ETV Bharat / bharat

10 ଗୁଣା କୋରୋନା ପରୀକ୍ଷଣ ବୃଦ୍ଧି ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତି

କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ 10 ଗୁଣା ପରୀକ୍ଷା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ୟୁପି ସରକାର । ଅଧିକ ସୂଚନା ପାଇଁ ପଢନ୍ତୁ ...

corona testing facilities in UP
ଉତ୍ତରପ୍ରଦେଶ କୋରୋନା ସଂକ୍ରମଣ
author img

By

Published : Apr 19, 2020, 1:33 PM IST

ଲକ୍ଷ୍ନୌ: ବର୍ତ୍ତମାନ ଠାରୁ ପ୍ରାୟ ଦଶ ଗୁଣା କୋରୋନା ଭାଇରସ ପରୀକ୍ଷାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତରପ୍ରଦେଶ ଯୋଗୀ ସରକାର । ରାଜ୍ୟ ବର୍ତ୍ତମାନ ଦିନକୁ ପ୍ରାୟ 3,200 କରୋନା ସଂକ୍ରମଣ ପରୀକ୍ଷା କରୁଛି। ଏହାକୁ ଦୃଷ୍ଟିରେ ରଖି ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏସଜିପିଆଇଏମ) ମଧ୍ୟ ଏହାର ପରୀକ୍ଷା କ୍ଷମତାକୁ ଅଢେଇ ଗୁଣ ବୃଦ୍ଧି କରିବ ବୋଲି କହିଛନ୍ତି ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଆର.କେ ଧିମାନ ।

ସେ କହିଛନ୍ତି ଭାଇରସ ପରୀକ୍ଷା ପାଇଁ କୌଶଳ ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ଅଟେ । ୟୁପି ସରକାର ପରୀକ୍ଷାକୁ ଆହୁରି ଗତି ଦେବାକୁ ପଦକ୍ଷେପ ନେଉଛନ୍ତି । ବର୍ତ୍ତମାନ ସ୍ଥିତିରେ ଏହାକୁ ଦଶଗୁଣ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏସପିଜିଆଇ ମଧ୍ୟ ନମୁନା ପରୀକ୍ଷଣ ପାଇଁ ଯତ୍ନବାନ ଅଛି । ସେହିଭଳି ଏସପିଜିଆଇ ଗୋଟିଏ ଦିନରେ 400 ନମୁନା ପରୀକ୍ଷା କରିପାରିବ କିନ୍ତୁ ଖୁବ ଶୀଘ୍ର ପ୍ରତିଦିନ 1000 ପରୀକ୍ଷା କରିବ ବୋଲି ପ୍ରଫେସର ଧିମାନ କହିଛନ୍ତି।

ମେଡିକାଲ କଲେଜ ଏବଂ ସରକାରୀ ଡାକ୍ତରଖାନା ପାଇଁ ଏସପିଜିଆଇ ଏକ 24 ଘଣ୍ଟିଆ ଟେଲି ମେଡିସିନ ସୁବିଧା ମଧ୍ୟ ଚଳାଉଛି | ଏସପିଜିଆଇ ନିଜ ବଡ ଭାଇର ଭୂମିକା ତୁଲାଉଛୁ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅସୁବିଧା ଦୂର କରିବା ପାଇଁ ଆମ ଦଳ 24x7 ଟେଲି ମେଡିସିନ ହେଲ୍ପଲାଇନ ଚଳାଉଛି। ଏହା ଛଡା ୱାଟ୍ସଅପ ଏବଂ ଜୁମ୍ ଭଳି ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ଆମେ ସେବା ଯୋଗାଇ ଦେଉଛୁ ବୋଲି ପ୍ରଫେସର ଧିମାନ କହିଛନ୍ତି । ସୁରକ୍ଷା ଓ ପ୍ରୋଟୋକଲଗୁଡିକ ଅନୁସରଣ କରି କୋବିଡ-19 ସଂକ୍ରମିତଙ୍କ ଚିକିତ୍ସା ପରିଚାଳନା ପାଇଁ ଅନୁଷ୍ଠାନ ପକ୍ଷରୁ ସ୍ବାସ୍ଥ୍ୟ କର୍ମୀଙ୍କୁ ମଧ୍ୟ ତାଲିମ ଦେଉଛୁ ବୋଲି ଏସପିଜିଆଇ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.