ETV Bharat / bharat

ପୂର୍ବ ଢାଞ୍ଚାକୁ ଫେରୁଛି ପର୍ଯ୍ୟଟନ ସ୍ଥଳୀ, ନୈନିତାଲରେ ଆରମ୍ଭ ହେଲା ନୌସେବା

author img

By

Published : Sep 2, 2020, 1:29 PM IST

ଧୀରେ ଧୀରେ ପୂର୍ବ ଅବସ୍ଥାକୁ ଫେରିବାକୁ ପ୍ରସ୍ତୁତ ହେଉଛି ପର୍ଯ୍ୟଟନ ସ୍ଥଳୀ। ସରୋବର ନାଗ୍ରି ହ୍ରଦରେ ଡଙ୍ଗା ଚଳାଚଳ ଆରମ୍ଭ ହେବା ସହିତ ନୌନିତାଲର ପର୍ଯ୍ୟଟନ ଶିଳ୍ପ ଦୀର୍ଘ ଚାରିମାସ ବନ୍ଦ ପଡିବା ପରେ ପୁନର୍ବାର ଜୀବନ୍ୟାସ ପାଇଛି। ଅନଲକ 4 ଗାଇଡଲାଇନ ଆସିବା ପରେ ଏହି ଘୋଷଣା କରାଯାଇଛି।

ପୂର୍ବ ଢାଞ୍ଚାକୁ ଫେରିଲାଣି ପର୍ଯ୍ୟଟନ ସ୍ଥଳୀ, ନୈନିତାଲରେ ଆରମ୍ଭ ହେଲା ନୌସେବା

ଡେରାଡୁନ୍: ଧୀରେ ଧୀରେ ପୂର୍ବ ଅବସ୍ଥାକୁ ଫେରିବାକୁ ପ୍ରସ୍ତୁତ ହେଉଛି ପର୍ଯ୍ୟଟନ ସ୍ଥଳୀ। ସରୋବର ନାଗ୍ରି ହ୍ରଦରେ ଡଙ୍ଗା ଚଳାଚଳ ଆରମ୍ଭ ହେବା ସହିତ ନୌନିତାଲର ପର୍ଯ୍ୟଟନ ଶିଳ୍ପ ଦୀର୍ଘ ଚାରିମାସ ବନ୍ଦ ପଡିବା ପରେ ପୁନର୍ବାର ଜୀବନ୍ୟାସ ପାଇଛି। ଅନଲକ 4 ଗାଇଡଲାଇନ ଆସିବା ପରେ ଏହି ଘୋଷଣା କରାଯାଇଛି।

''ବୋଟ ଅପରେଟର୍ସ କମିଟି ମ୍ୟାନେଜର ବିକ୍ରମ ସିଂ ଭୀଷ୍ଟଙ୍କ ଅନୁଯାୟୀ, ଜିଲ୍ଲାର ପର୍ଯ୍ୟଟନ ଋତୁରେ ଏହି ଲକଡାଉନ ଲାଗୁ ହୋଇଥିବାରୁ ବୋଟିଂ ଶିଳ୍ପ ବହୁ କ୍ଷତିର ସମ୍ମୁଖୀନ ହୋଇଥିଲା। ଏହାସହ ମେ’ ଓ ଜୁନ ମାସରେ ଲକଡାଉନ ବଢିବା ଫଳରେ ସର୍ବାଧିକ କ୍ଷତି ସହିଥିଲୁ। କେବଳ ସେତିକି ନୁହେଁ ଡଙ୍ଗା ଉପରେ ନିର୍ଭର କରି ଚଳୁଥିବା ନାବିକଟିର ପରିବାରକୁ ମଧ୍ୟ ସାହାଯ୍ୟ କରିବାକୁ ପଡିଥିଲା ବୋଲି ସେ କହିଛନ୍ତି।''

ସେ ଆହୁରି ମଧ୍ୟ କହିଛନ୍ତି, "ଯଦିଓ ଅନଲକ୍ 4 ବର୍ତ୍ତମାନ ଅଛି, ତଥାପି ଆମେ ମଧ୍ୟ ବିଭିନ୍ନ ନିୟମ ଅବଲମ୍ବନ କରୁଛୁ। ଯେହେତୁ ଏବେ ବି ଲୋକମାନଙ୍କ ମନରେ ଭୂତାଣୁକୁ ନେଇ ଭୟ କରୁଛନ୍ତି। "

ପ୍ରତ୍ୟେକ ବ୍ୟବହାର ପରେ ଲାଇଫ୍ ଜ୍ୟାକେଟର ସାନିଟାଇଜେସନ୍ ସମେତ ଟୁରିଷ୍ଟ ହବରେ ଅନେକ ଗାଇଡଲାଇନ ଅଛି । ସାନିଟାଇଜେସନ୍ ଏବଂ ତାପମାତ୍ରା ଯାଞ୍ଚ ପରେ ଯାତ୍ରୀମାନଙ୍କୁ ଟିକେଟ ଦିଆଯାଏ । ଜିଲ୍ଲା ପର୍ଯ୍ୟଟନ ବିକାଶ ଅଧିକାରୀ ଅରବିନ୍ଦ ଗୌରଙ୍କ ଅନୁଯାୟୀ, ଅନଲକ୍ 4 ନିର୍ଦ୍ଦେଶାବଳୀ ପର୍ଯ୍ୟଟକଙ୍କୁ ରାଜ୍ୟକୁ ଆସିବା ପୂର୍ବରୁ ସ୍ମାର୍ଟ ସିଟି ଅନଲାଇନ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ।

"ଅନଲକ୍ 4 ରେ ଦୁଇଟି ମୁଖ୍ୟ ପରିବର୍ତ୍ତନ ଅଛି ଯାହା ଏଠାରେ ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରଭାବ ପକାଇଛି। ପ୍ରଥମଟି ହେଉଛି, ପୂର୍ବରୁ କେବଳ ନେଗେଟିଭ ଆରଟି ପିସିଆର ପରୀକ୍ଷା ଥିବା ଲୋକଙ୍କୁ ଅନୁମତି ଦିଆଯାଇଥିଲା କିନ୍ତୁ ବର୍ତ୍ତମାନ ଏକ ଟ୍ରୁ ନେଟ ରିପୋର୍ଟ ମଧ୍ୟ ଦରକାର କରିବ।

ଦ୍ୱିତୀୟତଃ ଦୈନିକ ପ୍ରତି 2000 ପର୍ଯ୍ୟଟକଙ୍କ ଛାଡ କଟକଣାକୁ ହଟାଇ ଦିଆଯାଇଛି। ଯେଉଁମାନେ ଏଠାକୁ ଆସିବାକୁ ଚାହୁଁଛନ୍ତି ସେମାନଙ୍କୁ ସ୍ମାର୍ଟ ସିଟି ପୋର୍ଟାଲରେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବାକୁ ପଡିବ ବୋଲି ସେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.