ETV Bharat / bharat

ମକର ସଂକ୍ରାନ୍ତି: ଗୁଜୁରାଟରେ ଗୁଡି ଉଡାଇଲେ ଗୃହମନ୍ତ୍ରୀ ଶାହ

author img

By

Published : Jan 14, 2021, 7:38 PM IST

ଗୁଜୁରାଟରେ ଉତ୍ତରାୟଣ କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅହମ୍ମଦାବାଦରେ ଛାତ ଉପରେ ଗୁଡି ଉଡାଉଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ମକର ସଂକ୍ରାନ୍ତି ଅବସରରେ ଗୁଜୁରାଟରେ ଗୁଡି ଉଡାଇଲେ ଗୃହମନ୍ତ୍ରୀ ଶାହ

ଅହମ୍ମଦାବାଦ: ସାରା ଦେଶରେ ବେଶ ଧୁମଧାମରେ ପାଳନ ହେଉଛି ମକର ସଂକ୍ରାନ୍ତି ପର୍ବ । ଏହି ଅବସରରେ ଗୁଜୁରାଟରେ ଉତ୍ତରାୟଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅହମ୍ମଦାବାଦରେ ଛାତ ଉପରେ ଗୁଡି ଉଡାଉଥିବାର ଦେଖିବାକୁ ମିଳିଛି ।

ଗୁଜୁରାଟରେ ଉତ୍ତରାୟଣ କାର୍ଯ୍ୟକ୍ରମକୁ ବେଶ ଧୂମଧାମରେ ପାଳନ କରାଯାଏ । ଏହି ସମୟରେ ସାରା ରାଜ୍ୟରେ ଲକ୍ଷ ଲକ୍ଷ ଟଙ୍କାରେ ଗୁଡି ବିକ୍ରି ହୋଇଥାଏ । ଏହାସହ ମହୋତ୍ସବ ଦିନ ଆକାଶରେ ରଙ୍ଗ ବେରଙ୍ଗର ଗୁଡି ଦେଖିବାକୁ ମିଳେ ।

ଉତ୍ତରାୟଣ ପର୍ବକୁ ନେଇ ଜନସାଧାରଣଙ୍କ ଆସ୍ଥାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳଗୁଡିକ ଅନେକ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି । ତେବେ ଶାହ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ ଗୁଡି ଉଡାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.