ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ପରେ ମଙ୍ଗଳବାର ଦାୟିତ୍ବ ଗ୍ରହଣ କରିଛନ୍ତି ମନ୍ତ୍ରୀ ହରସିମରତ କୌର ବାଦଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଦ୍ବିତୀୟ ପାଳି ସରକାରରେ ତାଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଛି ।
ପୂର୍ବଥର ଭଳି ଏଥର ମଧ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବିଭାଗ ସମ୍ଭାଳିବେ ହରସିମରତ । ତାଙ୍କୁ ସହଯୋଗ କରିବେ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି । ଉଭୟେ ମଙ୍ଗଳବାର ବିଭାଗୀୟ କାର୍ଯ୍ୟାଳୟରେ ପହଞ୍ଚି ପଦଭାର ମୁଣ୍ଡାଇଛନ୍ତି ।
ହରସିମରତ ତୃତୀୟ ଥର ଲାଗି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ପଞ୍ଜାବର ଭତିଣ୍ଡା ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଛନ୍ତି ଏହି ଶିରୋମଣୀ ଅକାଳି(ଏସଏଡି) ଦଳ ନେତ୍ରୀ । ଏନଡିଏ ମେଣ୍ଟରେ ବିଜେପିର ସହଯୋଗୀ ଦଳ ହେଉଛି ଏସଏଡି । ହରସିମରତ ହେଉଛନ୍ତି ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ତଥା ଅକାଳି ଦଳ ମୁଖିଆ ସୁଖବୀର ସିଂ ବାଦଲଙ୍କ ପତ୍ନୀ ।