ETV Bharat / bharat

ଖୋଲିବ ଧାର୍ମିକସ୍ଥଳ, ଜାଣନ୍ତୁ କଣ ରହିଛି ଗାଇଡଲାଇନ - ଧାର୍ମିକ ସ୍ଥଳ

ଜୁନ 8ରୁ ଅନଲକ 1.0 ଅଧିନରେ ଦେଶରେ ଧାର୍ମିକ ସ୍ଥଳ ଖୋଲାଯିବ । ମାତ୍ର କଣ୍ଟେନମେଣ୍ଟ ଜୋନରେ ଧାର୍ମିକ ସ୍ଥଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଧାର୍ମିକ ସ୍ଥଳ ଗୁଡିକରେ କଣ କଣ ରହିଛି ଗାଇଡଲାଇନ ଜାଣନ୍ତୁ ।

temple for guideline
ଧାର୍ମିକ ସ୍ଥଳ କଣ କଣ ରହିଛି ଗାଇଡଲାଇନ ଜାଣନ୍ତୁ
author img

By

Published : Jun 5, 2020, 2:59 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ କ୍ଷେତ୍ର ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଜୁନ 8ରୁ ଅନଲକ 1.0 ଅଧିନରେ ଦେଶରେ ଧାର୍ମିକ ସ୍ଥଳ ଖୋଲାଯିବ । ମାତ୍ର କଣ୍ଟେନମେଣ୍ଟ ଜୋନରେ ଧାର୍ମିକ ସ୍ଥଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଧାର୍ମିକ ସ୍ଥଳ ଗୁଡିକରେ କଣ କଣ ରହିଛି ଗାଇଡଲାଇନ ଜାଣନ୍ତୁ ।

-ଧାର୍ମିକ ସ୍ଥାନମାନଙ୍କରେ ବହୁ ସଂଖ୍ୟକ ଲୋକଙ୍କ ଗହଳି ରହିଥାଏ । ସେଥିପାଇଁ ଏହି ପରିସ୍ଥିତିରେ ସାମାଜିକ ଦୂରତା ଏବଂ ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରାଯିବ ।

-ଧାର୍ମିକ ସ୍ଥାନରେ ଗୀତ ଗାଇବାକୁ ଅନୁମତି ଦିଆଯିବ ନାହିଁ। କିନ୍ତୁ ଧାର୍ମିକ ସ୍ଥାନରେ ରେକର୍ଡ ହୋଇଥିବା ଭଜନଗୁଡ଼ିକ ବଜାଯାଇପାରିବ ।

-ସାମୂହିକ ପ୍ରାର୍ଥନା ବେଳେ ଅଧିକ ସଂଖ୍ୟକ ଲୋକ ଏକତ୍ରିତ ହୁଅନ୍ତି । ସେଥିପାଇଁ ଏକତ୍ରିତ ପାର୍ଥନା ଉପରେ ରୋକ ଲଗାଯାଇଛି ।

-ପ୍ରସାଦ ବଣ୍ଟନ ଏବଂ ଗଙ୍ଗା ଜଳ ଛିଞ୍ଚିବାକୁ ନେଇ ଅନୁମତି ଦିଆଯିବ ନାହିଁ ।

-ଧାର୍ମିକ ସ୍ଥାନରେ ମୂର୍ତ୍ତି ଏବଂ ପବିତ୍ର ଗ୍ରନ୍ଥ ଛୁଇଁବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

-ମନ୍ଦିର-ମସଜିଦ ଏବଂ ଚର୍ଚ୍ଚରେ ପ୍ରବେଶ ପାଇଁ ଲାଇନରେ ଥିବା ଲୋକଙ୍କ ମଧ୍ୟରେ ଅତି କମରେ 6 ଫୁଟ ଦୂରତା ରଖାଯିବ ।

ବୃଦ୍ଧ, ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କ ପାଇଁ ନିର୍ଦ୍ଦେଶାବଳୀ

- ବୃଦ୍ଧ, ଗର୍ଭବତୀ ମହିଳା ଏବଂ ସ୍ୱାସ୍ଥ୍ୟ ସମସ୍ୟା ଥିବା ସମସ୍ତ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡିବ । ସେମାନଙ୍କୁ ସାଧାରଣ ଲୋକଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିବାଠୁ ଦୂରେଇ ରହିବାକୁ ପଡିବ ।

-65 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, 10 ବର୍ଷରୁ କମ୍ ପିଲା ଏବଂ ଗୁରୁତର ରୋଗରେ ପୀଡିତ ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.