ETV Bharat / bharat

ଉତ୍ତରପ୍ରଦେଶ ଟ୍ରକ ର୍ଦୁଘଟଣା: ମୃତକଙ୍କ ସଂଖ୍ୟା 25କୁ ବୃଦ୍ଧି

author img

By

Published : May 17, 2020, 8:36 AM IST

ଉତ୍ତରପ୍ରଦେଶ ଔରୈୟା ର୍ଦୁଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ 25ରେ ପହଞ୍ଚିଛି । ଏପଟେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି ଦୁର୍ଘଟଣାରେ ଦୁଃଖପ୍ରକାଶ କରିଛନ୍ତି।

aureya accident update
ମୃତକଙ୍କ ସଂଖ୍ୟା 25କୁ ବୃଦ୍ଧି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଔରୈୟା ର୍ଦୁଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ 25ରେ ପହଞ୍ଚିଛି । ଏପଟେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି ଔରୈୟା ଦୁର୍ଘଟଣାରେ ଦୁଃଖପ୍ରକାଶ କରି କହିଛନ୍ତି ସରକାର ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଏଥିସହ ଏହି ର୍ଦୁଘଟଣାରେ ପ୍ରଣ ହରାଇଥିବା ପ୍ରବାସୀ ଶ୍ରମିକଙ୍କ ପରିବାର ପ୍ରତି ସମ୍ବେଦନା ଜଣାଇ ଗୁରୁତର ଥିବା ଶ୍ରମିକଙ୍କ ଶୀଘ୍ର ସୁସ୍ଥ କାମନ କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ 2 ଲକ୍ଷ ଏବଂ ଆହତଙ୍କ ପରିବାରକୁ 50 ହଜାର କ୍ଷତିପୂରଣ ଘୋଷଣା କରିଛନ୍ତି ।

ପ୍ରକାଶ ଥାଉକି, ଗତ ଶୁକ୍ରବାର ରାତି ପ୍ରାୟ 3.30 ସମୟରେ ପ୍ରବାସୀ ଶ୍ରମିକ ଭର୍ତ୍ତି ଏକ ଟ୍ରକ ଠିଆ ହୋଇଥିବା ବେଳେ ୟୁପିର ଔରୈୟା ଠାରେ ଆଉ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ 25 ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ 20ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.