ETV Bharat / bharat

ଭାଇଦୁଜ: ଭାଇକୁ ଅଭିଶାପ ଦେଇ ଜିଭରେ ଫୁଟାଯାଏ କଣ୍ଟା

author img

By

Published : Oct 29, 2019, 9:20 PM IST

ଛତିଶଗଡର ସରଗୁଜାରେ ଭଉଣୀ ତାର ଭାଇକୁ ବିପତ୍ତିରୁ ରକ୍ଷା ପାଇଁ ଅଭିଶାପ ଦେଇଥାଏ। ଏହା ସହିତ ଜିଭରେ ମଧ୍ୟରେ କଣ୍ଟାଫୁଟାଇଥାଏ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରାୟପୁର: ଦୀପାବଳିର ତୃତୀୟ ଦିନରେ ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ନେଇ ପାଳନ କରାଯାଇଥାଏ 'ଭାଇ ଦୁଜ' ପର୍ବ । ଏହି ଦିନ ନିଜର ଭାଇର ଲମ୍ବା ଆୟୁଷ ଓ ନିରୋଗ ରହିବା ପାଇଁ କାମନା କରି ଭଉଣୀ ବ୍ରତ ରଖିଥାଏ। ଦେଶର ବିଭିନ୍ନ ସ୍ଥାନରେ ଏହି ଦିନର ଅଲଗା ଅଲଗା ମହତ୍ତ୍ବ ରହିଛି।

ପଡୋଶୀ ଛତିଶଗଡର ସରଗୁଜାରେ ଏହି ପର୍ବକୁ ଏକ ଭିନ୍ନ ରୂପରେ ପାଳନ କରାଯାଏ। ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। 'ଭାଇ ଦୁଜ' ପର୍ବ ଦିନ ଭଉଣୀ ତାର ଭାଇକୁ ବିପତ୍ତିରୁ ରକ୍ଷା ପାଇଁ ଅଭିଶାପ ଦେଇଥାଏ । ବିଶ୍ବାସ ରହିଛି ଯେ, ଏହି ଦିନ ଭାଇର ହାଡରେ ଅଭିଶାପ ରହିବା ଦ୍ବାରା ତାର ରକ୍ଷା ହୋଇଥାଏ। ତେବେ ଅଭିଶାପ ଦେବାପରେ ଭଉଣୀ ତା’ର ନିଜ ଜିଭରେ କଣ୍ଟା ଫୋଡିଥାଏ।

ଉକ୍ତ ପୂଜାରେ ଗାଇର ଗୋବର ଭୈରା ଓ ଜୈରାଙ୍କ ପ୍ରତିମା ପ୍ରସ୍ତୁତ କରାଯାଇ ସେମାନଙ୍କୁ ଇଟା, ପଥରରେ ପିଟାଯାଏ । ଏମାନଙ୍କୁ ଭାଇର ଶତ୍ରୁ ମନେକରି ଏପରି କରାଯିବାର ନିୟମ ରହିଛି । ଏହି ପୂଜା ପରେ ଭଉଣୀ ଭାଇକୁ ନଡିଆ, ମିଠା ଓ ଚଣାର ପ୍ରସାଦ ଖାଇବାକୁ ଦେଇଥାଏ । ମଥରେ ତିଳକ ଲଗାଇ ଆଳତୀ କରି ଭାଇର ଲମ୍ବା ଆୟୁଷ କାମନା କରିଥାଏ।

Intro:Body:

dd

Conclusion:

For All Latest Updates

TAGGED:

bhai duj
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.