ETV Bharat / bharat

ଚାଷୀଙ୍କ ସମସ୍ୟା ବୁଝିବେ ଯୋଗୀ, ଜାରି ହେବ ହେଲ୍ପଲାଇନ ନମ୍ବର - ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଯୋଗୀ ଆଦିତ୍ୟନାଥ ବୁଝିବେ ଚାଷୀଙ୍କ ସମସ୍ୟା । ଜାରି ହେବ ହେଲ୍ପଲାଇନ ନମ୍ବର । ଅଧିକ ପଢନ୍ତୁ....

UP CM Adityanath helpline to interact directly with farmers
ଚାଷୀଙ୍କ ସମସ୍ୟା ବୁଝିବେ ଯୋଗୀ, ଜାରି ହେବ ହେଲପ ଲାଇନ ନମ୍ବର
author img

By

Published : Oct 5, 2020, 2:37 PM IST

ଲକ୍ଷ୍ନୌ: ଏଣିକି ସିଧାସଳଖ ଚାଷୀଙ୍କ ସମସ୍ୟା ବୁଝିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଚାଷୀମାନଙ୍କର ହେଉଥିବା ସମସ୍ୟାର ସମାଧାନ ମଧ୍ୟ କରିବେ । ଏନେଇ ଖୁବଶିଘ୍ର ଏକ ହେଲ୍ପଲାଇନ ନମ୍ବର ଜାରି ହେବ । 1076ରେ ଯୋଗାଯୋଗ କରି ଚାଷୀମାନଙ୍କ ସମସ୍ୟା ବୁଝିବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ । ନୂତନ ଏମଏସପି ସମେତ ସରକାରୀ ଯୋଜନା ବିଷୟରେ ଚାଷୀଙ୍କୁ ସମସ୍ତ ସୂଚନା ଦିଆଯିବ । ତେବେ ରାଜ୍ୟରେ କୋଭିଡ ସମସ୍ୟା ବଢିଥିବାରୁ କୋଭିଡ ରୋଗୀଙ୍କ ପାଇଁ ଏକ ହେଲ୍ପଲାଇନ ନମ୍ବର ସରକାରଙ୍କ ପକ୍ଷରୁ ଜାରି ହୋଇଥିଲା । ଯାହାକୁ ବର୍ତ୍ତମାନ ଚାଷୀଙ୍କ ସମସ୍ୟା ପାଇଁ ଜାରି କରାଯିବା । ନୂତନ ଏମଏସପି ଓ ଧାନ ବିକ୍ରୟ କେନ୍ଦ୍ର ସମସ୍ତ ସୂଚନା ଚାଷୀଙ୍କୁ ଏଥିରେ ମିଳିପାରିବ ।

ତେବେ , ନୂତନ କୃଷି ବିଲକୁ ନେଇ ବିରୋଧୀଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ଏହା ହେଉଛି ଏକ ଅଭିନବ ଉଦ୍ୟମ । ଯଦି ଚାଷୀ ତାର ଫସଲ ବିକ୍ରି କରିବ ପାଇଁ କୈଣସି ସମସ୍ୟାର ସମ୍ମୁଖିନ ହୁଏ ତେବେ, ସିଧାସଳଖ ହେଲ୍ପଲାଇନ ନମ୍ବରେ ଅଭିଯୋଗ ଦାଖଲ କରିପାରିବେ। ଆର୍ଥିକ ବର୍ଷ ପାଇଁ , ରାଜ୍ୟ ସରକାର କ୍ବିଣ୍ଟାଲ ପିଛା ଏମଏସପି 1,868 ଟଙ୍କା ଧାର୍ଯ୍ୟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.