ETV Bharat / bharat

ୟୁପିର ଯାନବାହନ ନିୟମ ସଂଶୋଧନ: ନିୟମ ଭାଙ୍ଗିଲେ ଗଣିବେ ତଣ୍ଡ

author img

By

Published : Jun 17, 2020, 12:27 PM IST

ଉତ୍ତରପ୍ରଦେଶରେ ଯାତାୟତ ନିୟମ ନ ମାନିବା ପଡିବ ଭାରି । ଯୋଗୀ ସରକାର ପୁଣି ଥରେ ମୋଟରଯାନ ନିୟମକୁ ସଂଶୋଧନ କରିଛନ୍ତି । ଏହି ସଂଶୋଧନ ପରେ ଯିଏ ବି ଯାତାୟତ ନିୟମ ଭାଙ୍ଗିବ ତାକୁ ଭାରି ଜରିମାନା ଦେବାକୁ ପଡିବ ।

up cabinet
ୟୁପିର ଯାନବାହନ ନିୟମ ସଂଶୋଧନ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଯାତାୟତ ନିୟମ ନ ମାନିବା ପଡିବ ଭାରି । ଯୋଗୀ ସରକାର ପୁଣି ଥରେ ମୋଟରଯାନ ନିୟମକୁ ସଂଶୋଧନ କରିଛନ୍ତି । ଏହି ସଂଶୋଧନ ପରେ ଯିଏ ବି ଯାତାୟତ ନିୟମ ଭାଙ୍ଗିବ ତାକୁ ଭାରି ଜରିମାନା ଦେବାକୁ ପଡିବ । ବିନା ହେଲମେଟରେ ଧରା ହେଲେ ଜରିମାନାର ମାତ୍ର ଦ୍ବିଗୁଣିତ କରାଯିବ । ଜରୁରୀକାଳିନ ଯାନବାହନକୁ ରାସ୍ତା ନଦେଲେ 10 ହଜାର ଫାଇନ୍ ଲାଗିବ ।

ମଙ୍ଗଳବାର ୟୁପି କ୍ୟାବିନେଟ ସରକାରଙ୍କ ଏହି ନିଷ୍ପତ୍ତିକୁ ମଞ୍ଜୁର କରିଛି । ଏହାସହ ବୈଦ୍ୟୁତିକ ଯାନବାହନ ବିକ୍ରି ଉପରେ ଟ୍ୟାକ୍ସ ଫ୍ରି କରାଯାଇଛି । ସରକାରଙ୍କ ମୁଖପାତ୍ର ସିଦ୍ଧାର୍ଥ ନାଥ ସିଂ କହିଛନ୍ତି ଯେ ବୈଦ୍ୟୁତିକ ଯାନ ବିକ୍ରିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ରିହାତି ଦିଆଯାଇଛି।

ସମସ୍ତ ଚେଷ୍ଟା ସତ୍ତ୍ବେ ଲୋକେ ହେଲମେଟ ପିନ୍ଧିବାରେ ହେଳା କରୁଛନ୍ତି । ତେଣୁ ବର୍ତ୍ତମାନ ହେଲମେଟ ନି ପିନ୍ଧିଲେ ଜରିମାନା ଆଦାୟ ହେବ । ଏହାପୂର୍ବରୁ ବିନା ହେଲମେଟରେ ଧରାଯିବା ପାଇଁ 500 ଟଙ୍କା ଜରିମାନା ଆଦାୟ କରାଯାଇଥିଲା କିନ୍ତୁ ବର୍ତ୍ତମାନ ଏହାକୁ 1000 ଟଙ୍କାକୁ ବୃଦ୍ଧି କରାଯାଇଛି।

ଏଥିସହିତ ଲୋକମାନେ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସକୁ ରାସ୍ତା ଦିଅନ୍ତି ନାହିଁ। ବର୍ତ୍ତମାନ ଏହାକୁ ଅବରୋଧ କଲେ 10 ହଜାର ଟଙ୍କା ଜରିମାନା ଗଣିବାକୁ ପଡିବ । କ୍ୟାବିନେଟ ବୈଠକରେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଏକ ଲକ୍ଷ ବୈଦ୍ୟୁତିକ ଦୁଇ ଚକିଆ ଯାନ କ୍ରୟ ଉପରେ ସରକାର ରୋଡ୍ ଟ୍ୟାକ୍ସ ଉପରେ 100 ପ୍ରତିଶତ ରିହାତି ଦେବେ। ଚାରି ଚକିଆ ବୈଦ୍ୟୁତିକ ଯାନ କ୍ରୟ ଉପରେ ସରକାର 75 ପ୍ରତିଶତ ରିହାତି ପ୍ରଦାନ କରିବେ। ଏଥିପାଇଁ ସରକାର ମୋଟରଯାନ ଅଧିନିୟମର ଧାରା-4 ଓ ଧାରା-6 ରେ ସଂଶୋଧନ କରିଛନ୍ତି।

ପ୍ରଥମ ଥର ପାଇଁ ପାର୍କିଂ ନିୟମ ଉଲ୍ଲଂଘନ କଲେ 500 ଟଙ୍କା ଜରିମାନା ଲାଗୁ କରାଯିବ। ଦ୍ବିତୀୟ ଥର ପାଇଁ ନିୟମ ଭାଙ୍ଗିଲେ ଜରିମାନା 1000 ଟଙ୍କାକୁ ବୃଦ୍ଧି କରାଯିବ । ଟ୍ରାଫିକ ନିୟମ ଭାଙ୍ଗିବା ପରେ ଯଦି କେହି ଅଧିକାରୀଙ୍କ ସହ ଯୁକ୍ତି କରେ ତେବେ ସେ ବି ଜରିମାନା ଦେବାକୁ ବାଧ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.