ETV Bharat / bharat

UPSC ରେଜଲ୍ଟ ପ୍ରକାଶିତ: ଟପ୍‌-10ରେ 2 ଓଡିଆ, ଶୁଭେଚ୍ଛା ଜଣାଇଲେ ନବୀନ ଓ ଧର୍ମେନ୍ଦ୍ର - ୟୁପିଏସ ରେଜଲ୍ଟ ପ୍ରକାଶ

ୟୁନିଅନ ପବ୍ଲିକ ସର୍ଭିସ କମିଶନ ବା ୟୁପିଏସସି ରେଜଲ୍ଟ ପ୍ରକାଶ ପାଇଛି । ମୋଟ 829ଜଣ କୃତକାର୍ଯ୍ୟ । ଟପ୍‌ 10‌ରେ ୨ ଜଣ ଓଡ଼ିଆ । ଅଷ୍ଟମ ସ୍ଥାନରେ ଓଡ଼ିଶାର ଅଭିଷେକ ସରାଫ । ଦଶମ ସ୍ଥାନରେ ଓଡ଼ିଶାର ସଞ୍ଜିତା ମହାପାତ୍ର । ଉଭୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରକାଶ ପାଇଲା UPSC ରେଜଲ୍ଟ, ଟପ 10ରେ ଦୁଇ ଓଡିଆ

author img

By

Published : Aug 4, 2020, 1:32 PM IST

Updated : Aug 4, 2020, 8:03 PM IST

ୟୁନିଅନ ପବ୍ଲିକ ସର୍ଭିସ କମିଶନ ବା ୟୁପିଏସସି-2019 ରେଜଲ୍ଟ ପ୍ରକାଶିତ । ପ୍ରଦୀପ ସିଂ ଆଇଏଏସ ପରୀକ୍ଷାରେ ଟପ୍ପର ହୋଇଛନ୍ତି । ଦ୍ବିତୀୟରେ ଜତିନ କିଶୋର ଓ ତୃତୀୟ ସ୍ଥାନରେ ପ୍ରତିଭା ବର୍ମା ରହିଛନ୍ତି । ଚଳିତ ବର୍ଷ ମୋଟ 829 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ଥର ୟୁପିଏସସି ପରୀକ୍ଷାରେ ଓଡିଆ ପୁଅ ଝିଅ ବି ବାଜି ମାରି ନେଇଛନ୍ତି । ଟପ୍‌ 10‌ରେ ୨ ଜଣ ଓଡ଼ିଆଙ୍କ ନାଁ ମଧ୍ୟ ରହିଛି । ଅଷ୍ଟମ ସ୍ଥାନରେ ଓଡ଼ିଶାର ଅଭିଷେକ ସରାଫ । ଦଶମ ସ୍ଥାନରେ ଓଡ଼ିଶାର ସଞ୍ଜିତା ମହାପାତ୍ର ରହିଛନ୍ତି ।

107 ତମ ରାଙ୍କରେ ଅଶୁମାନ ରାଜ, 120 ରାଙ୍କରେ ଅନୁପ ଦାସ, 125 ତମ ସ୍ଥାନରେ ନାୱାଲ କୁମାର ଜୈନ ରହିଛନ୍ତି । 202 ସ୍ଥାନରେ ରାହୁଲ ମିଶ୍ର, 225ରେ ହେମା ନାୟକ, 229ରେ ଆର୍ଶୀ ଦାସ, ଅଙ୍କିତ ଶଙ୍କର ମିଶ୍ର 294 ରାଙ୍କ ଅଧିକାର କରିଛନ୍ତି ।

ଆଇଏଏସ ଟପ୍ପର ପରେ ରାହୁଲ ଗୋଏଲଙ୍କ ପ୍ରତିକ୍ରିୟା

ସେହିପରି ସୋନାଲି ମିଶ୍ର 300 ରାଙ୍କରେ, ଦିବ୍ୟା ମିଶ୍ର 312ରେ, 361 ରାଙ୍କରେ ଅର୍ଘ୍ୟ ପଟ୍ଟନାୟକ, 168ରେ ରାହୁଲ ଗୋଏଲ, ଜୁବିନ ମହାପାତ୍ର 379 ରାଙ୍କରେ ରହିବା ସହ ସମୀର କୁମାର ଜେନା 441 ରାଙ୍କରେ ରହିଛନ୍ତି ।

ଆଇଏଏସ ଟପ୍ପର ପରେ ଅଙ୍କିତ ଶଙ୍କର ମିଶ୍ରଙ୍କ ପ୍ରତିକ୍ରିୟା

ମାନସ ରଞ୍ଜନ ସାହୁ 567 ରାଙ୍କରେ ରହିବା ସହ ଶିବମ ମିଶ୍ର 712 ରାଙ୍କରେ, ଓମ ପ୍ରସାଦ ମହାନ୍ତି 715 ରାଙ୍କରେ ରହିବା ସହ ବିଭୂତି ଭୂଷଣ ନାୟକ ରାଙ୍କ 819 ରହିଛି ।

ସେପଟେ ୟୁପିଏସସିରେ ସଫଳତା ହାସଲ କରିଥିବା ସମସ୍ତ ଓଡିଆ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତର କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ତୃଣମୂଳ ସ୍ତରରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସେମାନେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରନ୍ତୁ ବୋଲି କହିଛନ୍ତି ।

upsc-civil-services-final-result-2019-announced-all-toppers-list
UPSC ଟପ 10ରେ ସଫଳ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଶୁଭେଚ୍ଛା

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସିଭିଲ ସର୍ଭିସ ପରୀକ୍ଷାରେ କୃତି ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଟପ୍ 10ରେ ସ୍ଥାନ ହାସଲ କରିଥିବା ଅଭିଷେକ ସରାଫ ଏବଂ ସଞ୍ଜିତା ମହାପାତ୍ରଙ୍କ ସଫଳତାକୁ ନେଇ ଖୁସି ପ୍ରକାଶ କରିଛନ୍ତି ।

UPSC ଟପ 10ରେ ସଫଳ ପ୍ରାର୍ଥୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଶୁଭେଚ୍ଛା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 4, 2020, 8:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.