ନୂଆଦିଲ୍ଲୀ: ସାମାଜିକ ଦୂରତ୍ବ ପାଳିଲେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ । କୋରୋନା ସଂକ୍ରମଣ ଠାରୁ ଦୂରେଇ ରହିବାକୁ ବ୍ୟବଧାନରେ ବସିଲେ ସମସ୍ତେ । କୋରୋନା ମୁକାବିଲା ଏକ ମାତ୍ର ଉପାୟ ସାମାଜିକ ଦୂରତ୍ବ । ଏନେଇ ମଧ୍ୟରାତ୍ରୀରୁ ଦେଶବ୍ୟାପୀ ଲକ ଡାଉନ କରାଯାଇଛି ।
ବୁଧବାର ନୂଆଦିଲ୍ଲୀର 7 ଲୋକକଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠରେ ସାମିଲ ହୋଇଥିବା ସମସ୍ତେ ସାମାଜିକ ଦୂରତ୍ବ ବଜାୟ ରଖିଥିଲେ । ମହାମାରୀ କୋରୋନାକୁ ରୋକିବା ପାଇଁ ଏଭଳି ପଦକ୍ଷେପ ଦ୍ବାରା ହିଁ ଆମେ କୋରୋନାକୁ ପ୍ରତିରୋଧ କରିପାରିବା । ସାମାଜିକ ଦୂରତ୍ବ ଦ୍ବାରା ହିଁ ମାରାତ୍ମକ କୋରୋନାର ପ୍ରଚାର ପ୍ରସାରରୁ ଦୂରେଇ ରହିବା ନେଇ ମୋଦି ଦେଶବାସୀଙ୍କୁ ଏକ ଉଦାହରଣ ଦେଇଛନ୍ତି ।
ସାରା ବିଶ୍ବରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ଏହାର ମୁକାବିଲା ପାଇଁ କଡାରୁ କୋଠର ପଦକ୍ଷେପ ଆପଣାଯାଛନ୍ତି ସରକାର । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ସମ୍ବୋଧନ ପରେ ମଧ୍ୟରାତ୍ରରୁ 21 ଦିନ ପାଇଁ ଦେଶକୁ ସମ୍ପୂର୍ଣ୍ଣ ଲକ୍ ଡାଉନ କରିଦିଆଯାଇଛି ।
@ANI