ମହାରାଷ୍ଟ୍ର: ରେଳଷ୍ଟେସନରେ ବଦଳିଗଲା ଔରଙ୍ଗାବାଦ ସହରର ନାମ । ଔରଙ୍ଗାବାଦ ଷ୍ଟେସନରେ ନାମ ଫଳକରେ ଲେଖାଯାଇଛି ସମ୍ଭାଜୀନଗର । ତେବେ ଏହା କିଛି ଦୁର୍ବୃତ୍ତଙ୍କ କାଣ୍ଡକାରାନାମା ବୋଲି ସୂଚନା ମିଳିଛି ।
ଖବର ଅନୁଯାୟୀ, ରେଳ ଯାତ୍ରୀମାନେ ଷ୍ଟେସନରେ ପହଞ୍ଚିବା ପରେ ଔରାଙ୍ଗବାଦର ନାଁ ପରିବର୍ତ୍ତନ ଦେଖି ଆଶ୍ଟର୍ଯ୍ୟ ହୋଇଯାଇଥିଲେ । ତେବେ ଏହି କାଣ୍ଡ ଭିଆଇଥିବା ବ୍ୟକ୍ତିଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଅଫିସର ରାମେଶ୍ବରମ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।
ବର୍ତ୍ତମାନ ସହର ପରିବର୍ତ୍ତନର ଏହି ଫଟୋ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । 3 ଜଣ ବ୍ୟକ୍ତି ଔରଙ୍ଗାବାଦ ରେଳ ଷ୍ଟେସନର ବୋର୍ଡରୁ ନାଁ ହଟାଉଥିବା ଫଟୋରେ ଦେଖିବାକୁ ମିଳିଛି । ଏହାସହ ଅନ୍ୟ ଜଣେ ଏହି ବୋର୍ଡ ସହ ଫଟୋ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି ।