ETV Bharat / bharat

ଆଦିତ୍ୟନାଥଙ୍କୁ ନାବାଳକର ହତ୍ୟା ଧମକ

ଆଦିତ୍ୟନାଥଙ୍କ ସହ କାନପୁରରେ 8 ଜଣ ପୋଲିସ କର୍ମୀଙ୍କୁ ହତ୍ୟା କରିଥିବା ବିକାଶ ଦୁବେକୁ ମଧ୍ୟ ଜୀବନରୁ ମାରିଦେବାର ଧମକ ଦିଆଯାଇଛି । ଯାଞ୍ଚ କରି ପୋଲିସ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରକୁ ଗିରଫ କରିଛି । ଅଧିକ ପଢନ୍ତୁ...

ଆଦିତ୍ୟନାଥଙ୍କୁ ନାବାଳକର ହତ୍ୟା ଧମକ
ଆଦିତ୍ୟନାଥଙ୍କୁ ନାବାଳକର ହତ୍ୟା ଧମକ
author img

By

Published : Jul 7, 2020, 9:48 PM IST

ଲକ୍ଷ୍ନୌ: ପୁଣିଥରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳିଛି । 112 ଡାଏଲ ନମ୍ବରର ହ୍ବାଟ୍ସଆପରେ ଆଦିତ୍ୟନାଥଙ୍କୁ ମାରିଦେବାର ଧମକ ମେସେଜ ଆସିଛି । ଏହାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ ପରେ ଜଣେ ନାବାଳକ ଏହି ଧମକ ଦେଇଥିବା ଜଣାପଡିଛି ।

ଆଦିତ୍ୟନାଥଙ୍କ ସହ କାନପୁରରେ 8 ଜଣ ପୋଲିସ କର୍ମୀଙ୍କୁ ହତ୍ୟା କରିଥିବା ବିକାଶ ଦୁବେକୁ ମଧ୍ୟ ଜୀବନରୁ ମାରିଦେବାର ଧମକ ଦିଆଯାଇଛି । ଏନେଇ ମାମଲା ରୁଜୁ ହୋଇଥିବା ମୋହନଲାଲଗଞ୍ଜ ଏସପି ଡା. ସଞ୍ଜୀବ ସିହ୍ନା ସୂଚନା ଦେଇଛନ୍ତି । ସୁଶାନ୍ତ ଗଲ୍ଫ ସିଟି ଥାନାରେ ଏହି ମାମଲା ରୁଜୁ ହୋଇଛି । ତଦନ୍ତରୁ ଜଣାପଡିଛି ଯେ ଏହି ମେସେଜ କାନପୁରରୁ ପଠାଯାଇଛି । ଏହାପରେ ଯାଞ୍ଚ କରି ପୋଲିସ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରକୁ ଏହି ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଗିରଫ କରିଛି ।

ମଙ୍ଗଳବାର ଅପରାହ୍ନରେ ଗିରଫ ପରେ ନାବାଳକକୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି । ମାମଲାର ଶୁଣାଣି ଜାରି ରହିଛି । ପୋଲିସ ଛାତ୍ର ପାଖରୁ ମେସେଜ କରିଥିବା ମୋବାଇଲ ଜବତ କରିଛି । ଏହାପୂର୍ବରୁ ମେ 21 ରାତି ସାଢେ 12ଟାରେ ମଧ୍ୟ ୟୁପି ପୋଲିସର 112 ମୁଖ୍ୟାଳୟ ନମ୍ବରରେ ହତ୍ୟା ଧମକ ମେସେଜ ଆସିଥିଲା । ଏଥିରେ ବୋମା ଦ୍ବାରା ଆଦିତ୍ୟନାଥଙ୍କୁ ମାରିଦେବାର ଧମକ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.