ETV Bharat / bharat

ସାହାକର କୋପଟ୍ୟୁବ୍ ଏନସିଡିସି ଚ୍ୟାନେଲ ଲଞ୍ଚ କଲେ କେନ୍ଦ୍ର କୃଷି ମନ୍ତ୍ରୀ

author img

By

Published : Aug 5, 2020, 4:21 PM IST

Updated : Aug 5, 2020, 4:33 PM IST

କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ଜାତୀୟ ସମବାୟ ବିକାଶ ନିଗମର ଏକ ନୂତନ ପଦକ୍ଷେପ ସାହାକର କୋପଟ୍ୟୁବ୍ ଏନସିଡିସି ଚ୍ୟାନେଲ ଲଞ୍ଚ କରିଛନ୍ତି। ଏହା ୱାନ ନେସନ ୱାନ ମାର୍କେଟ ଆଡକୁ ହେଉଛି ଏକ ପଦକ୍ଷେପ, ଯାହାର ଉଦ୍ଦେଶ୍ୟ ଭାରତକୁ ବିଶ୍ବର ଖାଦ୍ୟ କାରଖାନା ବନାଇବା । ଅଧିକ ପଢନ୍ତୁ...

ସାହାକର କୋପଟ୍ୟୁବ୍ ଏନସିଡିସି ଚ୍ୟାନେଲ ଲଞ୍ଚ କଲେ କେନ୍ଦ୍ର କୃଷି ମନ୍ତ୍ରୀ
ସାହାକର କୋପଟ୍ୟୁବ୍ ଏନସିଡିସି ଚ୍ୟାନେଲ ଲଞ୍ଚ କଲେ କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: ସାହାକର କୋପଟ୍ୟୁବ୍ ଏନସିଡିସି ଚ୍ୟାନେଲ ଲଞ୍ଚ କଲେ କେନ୍ଦ୍ର କୃଷି ମନ୍ତ୍ରୀ । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ଜାତୀୟ ସମବାୟ ବିକାଶ ନିଗମର ଏକ ନୂତନ ପଦକ୍ଷେପ ସାହାକର କୋପଟ୍ୟୁବ୍ ଏନସିଡିସି ଚ୍ୟାନେଲ ଲଞ୍ଚ କରିଛନ୍ତି। ଏହି ଅବସରରେ ଶ୍ରୀ ତୋମାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଆତ୍ମ ନିର୍ଭର ଭାରତର ବିଭିନ୍ନ ଦିଗକୁ କାର୍ଯ୍ୟକାରୀ କରିବାରେ ତାଙ୍କ ମନ୍ତ୍ରଣାଳୟ ଆଗରେ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାରେ ଦେଶରେ ସମବାୟ ସମିତିର ପ୍ରମୁଖ ଭୂମିକା ରହିଛି। ହିନ୍ଦୀ ଏବଂ ଆଞ୍ଚଳିକ ଭାଷାରେ 18ଟି ବିଭିନ୍ନ ରାଜ୍ୟ ପାଇଁ ‘ଏକ ସମବାୟ ସମିତିର ଗଠନ ଏବଂ ପଞ୍ଜୀକରଣ’ ଉପରେ ଏନସିଡିସି ଦ୍ୱାରା ପ୍ରସ୍ତୁତ ଗାଇଡ୍ ଭିଡିଓ ମଧ୍ୟ ମନ୍ତ୍ରୀ ଉନ୍ମୋଚନ କରିଥିଲେ। କେନ୍ଦ୍ର ସରକାର ଆତ୍ମ ନିର୍ଭର ଭାରତ ଅଧୀନରେ ଥିବା କୃଷିରେ ସହାୟତା ପାଇଁ ଅନେକ ପରିବର୍ତ୍ତନଶୀଳ ପଦକ୍ଷେପ ଏବଂ କ୍ଷେତ୍ର ନିର୍ଦ୍ଦିଷ୍ଟ ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି ବୋଲି ତୋମାର କହିଛନ୍ତି ।

ଏହା ୱାନ ନେସନ ୱାନ ମାର୍କେଟ ଆଡକୁ ହେଉଛି ଏକ ପଦକ୍ଷେପ, ଯାହାର ଉଦ୍ଦେଶ୍ୟ ଭାରତକୁ ବିଶ୍ବର ଖାଦ୍ୟ କାରଖାନା ବନାଇବା ।

Last Updated : Aug 5, 2020, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.