ETV Bharat / bharat

ବିହାରକୁ ମୋଦିଙ୍କ ଉପହାର, ଦରଭଙ୍ଗା AIIMSକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

author img

By

Published : Sep 15, 2020, 5:24 PM IST

ବହୁ ପ୍ରତିକ୍ଷୀତ ଦରଭଙ୍ଗା ଏମ୍ସକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୋଦି କ୍ୟାବିନେଟ । 48 ମାସ ମଧ୍ୟରେ 1264 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ଏହି ପ୍ରକଳ୍ପ । ଅଧିକ ପଢନ୍ତୁ...

ବିହାରକୁ ମୋଦିଙ୍କ ଉପହାର, ଦରଭଙ୍ଗା AIIMS କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ପାଟନା: ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଯୋଜନାର ବର୍ଷା । ବହୁ ପ୍ରତିକ୍ଷୀତ ଦରଭଙ୍ଗା ଏମ୍ସକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୋଦି କ୍ୟାବିନେଟ । 48 ମାସରେ 1264 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଦରଭଙ୍ଗା ଏମ୍ସର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି | ନିକଟରେ ଅର୍ଥ ମନ୍ତ୍ରଣାଳୟ ଏମ୍ସର ନିର୍ମାଣ ଖର୍ଚ୍ଚକୁ ଅନୁମୋଦନ କରିଥିଲା ​ । ପ୍ରାଥମିକ ପ୍ରକଳ୍ପ ରିପୋର୍ଟ ଅନୁଯାୟୀ, ଦରଭଙ୍ଗା ଏମ୍ସ 750 ଶଯ୍ୟା ବିଶିଷ୍ଟ ହେବ |

ଦରଭଙ୍ଗାରେ ଏମ୍ସର ନିର୍ମାଣ କାର୍ଯ୍ୟରେ 1264 କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା 48 ମାସ ମଧ୍ୟରେ ନିର୍ମାଣ ହେବ । ନିକଟରେ ଦରଭଙ୍ଗା ସାଂସଦ ଗୋପାଳ ଜୀ ଠାକୁର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେଙ୍କୁ ଏମ୍ସର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବାକୁ କହିଥିଲେ । ଅଶ୍ବିନୀ ଚୌବେ କହିଛନ୍ତି ଯେ ଦରଭଙ୍ଗା ଏମ୍ସକୁ ଅର୍ଥ ମନ୍ତ୍ରଣାଳୟ କମିଟିର ଅନୁମୋଦନ ମିଳିଛି ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ 7ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିମଧ୍ୟରେ ଜଳ ଯୋଗାଣ, ସ୍ବରେଜ୍ ବିଶୋଧନ ଏବଂ ରିଭରଫ୍ରଣ୍ଟର ବିକାଶ ସହିତ ଜଡିତ ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି । ବିହାରର ସହରୀ ଭିତ୍ତିଭୂମି ପାଇଁ ଏହି ଯୋଜନାଗୁଡିକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.