ନୂଆଦିଲ୍ଲୀ : ସାରା ବିଶ୍ବରେ କାୟା ବିସ୍ତାର କରିଛି କୋରୋନା । ବର୍ତ୍ତମାନ ସୁଧା ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 162 ରେ ପହଞ୍ଚି ଥବା ବେଳେ 3 ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ବିଭିନ୍ନ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ତେବେ ନୂଆଦିଲ୍ଲୀ ବିମାନ ବନ୍ଦରରେ କୋରୋନା ସ୍ଥିତି ଯାଞ୍ଚ କରିଛନ୍ତି କେନ୍ଦ୍ର ସ୍ବାସ୍ଥମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ଏନେଇ ସେ ପ୍ରତିକ୍ରିୟା ରଖିଛନ୍ତି । କୋରୋନା ସଚେତନତା ଓ ସତର୍କତା ପାଇଁ ହୋଇଥିବା ସମସ୍ତ ପ୍ରକାର ବ୍ୟବସ୍ଥା ଠିକ ଭାବରେ ଚାଲିଛି । ଏଭଳି ସ୍ଥିତିକୁ ପରିଚାଳନା କରିବା ପାଇଁ ଯାହା ଆବଶ୍ୟକ ପଦକ୍ଷେପ ନେବା କଥା ତାହା ପାଇଁ ସରକାର ଯତ୍ନବାନ ଅଛନ୍ତି ବୋଲି ସେ କହିଛନ୍ତି ।
ସୌଜନ୍ୟ @ ANI