ETV Bharat / bharat

ଆୟୁଷ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ବ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ

author img

By

Published : Jan 19, 2021, 10:15 PM IST

ସଡକ ଦୁର୍ଘଟଣା କାରଣରୁ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକ ଚିକିତ୍ସିତ ହେଉଥିବାରୁ ତାଙ୍କ ବିଭାଗର ଦାୟିତ୍ବକୁ ରିଜିଜୁଙ୍କୁ ହସ୍ତାନ୍ତର କରାଯାଇଛି । ଅଧିକ ପଢନ୍ତୁ...

ଆୟୁଷ ମନ୍ତ୍ରଣାଳୟର ଅତିରିକ୍ତ ଭାର ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ

ନୂଆଦିଲ୍ଲୀ: ଆୟୁଷ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ । ସଡକ ଦୁର୍ଘଟଣା କାରଣରୁ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକ ଚିକିତ୍ସିତ ହେଉଥିବାରୁ ତାଙ୍କ ବିଭାଗର ଦାୟିତ୍ବକୁ ରିଜିଜୁଙ୍କୁ ହସ୍ତାନ୍ତର କରାଯାଇଛି ।

ସଡକ ଦୁର୍ଘଟଣାର ଶିକାର ହୋଇ ଗୋଆ ମେଡିକାଲରେ ଚିକିତ୍ସିତ ହେଉଥିବା କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ ମଙ୍ଗଳବାର ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲଥିବା କହିଛନ୍ତି ଡାକ୍ତର ।

ଗତ ଜାନୁଆରୀ 11ରେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ ମନ୍ତ୍ରୀ ଶ୍ରୀପଦ ନାୟକ । ଦୁର୍ଘଟଣାରେ ମନ୍ତ୍ରୀ ଶ୍ରୀପଦ ନାୟକଙ୍କ ହାତ ଓ ଗୋଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କ ଗୋଡ ଓ ହାତରେ ଏକ ଅସ୍ତ୍ରୋପଚାର କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା କହିଛନ୍ତି ଡାକ୍ତର । 10 ଦିନ ପରେ ସେ ଆଜି ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ।

କିଛି ଦିନ ପୂର୍ବରୁ ଶ୍ରୀପଦ ନାୟକ ତାଙ୍କ ପତ୍ନୀଙ୍କ ସହିତ କର୍ଣ୍ଣାଟକର ଧର୍ମଶାଳା ଠାରୁ ଗୋଆ ଫେରୁଥିବାବେଳେ ଉତ୍ତର କନ୍ନଡ ଜିଲ୍ଲା ଆଙ୍କୋଲା ନିକଟରେ ଭୟଙ୍କର ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ତାଙ୍କ ପତ୍ନୀ ଓ ପିଏଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା । ଦୁର୍ଘଟଣାରେ ଗୁରୁତର ଆହତ ଅବସ୍ଥାରେ ଶ୍ରୀପଦ ନାୟକ ଗୋଆ ମେଡିକାଲରେ ଚିକିତ୍ସିତ ହେଉଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.