ETV Bharat / bharat

ହୋମ କ୍ବାରେଣ୍ଟାଇନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

author img

By

Published : Jul 7, 2020, 6:20 PM IST

ନୀଳଗିରି ବିଧାୟକ ସୁକାନ୍ତ ନାୟକ କୋରୋନା ପଜିଟିଭ ଚିହ୍ନଟ ପରେ ନିଜକୁ ଏବେ ହୋମ କ୍ବାରେଣ୍ଟାଇନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ପ୍ରତାପ 2 ଓ 3 ଜୁଲାଇରେ ସୁକାନ୍ତଙ୍କ ସହ ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ...

ହୋମ କ୍ବାରେଣ୍ଟାଇନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
ହୋମ କ୍ବାରେଣ୍ଟାଇନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ନୂଆଦିଲ୍ଲୀ: ହୋମ କ୍ବାରେଣ୍ଟାଇନରେ ଏବେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ । ପ୍ରତାପ କିଛି ଦିନ ତଳେ ବାଲେଶ୍ବରର 2ଟି ସଭାରେ ଯୋଗ ଦେଇଥିଲେ । ଆଉ ତାଙ୍କ ସହ ଉପସ୍ଥିତ ଥିଲେ ବାଲେଶ୍ବର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ । ସୋମବାର ସୁକାନ୍ତ ନାୟକ ପଜିଟିଭ ଚିହ୍ନଟ ହେବା ପରେ ସାଂସଦ ଷଡଙ୍ଗୀ ନିଜକୁ ଦିଲ୍ଲୀ ବାସଭବନରେ କ୍ବାରେଣ୍ଟାଇନରେ ରହିଛନ୍ତି ।

ଷଡଙ୍ଗୀ ସୋମବାର ରାତିରେ ଗୋଟିଏ ପରେ ଗୋଟିଏ ଟ୍ବିଟ କରି ସେ ସୁସ୍ଥ ଥିବା ନେଇ ସୂଚନା ଦେଇଛନ୍ତି । ଗତ ଜୁଲାଇ 2 ଓ 3ରେ ସେ ନୀଳଗିରି ସାଂସଦଙ୍କ ସହ ଗୋଟିଏ ମଞ୍ଚରେ ଉପସ୍ଥିତ ଥିବା ନେଇ ଜଣାଇଛନ୍ତି । ତେବେ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟର ଗାଇଡ ଲାଇନ ପାଳନ କରିବା ସହ ନିଜକୁ ହୋମ କ୍ବାରେଣ୍ଟାଇନରେ ରଖିଥିବା ପ୍ରତାପ କହିଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.