ନୂଆଦିଲ୍ଲୀ: ଗାଜିଆବାଦ କୌଶାଂବୀ ସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି ହେଲେ ମୁଲାୟମ ସିଂହ ଯାଦବ । ପରିସ୍ରା ବନ୍ଦ ହୋଇଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖୁବଶୀଘ୍ର ମୁଲାୟମଙ୍କର ଅସ୍ତ୍ରୋପଚାର ହେବା ନେଇ ସୂଚନା ମିଳିଛି ।
ବର୍ତ୍ତମାନ ତାଙ୍କୁ ଅବଜରଭେସନରେ ରଖାଯାଇଛି । ଏନେଇ ଡାକ୍ତରୀ ଦଳ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ସର୍ଜରୀ ପାଇଁ ପ୍ରସ୍ତୁତ ଚାଲିଛି ।
ମୁଲାୟମଙ୍କ ସହ ପାର୍ଟିର କିଛି ନେତା ହସ୍ପିଟାଲରେ ଅଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଦିଲ୍ଲୀର ବରିଷ୍ଠ ନେତା ହସ୍ପିଟାଲ ଆସି ମୁଲାୟମଙ୍କୁ ଭେଟିଛନ୍ତି ।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ