ଲକ୍ଷ୍ନୌ: ଶିକ୍ଷକ ନିୟୁକ୍ତି ଉପରେ ରୋକ ଲଗାଇଲେ କୋର୍ଟ । ବୁଧବାର ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶରେ 69,000 ସହକାରୀ ଶିକ୍ଷା ସହାୟକରେ ପାଇବାକୁ ଥିବା ନିୟୁକ୍ତିକୁ ସ୍ଥଗିତ ରଖିଛନ୍ତି। ଲକ୍ଷ୍ନୌ ଉଚ୍ଚ ନ୍ୟାୟଳୟ ଦ୍ବାରା ଗଠିତ ଖଣ୍ଡପୀଠ ଏନେଇ ଶୁଣାଣିକୁ ଆସନ୍ତା 12 ଜୁଲାଇ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ବିଚାରପତି ଆଲୋକ ମାଥୁର ରିଟ ପିଟିସନ ଆଧାରରେ ଏହି ରାୟ ଶୁଣାଣି କରିଛନ୍ତି ।
ତେବେ ଏନେଇ ଯାଚିକାକର୍ତ୍ତାମାନେ ଶିକ୍ଷକ ସହାୟକରେ ପ୍ରକାଶିତ ରେଜଳ୍ଟରେ କିଛି ପ୍ରଶ୍ନର ସତ୍ୟତା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି । ଏହା ଉପରେ ଶୁଣାଣି କରି କୋର୍ଟ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟାରେ ରୋକ ଲଗାଯାଇଛି । ତେବେ କୋର୍ଟ ପକ୍ଷରୁ ଯାଚିକାକର୍ତ୍ତାଙ୍କୁ ବିବାଦୀୟ ପ୍ରଶ୍ନ ଉପରେ ନିଜ ନିଜ ଆପତ୍ତିକୁ ଏକ ସପ୍ତାହ ମଧ୍ୟରେ ରାଜ୍ୟ ସରକାରଙ୍କ ସମ୍ମୁଖରେ ପ୍ରସ୍ତୁତ କରିବାକୁ କୁହାଯାଇଛି ।