ETV Bharat / bharat

ସୀମା ବିବାଦ: କଂଗ୍ରେସ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଆକ୍ରମଣ - abbas naqvi counter attack on congress

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧି ଦଳ ନେତାମାନେ ଦାବି କରୁଛନ୍ତି ଯେ ଚୀନ ଲଦାଖରେ ଭାରତର ଜମି ଦଖଲ କରୁଛି । ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବାସ ନକଭି କଂଗ୍ରେସକୁ ଏନେଇ ଟାର୍ଗେଟ କରିଛନ୍ତି ।

କଂଗ୍ରେସ ଉପରେ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରତିଆକ୍ରମଣ

author img

By

Published : Jul 4, 2020, 6:12 PM IST

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ମଧ୍ୟରେ କଂଗ୍ରେସ ଦଳ କେନ୍ଦ୍ର ସରକାରଙ୍କ ଉପରେ କ୍ରମାଗତ ଭାବେ ଆକ୍ରମଣ କରୁଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧି ଦଳ ନେତାମାନେ ଦାବି କରୁଛନ୍ତି ଯେ ଚୀନ ଲଦାଖରେ ଭାରତର ଜମି ଦଖଲ କରୁଛି । ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବାସ ନକଭି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଅବାସ ନାକଭି କଂଗ୍ରେସକୁ ‘ପପୁକା ଘୋସଲା’ ଓ ‘ପାରିବାରକା ଚୋଞ୍ଚଲା’ ବୋଲି ବର୍ଣ୍ଣନା କରିଛନ୍ତି।

କଂଗ୍ରେସ ଉପରେ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରତିଆକ୍ରମଣ
କଂଗ୍ରେସ ଉପରେ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରତିଆକ୍ରମଣ

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଯେତେବେଳେ ଦେଶର ସୁରକ୍ଷା ବଳ ଶତ୍ରୁମାନଙ୍କୁ ଉପଯୁକ୍ତ ଜବାବ ଦେଉଛନ୍ତି, ସେତେବେଳେ ତୁମେ ଶତ୍ରୁମାନଙ୍କୁ ଅମ୍ଳଜାନ ଯୋଗାଇବା ଭଳି କାର୍ଯ୍ୟାକଳାପ କରୁଛ । ସେଥିପାଇଁ କଂଗ୍ରେସ ଦଳ ହ୍ରାସ ପାଉଛି ।

ପ୍ରକାଶଥାଉକି, ଆଜି(ଶନିବାର) ସକାଳେ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ଚୀନ ଭାରତର ଜମି ଦଖଲ କରିଛି। ରାହୁଲ ଏକ ଭିଡିଓ ଟ୍ବିଟ୍ କରିଛନ୍ତି ଯେଉଁଥିରେ ଲଦାଖବାସୀ ଚୀନ୍ ଯବାନଙ୍କ ଅନୁପ୍ରବେଶ ବିଷୟରେ କହୁଛନ୍ତି। ରାହୁଲ କହିଛନ୍ତି ଯେ ଯଦି ସରକାର ଲଦାଖ ଲୋକଙ୍କ ଚେତାବନୀକୁ ଅଣଦେଖା କରନ୍ତି ତେବେ ଭାରତକୁ ମହଙ୍ଗା ପଡିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.