ETV Bharat / bharat

ରାମ ମନ୍ଦିର ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ସାମ୍ବାଦିକ ଗିରଫ

author img

By

Published : Aug 19, 2020, 6:16 PM IST

ରାମ ମନ୍ଦିର ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ନେଇ ଉତ୍ତରପ୍ରଦେଶର ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ରାମ ମନ୍ଦିର ବିରୋଧରେ ଆପତ୍ତିଜନକ ପୋଷ୍ଟ, ସାମ୍ବାଦିକଙ୍କୁ ଗିରଫ କଲା ୟୁପି ପୋଲିସ

ଲକ୍ଷ୍ନୌ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଥିବା ଭବ୍ୟ ରାମ ମନ୍ଦିର ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ନେଇ ଉତ୍ତର ପ୍ରଦେଶର ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ମଧ୍ୟ ଉତ୍ତରପ୍ରଦେଶ ସରକାର ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଏହି ଅଭିଯୁକ୍ତ ସାମ୍ବାଦିକ ଗିରଫ ହୋଇଥିଲେ ।

ଅଭିଯୁକ୍ତ ସାମ୍ବାଦିକ ପ୍ରଶାନ୍ତ କନୋଜିଆଙ୍କୁ ମଙ୍ଗଳବାର ଦିଲ୍ଲୀରୁ ଗିରଫ କରାଯାଇଥିବା ସେଣ୍ଟ୍ରାଲ ଡିସିପି ସୋମେନ ବର୍ମା ସୂଚନା ଦେଇଛନ୍ତି । ଗିରଫ ସାମ୍ବାଦିକଙ୍କ ବିରୋଧରେ ହଜରତଗଞ୍ଜ ଥାନାରେ ଅଗଷ୍ଟ 17ରେ ଏତଲା ଦାଏର ହୋଇଥିଲା । ତେବେ ସେ ହିନ୍ଦୁସେନା ମୁଖ୍ୟଙ୍କ କହିବା ଅନୁଯାୟୀ ସେ ଏପରି କରିଥିବା କହିଛନ୍ତି । ଅନ୍ୟପକ୍ଷେ ଏହାକୁ ହିନ୍ଦୁସେନା ଖଣ୍ଡନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.