ବେଙ୍ଗାଲୁରୁ : ଜାହାଜ ଆଇଏନଏସ ବିକ୍ରମାଦିତ୍ୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଯୋଗାଭ୍ୟାସ । ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ସୁରକ୍ଷାକର୍ମୀ ମଧ୍ୟ କରୁଛନ୍ତି ଯୋଗ । ଏହି ଅବସରରେ ଯୋଗ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ବରେ ଆଜି ଗ୍ରହଣୀୟ ହୋଇଛି ବୋଲି କହିବା ସହ ଏଥିଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।
ତେବେ ରାଜନାଥ ନୌସେନାର ଆଇଏନଏସ ବିକ୍ରମାଦିତ୍ୟରେ ରାତି ବିତାଇବା ସହ ସକାଳୁ ଯୋଗ କରିବା ନୌସେନା ଯବାନଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି । ଯୋଗ କରିବା ସହ ସେ ପ୍ରତିକ୍ରିୟା ଦେଇ କହିଛନ୍ତି,‘ଆମେ 26/11 ଘଟଣାକୁ ଭୁଲିପାରିବୁ ନାହିଁ । ପାକିସ୍ତାନ ଭାରତରେ ଅଶାନ୍ତି ବଜାୟ ରଖିବାକୁ ବିଭିନ୍ନ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଛି କିନ୍ତୁ ଏହା ସଫଳ ହେବ ନାହିଁ । ଆମ ନୌସେନା ଓ କୋଷ୍ଟ ଗାର୍ଡ ସବୁ ସମୟରେ ଆଲର୍ଟ ଅଛନ୍ତି ।’
କିଛି ଦିନ ପୂର୍ବେ ଜଳପଥରେ ଆତଙ୍କବାଦୀ କାର୍ଯ୍ୟକଳାପ ହୋଇପାରେ ବୋଲି ରାଜନାଥ ଆଶଙ୍କା କରିଥିଲେ ।