ETV Bharat / bharat

ମୁଜାଫରନଗର, ଶାମଲିରେ ସିଲ ହେଲା ସୀମା - ମୁଜାଫରନଗର, ଶାମଲିରେ ସିଲ ହେଲା ସୀମା

ପବିତ୍ର ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । କୋରୋନା ସଂକ୍ରମଣକୁ ଦୃଷ୍ଚିରେ ରଖି କାଉଡିଆମାନଙ୍କ ପ୍ରବେଶ ନିଷେଧ କରିବାକୁ ଏହି ସିଲ କରାଯାଇଛି ।

ମୁଜାଫରନଗର, ଶାମଲିରେ ସିଲ ହେଲା ସୀମା
ମୁଜାଫରନଗର, ଶାମଲିରେ ସିଲ ହେଲା ସୀମା
author img

By

Published : Jul 7, 2020, 12:59 PM IST

ଲକ୍ଷ୍ନୌ : ସୋମବାର ଠାରୁ ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ କାଉଡିଆ ଯାତ୍ରାକୁ ରୋକ ଲଗାଇଥିଲେ ଉତ୍ତରପ୍ରଦେଶ ସରକାର । କେବଳ ସେତିକି ନୁହେଁ ସୋମବାର ଠାରୁ ପଡୋଶୀ ରାଜ୍ୟ ଉତ୍ତରାଖଣ୍ଡ ଓ ହରିୟାଣାର ସୀମାକୁ ମଧ୍ୟ ସିଲ କରିଦିଆଯାଇଛି । ଉତ୍ତରପ୍ରଦେଶର ମୁଜାଫରନଗର ଏବଂ ଶାମଲିର ଅଧିକାରୀମାନେ କୋରୋନା ସଂକ୍ରମଣ ପାଇଁ ସୀମା ବନ୍ଦ କରିଛନ୍ତି ।

କାଉଡିଆ ଯାତ୍ରା ପାଇଁ ଶ୍ରଦ୍ଧାଳୁମାନେ ଗଙ୍ଗା ନଦୀର ପବିତ୍ର ଜଳ ଆଣିବା ପାଇଁ ଭକ୍ତମାନେ ଉତ୍ତରାଖଣ୍ଡର ହରିଦ୍ୱାର, ଗାମୁଖ ଏବଂ ଗଙ୍ଗୋତ୍ରୀ ଏବଂ ବିହାରର ସୁଲତାନଗଞ୍ଜ ଯାଇଥାନ୍ତି । ଅଧିକାରୀମାନେ କହିଛନ୍ତି ଯେ, କାଉଡିଆ ମାନେ ଜିଲ୍ଲାକୁ ଯେମିତି ପ୍ରବେଶ ନ କରିବେ ସେଥିପାଇଁ ଉତ୍ତରାଖଣ୍ଡ ଓ ହରିୟାଣା ସହିତ ମୁଜାଫରନଗର ଏବଂ ଶାମଲିର ସୀମାକୁ ସିଲ୍ କରାଯାଇଛି ।

ଦିଲ୍ଲୀ-ହରିଦ୍ୱାର ଜାତୀୟ ରାଜପଥରେ ଏବଂ ଉତ୍ତରାଖଣ୍ଡ ସୀମାରେ ଥିବା ଅନ୍ୟାନ୍ୟ ସ୍ଥାନରେ ପଚାଶଟି ଚେକପଏଣ୍ଟ ସ୍ଥାପନ କରାଯାଇଛି । ଏନେଇ ବରିଷ୍ଠ ପୋଲିସ ଅଧୀକ୍ଷକ ମୁଜାଫରନଗର ଅଭିଷେକ ଯାଦବ ସୋମବାର ଗଣମାଧ୍ୟମକୁ କହିଛନ୍ତି। ସେମାନଙ୍କୁ ହରିଦ୍ୱାରକୁ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

ଶାମଲିରେ ପାନିପାଟ-ଖତିମା ରାଜପଥରେ ଯମୁନା ବ୍ରିଜକୁ ପୋଲିସ ସିଲ୍ କରିଛି ବୋଲି ଅଧିକାରୀମାନେ କହିଛନ୍ତି। ସୋମବାର ପୂର୍ବରୁ ଶ୍ୟାମଲି ଏବଂ ପାନିପାଟର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ମଧ୍ୟରେ ଏକ ବୈଠକ ବେଳେ ହରିୟାଣା ଏବଂ ରାଜସ୍ଥାନରୁ ଆସୁଥିବା କାଉଡିଆଙ୍କୁ ଶାମଲିରେ ପ୍ରବେଶ ନକରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠରେ ଦୁଇ ଜିଲ୍ଲାର ପୋଲିସ ଅଧିକାରୀ ଯୋଗ ଦେଇଥିଲେ ।

ଗତ ମାସରେ, ଉତ୍ତରପ୍ରଦେଶ,ଏବଂ ହରିୟାଣାର ମୁଖ୍ୟମନ୍ତ୍ରୀ କୋଭିଡକୁ ବ୍ୟାପିବାରୁ ରୋକିବାକୁ ଚଳିତ ବର୍ଷ କାଉଡିଆ ଯାତ୍ରା ବାତିଲ କରିବାକୁ ସହମତି ପ୍ରକାଶ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.