ତବ୍ୟ ପରେ ଜବାବ ଦେଇଛି ହ୍ବାଇଟ ହାଉସ । ଭାରତ ସହ ଭଲ ସମ୍ପର୍କ ରହିଛି । ଏହା ଆଉ ଆଗକୁ ମଧ୍ୟ ରହିବ ବୋଲି ହ୍ବାଇଟ ହାଉସ କହିଛି ।

ଫାଇଲ ଫଟୋ
author img

By

Published : Jul 26, 2019, 12:11 PM IST

ୱାଂଶିଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ସରକାରଙ୍କ ସହିତ ଆମେରିକାର ସମ୍ପର୍କ ଭଲ ରହିଛି । ଆଉ ଆଗକୁ ମଧ୍ୟ ଏହା ସୁଦୃଢ ରହିବ । ଏକ ସାମ୍ବାଦିକ ସମ୍ମିଳନୀରେ ହ୍ବାଇଟ ହାଉସର କାଉନସେଲର କେଲ୍ଲିୟାନ୍ନେ କନୱେ ଦୁଇ ଦେଶର ସମ୍ପର୍କ ବିଷୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି ।

କାଶ୍ମୀର ସମସ୍ୟାରେ ଟ୍ରମ୍ପଙ୍କୁ ମଧ୍ୟସ୍ଥତା କରିବା ନେଇ ମୋଦିଙ୍କ ପ୍ରସ୍ତାବକୁ ଭାରତ ଖଣ୍ଡନ କରୁଥିବା ନେଇ ପ୍ରଶ୍ନ ପଚରା ଯିବାରୁ ଏଭଳି ଉତ୍ତର ରଖିଛି ହ୍ବାଇଟ ହାଉସ । ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକା ଗସ୍ତରେ ଯାଇଥିବା ବେଳେ କାଶ୍ମୀର ସମସ୍ୟା ନେଇ ଟ୍ରମ୍ପଙ୍କୁ ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଥିଲେ । ଯାହାର ଉତ୍ତରରେ ଟ୍ରମ୍ପ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜାପାନରେ ଅନୁଷ୍ଠିତ ଜି-20 ସମ୍ମିଳନୀରେ ତାଙ୍କୁ ଏହି ସମାନ କଥା କହିଥିଲେ ।

ତେବେ ଟ୍ରମ୍ପଙ୍କ ବୟାନକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଖାରଜ କରିଥିଲା । ଏହାସହିତ ରାଜ୍ୟ ସଭାରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏହାର ସଫେଇ ଦେଇ କହିଥିଲେ ଯେ ମୋଦି କେବେ ହେଲେ ଏଭଳି ପ୍ରସଙ୍ଗକୁ ନେଇ ଟ୍ରମ୍ପଙ୍କୁ କୌଣସି ପ୍ରକାରର ସହାୟତା ମାଗିନାହାନ୍ତି ।

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.