ETV Bharat / bharat

କୋରୋନା କେୟାର, ଏହି ଖାଦ୍ୟ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ

ଖାଦ୍ୟ ସ୍ବାସ୍ଛ୍ୟ ପାଇଁ ନିତ୍ୟାନ୍ତ ଜରୁରୀ। ବଳ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ କିଛି ଖାଦ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହାସହ ବର୍ତ୍ତମାନର ଘଡିସନ୍ଧି ମୁହୁର୍ତ୍ତରେ ସେହପରି କିିଛି ଖାଦ୍ୟର ତାଲିକା ଆମେ ଆପଣଙ୍କୁ ଦେଉଛି। ଯାହାକୁ ଖାଇବା ଦ୍ବାରା ଆପଣ ଫିଟ୍ ଏବଂ ଫାଇନ ରହିବେ।

author img

By

Published : Apr 22, 2020, 1:00 PM IST

ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ
unpopular-foods

ଅଣ୍ଡା

ଅଣ୍ଡା ହେଉଛି ସବୁଠାରୁ ସ୍ୱାସ୍ଥ୍ୟକର ଖାଦ୍ୟ । ବେଳେବେଳେ, ହଳଦିଆ କୋଲେଷ୍ଟ୍ରଲ ଅଧିକ ଥିବାରୁ ଲୋକଙ୍କୁ ସମ୍ପୂର୍ଣ୍ଣ ଅଣ୍ଡା ନ ଖାଇବାକୁ ପରାମର୍ଶ ଦିଆଯାଏ। ଏକ ଅଧ୍ୟୟନରୁ ଜଣାପଡିଛି ଯେ ଉଚ୍ଚ କୋଲେଷ୍ଟ୍ରଲ ଖାଦ୍ୟ ଖାଇବା ପ୍ରକୃତରେ ଯକୃତକୁ କମ୍ କୋଲେଷ୍ଟ୍ରଲ ଉତ୍ପାଦନ କରିବାକୁ ବାଧ୍ୟ କରିଥାଏ ଏବଂ ଏହି ସ୍ତରଗୁଡିକ ସ୍ଥିର ରହିଥାଏ।

ନଡିଆ ତେଲ

ନଡ଼ିଆ ତେଲରେ ଥିବା ଚର୍ବି ହୃଦଘାତର କାରଣ ହୋଇପାରେ। କିନ୍ତୁ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ନଡିଆ ତେଲରେ ଥିବା ଚର୍ବି ପ୍ରକୃତରେ ହୃଦୟ ପାଇଁ ଲାଭଦାୟକ ଅଟେ। ଏହା ରକ୍ତରେ ଭଲ କୋଲେଷ୍ଟ୍ରଲ୍ର ପରିମାଣ ବଢାଇଥାଏ । ମଧ୍ୟମ ପରିମାଣରେ ତେଲ ଓଜନ ହ୍ରାସ କରିଥାଏ।

ଦୁଗ୍ଧ ଓ ଚର୍ବି ଜାତୀୟ ପଦାର୍ଥ

ଏହା ସତ ଯେ ପନିର, ବଟର ଏବଂ କ୍ରିମ୍ ପରି ଦୁଗ୍ଧ ଜାତୀୟ ଖାଦ୍ୟରେ ଚର୍ବି ଏବଂ କୋଲେଷ୍ଟ୍ରଲ ଅଧିକ ଥାଏ। କିନ୍ତୁ ଦୁଗ୍ଧରେ ଭିଟାମିନ୍ K2 ଭରପୂର ଅଟେ, ଯାହା ହାଡ ଏବଂ ହୃଦୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ।

କଫି

ମଧ୍ୟମ ପରିମାଣରେ କଫି ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ମିଳିଥାଏ। ଏହା ମନୋବଳ ଏବଂ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟ ମେଟାବୋଲିଜିମ୍ ବୃଦ୍ଧି କରିବାକୁ ସାହାଯ୍ୟ କରେ। ଏହା କ୍ରନିକ୍ ହେପାଟାଇଟିସ୍ ସି ହ୍ରାସ କରିବା ଏବଂ ଯକୃତ କର୍କଟ ହେବାର ଆଶଙ୍କା ମଧ୍ୟ କମ କରିଥାଏ |

କେନଡ୍ ପନିପରିବା

ଅନେକେ ମତ ଦିଅନ୍ତି ଯେ ସତେଜ ପନିପରିବା ଅପେକ୍ଷା କେନଡ୍ ପନିପରିବା କମ୍ ପୁଷ୍ଟିକର। ସେଗୁଡ଼ିକ ସତେଜ ଥିବାବେଳେ ସେମାନଙ୍କୁ କ୍ୟାନିଂ କରିବା ଦ୍ୱାରା ସେମାନଙ୍କର ଅନେକ ପୋଷକ ତତ୍ତ୍ୱ ରହିଥାଏ।

ଶସ୍ୟ ଜାତୀୟ ଖାଦ୍ୟ

ଶସ୍ୟ ଜାତୀୟ ଖାଦ୍ୟରେ ରେ ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଥାଏ। ଯାହା ଶରୀରର ଓଜନ ବଜାୟ ରଖିବାରେ ସାହାଯ୍ୟ କରେ ଏବଂ ପେଟର ଚର୍ବି ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ। ଯେପରି ଓଟସ୍ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଅଟେ। ଯାହା ଶରୀରରକୁ ପ୍ରୋଟିନ ଯୋଗାଏ।

ଲୁଣ

ଅତ୍ୟଧିକ ଲୁଣ ଖାଇଲେ ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ରହିଥାଏ। କିନ୍ତୁ, ଲୁଣ ଏକ ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟ୍ରୋଲାଇଟ୍ ଯାହା ଶରୀର ଆବଶ୍ୟକ କରେ। ଯାହା ଶରୀରର ମାଂସପେଶୀ ଏବଂ ସ୍ନାୟୁକୁ ମଧ୍ୟ ସୁସ୍ଥ ରଖେ।

ସାମୁଦ୍ରିକ ଖାଦ୍ୟ

ଗେଣ୍ଡା,ଚିଙ୍ଗୁଡି,କଙ୍କଡା,ଓଷ୍ଟର ଏହାର ଅନ୍ତର୍ଭୁକ୍ତ। ଏଥିରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ବ ରହିଥାଏ। ଏଥିରେ ଥିବା ପ୍ରୋଟିନ୍ ଏବଂ ସେଲେନିୟମ୍ ସୁସ୍ଥ ମସ୍ତିଷ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଆୟୋଡିନର ଏକ ସମୃଦ୍ଧ ଉତ୍ସ।

ଚକୋଲେଟ

ଚକୋଲେଟ୍ ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ ଯେହେତୁ ଏଥିରେ ଚିନି ଏବଂ କ୍ୟାଲୋରୀ ଅଧିକ ପରିମାଣରେ ରହିଥାଏ। କିନ୍ତୁ ଡାର୍କ ଚକୋଲେଟ୍ ଅଳ୍ପ ପରିମାଣର ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ଏଥିରେ ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହା ଇନସୁଲିନ୍ ବଢାଇବା ସହ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିଥାଏ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.