ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷ ବେଳେ ଧ୍ବଂସ ହୋଇ ନଥିଲା ପାକିସ୍ତାନୀ ଯୁଦ୍ଧ ବିମାନ ଏଫ-୧୬ । ଯାହାର ଦାବି କରିଛି ଆମେରିକାର ଏକ ପ୍ରତିଷ୍ଠିତ ପତ୍ରିକା 'ଫରେନ ପଲିସି' । ଏହି ପତ୍ରିକାର ରିପୋର୍ଟ ଅନୁସାରେ ଆମେରିକା ପ୍ରତିରକ୍ଷା ବିଭାଗର ଅଧିକାରୀମାନେ ନିକଟ ଅତୀତରେ ପାକିସ୍ତାନରେ ଏଫ-୧୬ ଯୁଦ୍ଧ ବିମାନର ଗଣନା କରିଛନ୍ତି ଓ ଏହାର ସଂଖ୍ୟାରେ କୌଣସି ଅଭାବ ନାହିଁ ।
ଆମେରିକୀୟ ପତ୍ରିକା ଅନୁସାରେ, ଦୁଇ ବରିଷ୍ଠ ଆମେରିକୀୟ ଅଧିକାରୀ କହିଛନ୍ତି ଯେ ସେମାନେ ନିକଟ ଅତୀତରେ ଏଫ-୧୬ ବିମାନର ନିରକ୍ଷଣ କରିଛନ୍ତି ଓ ଏହି ବିମାନ ସବୁ ସୁରକ୍ଷିତ ରହିଛି । ଭାରତ-ପାକ ମଧ୍ୟରେ ବିବାଦ ଯୋଗୁଁ କିଛି ବିମାନକୁ ତତତ୍କାଳ ତଦନ୍ତ ପାଇଁ ଉପଲବ୍ଧ କରାଯାଇ ନଥିଲା । ଏଥିପାଇଁ ଗଣତିରେ କିଛି ସପ୍ତାହର ସମୟ ଲାଗିଯାଇଛି ।
ଏଫ-୧୬ର ଗଣନା ପାଇଁ ପାକିସ୍ତାନ ଆମେରିକାର ପ୍ରତିରକ୍ଷା ବିଭାଗର ଅଧିକାରୀଙ୍କୁ ଆମନ୍ତ୍ରଣ କରିଥିଲା । ଏହି ରିପୋର୍ଟରେ କୁହାଯାଇଛି ଯେ ସମ୍ଭବତଃ ମିଗ-୨୧ ବିମାନ ଉଡାଉଥିବା ପାଇଲଟ ଅଭିନନ୍ଦନ ପାକିସ୍ତାନୀ ଏଫ-୧୬କୁ ଟାର୍ଗେଟ କରିଥିଲେ । ଫାୟାର ମଧ୍ୟ କରାଯାଇଥିଲା ଓ ଠିକ ସ୍ଥାନରେ ଟାର୍ଗେଟ କରାଯାଇଥିଲା ମଧ୍ୟ ସ୍ବୀକାର କରିଥିଲେ । କିନ୍ତୁ ପାକିସ୍ତାନରେ ଆମେରିକା ଅଧିକାରୀଙ୍କ ଦ୍ବାରା ତଦନ୍ତ ନୂଆଦିଲ୍ଲୀର ଦାବି ଉପରେ ସନ୍ଦେହ ସୃଷ୍ଟି କରୁଛି । ଏମିତି ଲାଗୁଛି ଭାରତୀୟ ଅଧିକାରୀମାନେ ସେହି ଦିନ କଣ ଘଟିଥିଲା ତାହା ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ମିଛ କହୁଛନ୍ତି ବୋଲି ରିପୋର୍ଟରେ ଦାବି କରାଯାଇଛି ।