ETV Bharat / bharat

ହରିୟାଣା ସରକାର ଗଠନ: ଗୋପାଳ କାଣ୍ଡାଙ୍କ ସମର୍ଥନରେ ଖପ୍ପା ଉମା ଭାରତୀ - ଗୋପାଳ କାଣ୍ଡା ବିଜେପି ସମର୍ଥନ

ବିଜେପିର ବରିଷ୍ଠ ନେତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦଳକୁ ବାଟ ଦେଖାଇବା ସହ ଗୋପାଳଙ୍କ ସମର୍ଥନକୁ ଟାର୍ଗେଟ କରି ଟ୍ବିଟ କରିଛନ୍ତି । ଅଧିକ ପଢନ୍ତୁ..

ଡିଜାଇନ ଫଟୋ
author img

By

Published : Oct 25, 2019, 7:39 PM IST

ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ନମିଳିବା ପରେ ବିଜେପି ଶିବିରରେ ସରକାର ଗଠନକୁ ନେଇ ଝାଳବୁହା ପରିଶ୍ରମ । ଏପଟେ ବହୁମତ ସାବ୍ୟସ୍ତ କରିବା ପାଇଁ ସବୁଆଡୁ ସମର୍ଥନ ଯୋଗାଡରେ ବିଜେପି । ସ୍ବାଧୀନ ପ୍ରାର୍ଥୀଙ୍କୁ ନେଇ ବିଜେପି ସରକାର ଗଠନ କରିବା ପାଇଁ କଳ ଆଉ ବଳ ପ୍ରୟୋଗ କରୁଛି । ଏହା ଭିତରେ ବିଜେପିକୁ ବିଜୟ ସ୍ବାଧିନ ପ୍ରାର୍ଥୀ ଗୋପାଳ କାଣ୍ଡାଙ୍କ ସମର୍ଥନକୁ ନେଇ ଦଳ ମଧ୍ୟରୁ ଅକ୍ରୋଶ ଭାବ ପ୍ରକାଶ ପାଉଛି । ବିଜେପିର ବରିଷ୍ଠ ନେତ୍ରୀ, ପୂର୍ବକେନ୍ଦ୍ର ମନ୍ତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦଳକୁ ବାଟ ଦେଖାଇବା ସହ ଗୋପାଳଙ୍କ ସମର୍ଥନକୁ ଟାର୍ଗେଟ କରି ଟ୍ବିଟ କରିଛନ୍ତି ।

uma bharti says about gopal kand
ଫଟୋ ସୌଜନ୍ଯ: ସୋସିଆଲ ମିଡିଆ@umasribharti

ଉମା ଭାରତୀ ମଧ୍ୟ ଭାଜପାକୁ ଗୋପାଳଙ୍କ ସମର୍ଥନକୁ ନେଇ ଦେଖି ପ୍ରଶ୍ନ ଛିଡା କରିଛନ୍ତି । ସେ କହିଛନ୍ତି ଯେ, ଗୋପାଳ କାଣ୍ଡା ସେହି ବ୍ୟକ୍ତି, ଯାହାଙ୍କ କାରଣରୁ ଜଣେ ଯୁବତୀ ଆତ୍ମହତ୍ୟା କରିଥିଲେ ଓ ପରେ ନ୍ୟାୟ ନମିଳିବାରୁ ଯୁବତୀଙ୍କ ମା' ମଧ୍ୟ ଆତ୍ମହତ୍ୟା କରିଥିଲେ । ଏହି ଅଭିଯୋଗରେ ଅଭିଯୁକ୍ତ ତଥା ଏବେ ଏହା ବିଚାରାଧିନ ରହିଛି । ଏହାସହ ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ଜାମିନରେ ରହିଛି । ଏପରିସ୍ଥଳେ ବିଜେପିକୁ ତାଙ୍କ ସମର୍ଥନ ଗ୍ରହଣ କରିବା ଯୁକ୍ତି ସଙ୍ଗତ ନୁହେଁ ।

ଏହାସହ ଉମା ଭାରତୀ ଆହୁରି କହିଛନ୍ତି ଯେ, ଗୋପାଳ କାଣ୍ଡା ଦୋଷୀ କି ନିର୍ଦ୍ଦୋଶ ଆଇନ କହିବ । ମାତ୍ର ନିର୍ବାଚନ ଜିତିବା ପରେ ଲାଗିଥିବା ଅପରାଧିକ ଧୂଳି ଧୋଇଯିବ ନାହିଁ । ନିର୍ବାଚନ ଜିତିବା ପାଇଁ ଅନେକ ଫ୍ୟାକ୍ଟ ରହିଛି, ଯାହାର ଫାଇଦା ଗୋପାଳଙ୍କୁ ମିଳିଛି ।

ବିଜେପିକୁ ନିଜର ନୈତିକ ଅଧିଷ୍ଠାନକୁ ମନେ ରଖିବା ପାଇଁ ସେ ଅନୁରୋଧ କରିଛନ୍ତି । ଏହାସହ ହରିୟାଣାରେ ବିଜେପି ସରକାର ଗଠନ ନେଇ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ମାତ୍ର ନିର୍ମଳ ଭାବମୂର୍ତ୍ତି ଲୋକଙ୍କୁ ଯୋଡି ସରକାର ଗଢିବା ପାଇଁ ସେ ଜୋର ଦେଇଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.