ETV Bharat / bharat

ନାଗରିକ ସଂଶୋଧନ ବିଲ୍‌ ପାଇଁ କଂଗ୍ରେସ ଦାୟୀ: ଅମିତ ଶାହ

author img

By

Published : Dec 9, 2019, 2:13 PM IST

Updated : Dec 9, 2019, 2:23 PM IST

ସ୍ବାଧୀନତା ପରେ କଂଗ୍ରେସ ଯଦି ଧର୍ମ ଆଧାରରେ ଦେଶ ବିଭାଜନ କରିନଥାନ୍ତା ତେହେଲେ ଆଜି ନାଗରିକ ସଂଶୋଧନ ବିଲ୍‌ର ଆବଶ୍ୟକତା ପଡିନଥାନ୍ତା ବୋଲି ଶାହ କହିଛନ୍ତି।

Citizenship Amendment Bill
ଫଟୋ ସୌଜନ୍ୟ: ଲୋକସଭା ଟିଭି

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ବିଲ୍‌ର ଆବଶ୍ୟକତାକୁ ନେଇ କଂଗ୍ରେସକୁ ଦାୟୀ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସ୍ବାଧୀନତା ପରେ କଂଗ୍ରେସ ଧର୍ମ ଆଧାରରେ ଦେଶ ବିଭାଜନ କରିଥିଲା । ଯଦି କଂଗ୍ରେସ ଏଭଳି କରିନଥାନ୍ତା ତାହେଲେ ଆଜି ଏହି ବିଲ୍‌ର ଆବଶ୍ୟକତା ପଡିନଥାନ୍ତା ବୋଲି ଶାହ କହିଛନ୍ତି ।

ଭିଡିଓ ସୌଜନ୍ୟ : ଲୋକସଭା ଟିଭି

ସୋମବାର ଲୋକସଭାରେ ନାଗରିକ ସଂଶୋଧନ ବିଲ୍‌ ଆଗତ ହେବା ପରେ ବିରୋଧୀ ଦଳ ଜୋରଦାର ହଙ୍ଗାମା କରିଥିଲେ । ଯାହାର ଜବାବ ଦେଇ ଶାହ କହିଛନ୍ତି, ବିଲ୍‌ରେ ଭାରତୀୟ ସୀମାବର୍ତ୍ତୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଙ୍ଗଲାଦେଶ ଶରଣାର୍ଥୀଙ୍କ ସମ୍ବନ୍ଧରେ ଉଲ୍ଲେଖ ଅଛି । 3 ଦେଶରେ ଥିବା ସଂଖ୍ୟାଲଘୁଙ୍କ ସହ ସାମ୍ପ୍ରଦାୟିକ ଭେଦଭାବ କରାଯାଉଛି । ନାଗରିକ ସଂଶୋଧନ ବିଲ୍‌ ଏହି ଅସହାୟଙ୍କୁ ଭାରତର ନାଗରିକତା ପ୍ରଦାନ କରିବ ବୋଲି ସେ କହିଛନ୍ତି । ଏହା ସହିତ ବିଲ୍‌ କୌଣସି ବି ମୁସଲମାନର ଅଧିକାର ହନନ କରିବ ନାହିଁ ବୋଲି ଶାହ କହିଛନ୍ତି ।

ଯଦି ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଙ୍ଗଲାଦେଶର କୌଣସି ମୁସଲମାନ ଆମ ଦେଶର ଆଇନ ଅନୁଯାୟୀ ନାଗରିକତ୍ବ ପାଇଁ ଆବେଦନ କରୁଛି, ତାହେଲେ ଆମେ ଏହା ଉପରେ ବିଚାର କରିବୁ । କିନ୍ତୁ କୌଣସି ବ୍ୟକ୍ତିକୁ ଏହି ସଂଶୋଧନର ଫାଇଦା ଉଠାଇବାକୁ ଦେବୁ ନାହିଁ ବୋଲି ଲୋକସଭାରେ କହିଛନ୍ତି ଗୃହମନ୍ତ୍ରୀ ଶାହ ।

Intro:Body:

testing

Conclusion:
Last Updated : Dec 9, 2019, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.