ETV Bharat / bharat

ବିଶ୍ବର 2 ତୃତୀୟାଂଶ ସ୍କୁଲପିଲାଙ୍କ ଘରେ ପହଞ୍ଚିନି ଇଣ୍ଟରନେଟ୍‌ ସେବା: UNICEF-ITU ରିପୋର୍ଟ

ଆଧୁନିକ ଯୁଗରେ ପିଲାମାନଙ୍କ ପାଠ ପଢିବା ପାଇଁ ଇଣ୍ଟରନେଟ୍‌ ଗୁରୁତ୍ବପୂର୍ଣ୍ଣ ହୋଇପଡିଥିବା ବେଳେ କୋରୋନା ମହାମାରୀ ଇଣ୍ଟରନେଟ୍‌ର ଭୂମିକାକୁ ଆହୁରି ବଢେଇ ଦେଇଛି । ତେବେ ଏହି ସମୟରେ ମଧ୍ୟ ବିଶ୍ବର 2 ତୃତୀୟାଂଶ ସ୍କୁଲପିଲାଙ୍କ ଘରେ ଇଣ୍ଟରନେଟ୍‌ ସେବା ପହଞ୍ଚି ପାରିନାହିଁ । ଅଧିକ ପଢନ୍ତୁ...

UNICEF-ITU report
ବିଶ୍ବର 2 ତୃତୀୟାଂଶ ସ୍କୁଲପିଲାଙ୍କ ଘରେ ପହଞ୍ଚିନି ଇଣ୍ଟରନେଟ୍‌ ସେବା: UNICEF-ITU ରିପୋର୍ଟ
author img

By

Published : Dec 4, 2020, 6:25 PM IST

ହାଇଦ୍ରାବାଦ: ବର୍ତ୍ତମାନ ଯୁଗର ପିଲାମାନେ ପାଠ ପଢିବା ପାଇଁ ଇଣ୍ଟରେନେଟ୍‌ ଉପରେ ନିର୍ଭର କରୁଛନ୍ତି । ଶ୍ରେଣୀକକ୍ଷରେ ପାଠ ନ ବୁଝି ପାରିଲେ ଇଣ୍ଟରନେଟ୍‌ରେ ଉପଲବ୍ଧ ହେଉଥିବା ବିଭିନ୍ନ ଭିଡିଓ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି । ସେପଟେ କୋରୋନା ଭଳି ମହାମାରୀ ପିଲାମାନଙ୍କ ପାଠପଢା ପାଇଁ ଇଣ୍ଟରେନେଟ୍‌ର ବ୍ୟବହାରକୁ ଜରୁରୀ କରିଦେଇଛି । ପିଲାମାନଙ୍କ ଅନଲାଇନ ପାଠ୍ୟକ୍ରମ ପାଇଁ ଉତ୍ତମ ଇଣ୍ଟରନେଟ୍‌ ସେବା ଦେଶର କୋଣ ଅନୁକୋଣରେ ପହଞ୍ଚିବା ନିତାନ୍ତ ଆବଶ୍ୟକ ହୋଇପଡିଛି । କିନ୍ତୁ ୟୁନିସେଫ୍ ଏବଂ ଆନ୍ତର୍ଜାତୀୟ ଟେଲିକମ୍ ୟୁନିଅନ୍ (ITU) ର ଏକ ନୂତନ ମିଳିତ ରିପୋର୍ଟ ଅନୁଯାୟୀ ବିଶ୍ବରେ ମାତ୍ର ଦୁଇ ତୃତୀୟାଂଶ ସ୍କୁଲ ବୟସର ପିଲାମାନେ ତଥା 3 ରୁ 17 ବର୍ଷ ବୟସର 1.3 ବିଲିୟନ ପିଲାଙ୍କ ଘରେ ଇଣ୍ଟରନେଟ୍‌ର ସଂଯୋଗ ନାହିଁ ।

UNICEF-ITU report
ବିଶ୍ବର 2 ତୃତୀୟାଂଶ ସ୍କୁଲପିଲାଙ୍କ ଘରେ ପହଞ୍ଚିନି ଇଣ୍ଟରନେଟ୍‌ ସେବା: UNICEF-ITU ରିପୋର୍ଟ

ସେପଟେ 15ରୁ 24 ବର୍ଷର ପ୍ରାୟ 63 ପ୍ରତିଶତ ତଥା 75 କୋଟିରୁ ଅଧିକ ପିଲା ଓ ଯୁବପିଢିଙ୍କ ନିକଟରେ ଏପର୍ଯ୍ୟନ୍ତ ପହଞ୍ଚିପାରିନି ଇଣ୍ଟରନେଟ୍‌ ସେବା । ପିଲାଙ୍କ ନିକଟରେ ଇଣ୍ଟରେନେଟ୍‌ ସେବା ପହଞ୍ଚି ପାରୁନଥିବାରୁ ଡିଜିଟାଲ ଯୁଗରେ ଏହା ଏକ ବଡ ଡିଜିଟାଲ ବ୍ୟବଧାନ ବୋଲି ୟୁନିସେଫ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ କହିଛନ୍ତି । ଇଣ୍ଟରନେଟ୍‌ ସେବା ପିଲା ଏବଂ ଯୁବକମାନଙ୍କ ନିକଟରେ ନ ପହଞ୍ଚିବା ଦ୍ବାରା ଅନଲାଇନ୍ ସଂଯୋଗ କରିବାର ଓ ଡିଜିାଟାଲ ଯୁଗରେ ବୈଷୟିକ ଜ୍ଞାନକୌଳ ହାସଲ କରିବାର ସେମାନଙ୍କ କ୍ଷମତାକୁ ସୀମିତ ରଖୁଛି । ଏହା ସେମାନଙ୍କୁ ପ୍ରତିଯୋଗିତାରେ ପ୍ରତିରୋଧ କରିବା ସହିତ ଆଧୁନିକ ଅର୍ଥନୀତି ଦୁନିଆରୁ ସେମାନଙ୍କୁ ଅଲଗା ରଖୁଛି ।

କୋଭିଡ-19 ବିଦ୍ୟାଳୟ ବନ୍ଦ ଦ୍ବାରାବିଶ୍ବବ୍ୟାପୀ ପ୍ରାୟ ଏକ ଚତୁର୍ଥାଂଶ ଛାତ୍ର ପ୍ରଭାବିତ ହୋଇଛନ୍ତି, ଶହ ଶହ କୋଟି ଛାତ୍ରଙ୍କୁ ମହାମାରୀ ଭର୍ଚ୍ଚୁଆଲ୍ ଶିକ୍ଷା ଉପରେ ନିର୍ଭର କରିବାକୁ ବାଧ୍ୟ କରୁଛି । ଯେଉଁମାନଙ୍କ ପାଇଁ ଇଣ୍ଟରନେଟ୍ ପ୍ରବେଶ ନାହିଁ, ସେମାନେ ନିକଟରେ ଶିକ୍ଷା ଉପଲବ୍ଧ ହୋଇପାରିବ ନାହିଁ । ଫଳରେ ସେମାନେ କୋଭିଡ-19 ମହାମାରୀ ସମୟରେ ଶିକ୍ଷା ଗ୍ରହଣ କରିବା କ୍ଷେତ୍ରରୁ ବଞ୍ଚିତ ରହିବେ । ବିଶ୍ବରେ ଧନୀଶ୍ରେଣୀର ପ୍ରାୟ 58 ପ୍ରତିଶତ ସ୍କୁଲପିଲାଙ୍କ ଘରେ ଇଣ୍ଟରନେଟ୍‌ ସେବା ରହିଥିବା ବେଳେ 16 ପ୍ରତିଶତ ଦରିଦ୍ର ଶ୍ରେଣୀର ସ୍କୁଲପିଲାଙ୍କ ଘରେ ଇଣ୍ଟରନେଟ ସେବା ରହିଛି ।

ଗ୍ରାମାଞ୍ଚଳରେ ଇଣ୍ଟରନେଟ ସେବା ପହଞ୍ଚାଇବା ଏକ ଗୁରୁତ୍ବପୂର୍ଣ୍ଣ ଆହ୍ବାନ ବୋଲି ITUର ସାଧାରଣ ସମ୍ପାଦକ ହୌଲିନ ଜାହୋ କହିଛନ୍ତି । ଚଳିତ ବର୍ଷ ଏକ ତଥ୍ୟ ଅନୁଯାୟୀ, ଗ୍ରାମାଞ୍ଚଳର ବୃହତ ଅଂଶଗୁଡିକ ମୋବାଇଲ୍ ବ୍ରଡବ୍ୟାଣ୍ଡ ନେଟୱାର୍କରେ ଏବେ ମଧ୍ୟ ଅନ୍ତର୍ଭୂକ୍ତ ହୋଇନାହାନ୍ତି ଏବଂ କମ୍ ଗ୍ରାମୀଣ ପରିବାରର ଲୋକମାନେ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି । ବିକଶିତ ତଥା ବିକାଶଶୀଳ ଦେଶ ମଧ୍ୟରେ ମୋବାଇଲ୍ ବ୍ରଡବ୍ୟାଣ୍ଡ ଗ୍ରହଣ ଏବଂ ଇଣ୍ଟରନେଟ୍ ବ୍ୟବହାରରେ ବ୍ୟବଧାନ ବିଶେଷ ଭାବରେ ବୃହତ ରହିଛି । ଫଳରେ ସ୍ବଳ୍ପ ଆୟକାରୀ ଦେଶ ଏବଂ ଗ୍ରାମାଞ୍ଚଳର ପ୍ରାୟ 1.3 ବିଲିୟନ ବା 13 କୋଟି ସ୍କୁଲ ବୟସର ପିଲାମାନେ ଇଣ୍ଟରନେଟ୍‌ ଅଭାବରୁ ସେମାନଙ୍କ ଶିକ୍ଷାରୁ ବଞ୍ଚିତ ହେବାର ଆଶଙ୍କା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.