ETV Bharat / bharat

ଉନ୍ନାଓ ଦୁଷ୍କର୍ମ ମାମଲା: ପୀଡିତାଙ୍କୁ ନିମୋନିଆ - _unnao case victim

ଉନ୍ନାଓ ଦୁଷ୍କର୍ମ ମାମଲା ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ଆସିନାହିଁ । ଫଳରେ ପୀଡିତାଙ୍କୁ ଏବେ ନିମୋନିଆ ହୋଇଛି ।

ଫାଇଲ ଫଟୋ
author img

By

Published : Aug 4, 2019, 12:11 PM IST

ଲକ୍ଷୌ: ଉନ୍ନାଓ ଦୁଷ୍କର୍ମ ମାମଲା ପୀଡିତାଙ୍କ ସ୍ଥିତି ସଙ୍ଗୀନ୍ ଅବସ୍ଥାରେ ରହିଛି । ଏପର୍ଯ୍ୟନ୍ତ ସ୍ବାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସିନାହିଁ । ତେବେ ପୀଡିତାଙ୍କୁ ଏବେ ନିମୋନିଆ ହୋଇଛି । ଫଳରେ ବେହୋଶ ଅବସ୍ଥାରେ ତାଙ୍କୁ ବାରମ୍ବାର ଜ୍ବର ଆସୁଛି । ତେବେ ପୀଡିତା ଏବେ କେଜିଏମ୍ୟୁ ଟ୍ରମା ସେଣ୍ଟରରେ ଥିବାବେଳେ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସୁନାହିଁ । ଫଳରେ ଡାକ୍ତରଙ୍କ ଚିନ୍ତା ବଢିଯାଇଛି ।

28 ଜୁଲାଇ ରାଇବରେଲିରେ ଘଟିଥିବା ର୍ଦୁଘଟଣା ପରଠାରୁ ପୀଡିତା ଏବଂ ଓକିଲ ଦୁହେଁ କେଜିଏମ୍ୟୁ ଟ୍ରମା ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି । ତେବେ ପୀଡିତାଙ୍କୁ ବାରମ୍ବାର ଭେଣ୍ଟିଲେଟରରେ ଭର୍ତ୍ତି କରାଯାଉଥିବାବେଳେ ଗତ ଶୁକ୍ରବାର ଭେଣ୍ଟିଲେଟରରୁ କଢାଯାଇ ତାଙ୍କର ଚିକିତ୍ସା କରାଯାଇଥିଲା । ତେବେ ଏହି ସମୟରେ ତାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ପୁଣି ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା ।

ଏପଟେ ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍ଗୀନ ଥିବାବେଳେ ଓକିଲଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

ସେହିପରି ଅନ୍ୟ ପଟେ ମାମଲାର ତଦନ୍ତ କରୁଥିବା ସିବିଆଇ ରବିବାର ଉନ୍ନାଓ, ଲକ୍ଷ୍ମୌ, ବାଣ୍ଡା ଓ ଫତେପୁରରେ ଚଢାଉ କରିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.