ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦୀ ଆତଙ୍କ । କୁଲଗାମ ଜିଲ୍ଲାର ଭିସୁଠାରେ ଜଣେ ସରପଞ୍ଚଙ୍କୁ ହତ୍ୟା । କେହି ଆତଙ୍କବାଦୀ ହତ୍ୟା କରିଥିବା ସୂଚନା ।

ମୃତ ସରପଞ୍ଚ ସଜ୍ଜାଦ ଅହମ୍ମଦ ଖାଣ୍ଡେ ହୋଇଥିବାବେଳେ ତାଙ୍କ ପିତାଙ୍କ ନାମ ଅଲ୍ଲୀ ମହମ୍ମଦ ବୋଲି ଜଣାପଡିଛି । ତେବେ ସେ ବିଜେପିର ହୋଇଥିବା କୁହାଯାଉଛି ।
ତେବେ କଣ ପାଇଁ ଓ କାହିଁ ତାଙ୍କୁ ହତ୍ୟା କରାଯାଇଛି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।
ସୂଚନାଥାଉକି, ଜୁଲାଇ 8 ତାରିଖ ଦିନ ବିଜେପି ନେତା ୱାସିମ ବରୀ, ତାଙ୍କ ଭାଇ ଓ ବାପାଙ୍କୁ କିଛି ଅଜ୍ଞାତ ଆତଙ୍କବଦୀ ମାନେ ଗୁଳିକରି ହତ୍ୟା କରିଥିଲେ। ଯାହା ପରେ ସେଠାକାର ଅନେକ ବିଜେପି ନେତା ଦଳ ଛାଡିଥିବା ଦେଖାଦେଇଥିଲା ।
ସେହିପରି ଏହାର କିଛି ଦିନ ପରେ ବାରମୁଲ୍ଲା ଜିଲ୍ଲା ସୋପରର ୱାଟରଗ୍ରାମ ଅଞ୍ଚଳରୁ ବିଜେପି ନେତା ତଥା ପାର୍ଟି ଉପ ସଭାପତି ମେହେରାଜ୍ ଦିନ୍ ମଲ୍ଲାଙ୍କୁ କିଛି ଦୃବୁର୍ତ୍ତ ତାଙ୍କ ବାସଭବନରୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ