ETV Bharat / bharat

ବିଶ୍ବରେ ବଢୁଛି କୋରୋନା ପାଦ୍ରୁଭାବ, 71.48 ଲକ୍ଷରେ ପହଁଞ୍ଚିଲା ଆକ୍ରାନ୍ତ ସଂଖ୍ୟା

ହୁ ହୁ ହୋଇ ବଢୁଛି ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। 24 ଘଣ୍ଟାରେ 66,342 ଟି ନୂଆ ମାମଲା ଚିହ୍ନଟ ହୋଇଛି। ଯାହାକୁ ମିଶାଇ ଏବେ ସୁଦ୍ଧା ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 71.13 ଲକ୍ଷକୁ ବୃଦ୍ଧି ପାଇଛି।

author img

By

Published : Jun 9, 2020, 9:31 AM IST

ବିଶ୍ବରେ ବଢୁଛି କୋରୋନା ପାଦ୍ରୁଭାବ, 71.48 ଲକ୍ଷରେ ପହଁଞ୍ଚିଲା ଆକ୍ରାନ୍ତ ସଂଖ୍ୟା
ବିଶ୍ବରେ ବଢୁଛି କୋରୋନା ପାଦ୍ରୁଭାବ, 71.48 ଲକ୍ଷରେ ପହଁଞ୍ଚିଲା ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ: ବିଶ୍ବରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୱାର୍ଲ୍ଡମିଟର ୱେବସାଇଟର ତଥ୍ୟ ଅନୁଯାୟୀ ଗୋଟିଏ ଦିନରେ 66,342 ଟି ନୂଆ ମାମଲା ଚିହ୍ନଟ ହୋଇଛି। ଯାହାକୁ ମିଶାଇ ଏବେ ସୁଦ୍ଧା ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 71.48 ଲକ୍ଷକୁ ବୃଦ୍ଧି ପାଇଛି।

ସେହିପରି ଆମେରିକାରେ ସୋମବାର କୋରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 10 ହଜାର ପାର କରିଛି। ବିଶ୍ବର ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିବା ଏହି ଦେଶ 24 ଘଣ୍ଟାରେ 6,883ଟି ନୂଆ ମାମଲା ରେକର୍ଡ କରିଛି। 2,409 ନୂଆ ମୃତ୍ୟୁ ସହିତ, ୱୁହାନ (ଚୀନ୍) ରେ ପ୍ରଥମେ ଚିହ୍ନଟ ଭାଇରସରେ ମୃତ୍ୟୁ ସଂଖ୍ୟା 4,07,492 କୁ ବୃଦ୍ଧି ପାଇଛି। ସେହିପରି ସଂକ୍ରମଣର ଦ୍ୱିତୀୟ ସ୍ଥାନରେ ବ୍ରାଜିଲ ରହିଥିବା ବେଳେ 6.94 ଲକ୍ଷ କୋରୋନାଭାଇରସ୍ ନିଶ୍ଚିତ କରିଛି। ସୋମବାର ବ୍ରାଜିଲରେ 2,154 ଟି ନୂଆ ମାମଲା ସୃଷ୍ଟି ହୋଇଥିଲା।

ତୃତୀୟ ସ୍ଥାନରେ ଋଷ ସୋମବାର ସର୍ବାଧିକ ମାମଲା ରିପୋର୍ଟ କରିଛି। ଋଷର ମୋଟ ଗଣନା 8,985 ବୃଦ୍ଧି ହୋଇ 4.76 ଲକ୍ଷରେ ପହଞ୍ଚିଛି। ଏହାସହ 2.88 ଲକ୍ଷ ମାମଲା ଥିବା ସ୍ପେନ ବିଶ୍ୱର ଚତୁର୍ଥ ପ୍ରଭାବିତ ଦେଶ ହୋଇଛି।

ଅନ୍ୟପଟେ 2.87 ଲକ୍ଷ ମାମଲା ସହ ବ୍ରିଟେନ ହେଉଛି ପଞ୍ଚମ କ୍ଷତିଗ୍ରସ୍ତ ଦେଶ। ବ୍ରିଟେନ ଖୁବଶୀଘ୍ର ଏହି ତାଲିକାରେ ସ୍ପେନକୁ ପଛରେ ପକାଇବ। ଟପ୍ -10 ତାଲିକାରେ ଇଟାଲୀ (2.35 ଲକ୍ଷ), ପେରୁ (1.96 ଲକ୍ଷ), ଜର୍ମାନୀ (1.86 ଲକ୍ଷ) ଏବଂ ଇରାନ (1.73 ଲକ୍ଷ) ଅନ୍ୟ ଦେଶ ରହିଛି। ଏହି ବିଶ୍ୱ ମହାମାରୀରେ ଇଟାଲୀ (33,964), ଫ୍ରାନ୍ସ (29,209) ଏବଂ ସ୍ପେନ୍ (27,136) ମଧ୍ୟ ଗୁରୁତର ପ୍ରଭାବିତ ହୋଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.