ETV Bharat / bharat

କାଶ୍ମୀରର ଦୁଇ ଭାଇ ପ୍ରସ୍ତୁତ କଲେ ‘ନ୍ୟୁକୁଲାର’, ଚୀନା ‘ଟିକ୍‌ଟକ୍‌’ର ଏକ ବିକଳ୍ପ

author img

By

Published : Oct 10, 2020, 8:53 PM IST

କାଶ୍ମୀରର ବଡ଼ଗାମ ଜିଲ୍ଲାର ଦୁଇ ଭାଇ ମିଶି ସ୍ବଳ୍ପ ଅବଧିର ଭିଡିଓ କ୍ଲିପିଂ ପାଇଁ ଏକ ମୋବାଇଲ ଆପ୍‌ ତିଆରି କରିଛନ୍ତି, ନିକଟରେ ଲଦାଖ ଅଞ୍ଚଳର ଭାରତ-ଚୀନ ସୀମାବର୍ତ୍ତୀ ଇଲାକାରେ ମୁହାଁମୁହିଁ ପରିସ୍ଥିତି ପରିପ୍ରେକ୍ଷୀରେ ‘ସୁରକ୍ଷା’ କାରଣରୁ ଭାରତ ସରକାରଙ୍କ ଦ୍ବାରା ନିଷିଦ୍ଧ ହୋଇଥିବା ଚୀନର ‘ଟିକ୍‌ଟକ୍‌’ ଆପ୍‌ର ଏହା ଏକ ବିକଳ୍ପ ।

କାଶ୍ମୀରର ଦୁଇ ଭାଇ ପ୍ରସ୍ତୁତ କଲେ ‘ନ୍ୟୁକୁଲାର’,

କେନ୍ଦ୍ରୀୟ କାଶ୍ମୀରର ବଡ଼ଗାମ ଜିଲ୍ଲାର ଦୁଇ ଭାଇ ମିଶି ସ୍ବଳ୍ପ ଅବଧିର ଭିଡିଓ କ୍ଲିପିଂ ପାଇଁ ଏକ ମୋବାଇଲ ଆପ୍‌ ତିଆରି କରିଛନ୍ତି, ନିକଟରେ ଲଦାଖ ଅଞ୍ଚଳର ଭାରତ-ଚୀନ ସୀମାବର୍ତ୍ତୀ ଇଲାକାରେ ମୁହାଁମୁହିଁ ପରିସ୍ଥିତି ପରିପ୍ରେକ୍ଷୀରେ ‘ସୁରକ୍ଷା’ କାରଣରୁ ଭାରତ ସରକାରଙ୍କ ଦ୍ବାରା ନିଷିଦ୍ଧ ହୋଇଥିବା ଚୀନର ‘ଟିକ୍‌ଟକ୍‌’ ଆପ୍‌ର ଏହା ଏକ ବିକଳ୍ପ । ‘ନ୍ୟୁକୁଲାର’ (Nucular) ନାମରେ ନାମିତ ଏହି ଆପ୍‌ ଏବେ ଗୁଗ୍‌ଲ ପ୍ଲେ ଷ୍ଟୋର୍‌ରେ ଉପଲବ୍‌ଧ । ସଫ୍‌ଟୱେୟାର ଇଞ୍ଜିନିୟର ମହମ୍ମଦ ଫାରୁକ୍‌ ୱାନି ଏବଂ ଏମ୍‌ବିଏ ସହିତ ସଫ୍‌ଟୱେୟାରରେ ଡିପ୍ଲୋମା ହାସଲ କରିଥିବା ତାଙ୍କ ସାନଭାଇ ଟିପୁ ସୁଲତାନ ୱାନି ମିଶି ଏ ପର୍ଯ୍ୟନ୍ତ ଅତି ସଫଳତାର ସହ ତିନିଟି ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରିଛନ୍ତି । ଏହି କ୍ରମରେ ଚୀନା ‘ଟିକ୍‌ଟକ୍‌’ ଆପ୍‌ର ବିକଳ୍ପ ଭାବେ ପରିଗଣିତ ‘ନ୍ୟୁକୁଲାର’ ଦୁଇଭାଇଙ୍କର ସଦ୍ୟତମ ସୃଷ୍ଟି । ଅଳ୍ପ କେଇ ଦିନରେ ଶହେରୁ ଅଧିକ ଲୋକ ଏହି ଆପ୍‌କୁ ସେମାନଙ୍କ ମୋବାଇଲରେ ଡାଉନ୍‌ଲୋଡ୍‌ କରିସାରିଛନ୍ତି ।

ପୂର୍ବରୁ, ୱାନି ଭ୍ରାତୃଦ୍ବୟ ଦୁଇଟି ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରିଥିଲେ । ‘ଡକ୍ୟୁମେଣ୍ଟ ସ୍କାନର’ ଏବଂ “ଫାଇଲ୍‌ ଶେୟାରଇଟ୍‌ ଟୁଲ୍‌”, ଯେଉଁ ଦୁଇଟି ଯଥାକ୍ରମେ ଚୀନ୍‌ର ‘ଶେୟାରଇଟ୍‌’ ଏବଂ ‘କ୍ୟାମ୍‌ ସ୍କାନର’ର ବିକଳ୍ପ । ପ୍ରାସଙ୍ଗିକ ଭାବେ, ଲଦାଖର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ଉତ୍ତେଜନା ଦେଖାଦେବା ପରେ ଏଇ କିଛି ମାସ ଭିତରେ ଭାରତ ସରକାର ଚୀନର ‘ଟିକ୍‌ଟିକ୍‌’ ସମେତ 224ଟି ମୋବାଇଲ୍‌ ଆପ୍‌ ବ୍ଲକ୍‌ କରିଦେଇଛନ୍ତି । ‘ଟିକ୍‌ଟକ୍‌’ ଥିଲା ଭାରତରେ ବହୁଳ ବ୍ୟବହୃତ ଏକ ଲୋକପ୍ରିୟ ମୋବାଇଲ ଆପ୍ଲିକେସନ୍‌ । ଏହା ଉପରେ ନିଷେଧାଦେଶ ଜାରି ପୂର୍ବରୁ ସାଧାରଣ ଲୋକଙ୍କ ସମତେ ବହୁସଂଖ୍ୟକ ଚଳଚ୍ଚିତ୍ର ତାରକା ମଧ୍ୟ ଏହି ଆପ୍‌କୁ ବ୍ୟବହାର କରୁଥିଲେ । ‘ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ’ କଥାଟି ପୁଣି ଥରେ ଠିକ୍‌ ବୋଲି ପ୍ରମାଣିତ ହୋଇଛି । ‘ଟିକ୍‌ଟକ୍‌’ ଉପରେ ନିଷେଧାଦେଶ ପରେ ସେହିଭଳି ଏକ ବିକଳ୍ପ ଆପ୍‌ର ଆବଶ୍ୟକତା ସୃଷ୍ଟି ହୋଇଥିଲା ଏବଂ ଏହା ଫଳରେ ହିଁ ଦୁଇ ଭାଇ ଏଭଳି ଏକ ଆପ୍‌ ଉଦ୍ଭାବନ କରିଥିଲେ ।

ପୂର୍ବରୁ ୱାନି ଭ୍ରାତୃଦ୍ବୟ ପ୍ରସ୍ତୁତ କରିଥିବା “ଫାଇଲ୍‌ ଶେୟାରଇଟ୍‌” ଏବଂ “ଡକ୍ୟୁମେଣ୍ଟ ସ୍କାନର ଟୁଲ୍‌” ନାମକ ଦୁଇଟି ଆପ୍‌ ମଧ୍ୟ ଗୁଗ୍‌ଲ ପ୍ଲେ ଷ୍ଟୋର୍‌ରେ ଉପଲବ୍‌ଧ ହେଉଛି । “ଫାଇଲ୍‌ ଶେୟାରଇଟ୍‌ ଟୁଲ୍‌”କୁ ଏ ପର୍ଯ୍ୟନ୍ତ ଦଶ ହଜାରରୁ ଅଧିକ ଲୋକ ଡାଉନ୍‌ଲୋଡ୍‌ କରିସାରିଲେଣି । ବ୍ୟବହାରକାରୀଙ୍କ ଦ୍ବାରା ଏହାକୁ 4.1 ରେଟିଂ ମିଳିଛି । “ଡକ୍ୟୁମେଣ୍ଟ ସ୍କାନର ଟୁଲ୍‌”କୁ ଶହେରୁ ଅଧିକ ଲୋକ ଡାଉନ୍‌ଲୋଡ୍‌ କରିସାରିଲେଣି । ଉଭୟ ଆପ୍‌କୁ ପ୍ରଶଂସା କରି ବ୍ୟବହାରକାରୀମାନେ ମତାମତ ଦେଇଛନ୍ତି । ପ୍ରଧାନ ମନ୍ତ୍ରୀ ମୋଦି ମଧ୍ୟ ତାଙ୍କ ‘ମନ୍‌ କୀ ବାତ୍‌’ ରେଡିଓ କାର୍ଯ୍ୟକ୍ରମରେ ଚୀନା ଆପ୍‌ର ବିକଳ୍ପ ଆପ୍‌ ପ୍ରସ୍ତୁତ କରିଥିବା କାଶ୍ମୀରର ଏହି ଦୁଇ ଭାଇଙ୍କୁ ପ୍ରଶଂସା କରିଛନ୍ତି । ଇଟିଭି ଭାରତ ସହ ବାର୍ତ୍ତାଳାପ ଅବସରରେ ଟିପୁ ସୁଲତାନ ୱାନି କହିଛନ୍ତି ଯେ, ସରକାରଙ୍କ ଦ୍ବାରା ଚୀନର ଆପ୍ ‌ଗୁଡ଼ିକ ନିଷିଦ୍ଧ ହୋଇଯିବା ପରେ ତାହା ବଦଳରେ ବିକଳ୍ପ ଆପ୍‌ ପ୍ରସ୍ତୁତ କରିବାକୁ ସେମାନେ ଚିନ୍ତା କରିଥିଲେ । ସେ କହିଲେ, “ଲୋକେ ଆମ କାମର ପ୍ରଶଂସା କରିଛନ୍ତି ।

ଆମେ ପୂର୍ବରୁ ତିଆରି କରିଥିବା ଦୁଇଟି ଆପ୍‌ ଦେଖିବା ପରେ ‘ଟିକ୍‌ଟକ୍‌’ର ମଧ୍ୟ ଏକ ବିକଳ୍ପ ତିଆରି କରିବାକୁ ବହୁ ଲୋକ ଆମକୁ କହିଥିଲେ । ଆମେ ଦୁଇ ଭାଇ ମିଶି ଏହି “ନ୍ୟୁକୁଲାର” ଆପ୍‌ ପ୍ରସ୍ତୁତିକୁ ଗୋଟିଏ ମାସ ଭିତରେ ସଂପୂର୍ଣ୍ଣ କରିଥିଲୁ । ଏହି ଆପ୍‌ର ମୋଡ୍ୟୁଲ୍‌କୁ ଆମେ ଏପରି ଭାବରେ ପ୍ରସ୍ତୁତ କରିଛୁ ଯେ 2ଜି ଇଣ୍ଟରନେଟ୍‌ ସ୍ପୀଡ୍‌ରେ ମଧ୍ୟ ଏହାର ଉପଯୋଗ କରାଯାଇ ପାରିବ । ‘ନ୍ୟୁକୁଲାର’ ଠିକ୍‌ ‘ଟିକ୍‌ଟକ୍‌’ ଭଳି କାମ କରେ । ହେଲେ, ଭିନ୍ନ ଢଙ୍ଗରେ ଏହାର ଡିଜାଇନ ଓ ପ୍ରସ୍ତୁତି ସଂପନ୍ନ ହୋଇଛି । ଏହି ଆପ୍‌ରେ ଆମେ କେତେକ ସ୍ବତନ୍ତ୍ର ବୈଶିଷ୍ଟ୍ୟ ସାମିଲ କରିଛୁ ଏବଂ ନିକଟ ଭବିଷ୍ୟତରେ ଆମେ ପୁଣି ଏହାକୁ ଅପ୍‌ଗ୍ରେଡ୍‌ କରିବୁ ।” ୱାନି ଆହୁରି କହିଲେ, “ଏହି ଆପ୍‌ରେ ପାଞ୍ଚ ଶହ କିମ୍ବା ତା’ଠାରୁ ଅଧିକ ଫଲୋଅର୍‌ ରହିବା ପରେ, ଏଥିରେ ସ୍ବୟଂକ୍ରିୟ ଭାବରେ ଏକ ୟୁଜର ଆକାଉଣ୍ଟ କାର୍ଯ୍ୟକ୍ଷମ ହେବ । ଏହି ଆପ୍‌ ଜରିଆରେ ବ୍ୟବହାରକାରୀ 2,000 ଟଙ୍କା ପର୍ଯ୍ୟନ୍ତ ରୋଜଗାରର ସୁଯୋଗ ମଧ୍ୟ ପାଇପାରିବେ । କାଶ୍ମୀରର ଯୁବ ବର୍ଗ ପାଇଁ ତାଙ୍କ ବାର୍ତ୍ତାରେ, ୱାନି କହନ୍ତି, “ଦିନକୁ ଦିନ ବେକାର ସମସ୍ୟା ବଢ଼ିବାରେ ଲାଗିଛି ଏବଂ ଜୀବିକା ଅର୍ଜନ ସହିତ ଅନ୍ୟମାନଙ୍କର ହିତସାଧନ ପାଇଁ ଆମକୁ ସୃଜନାତ୍ମକ ଉପାୟ ସନ୍ଧାନ କରିବାକୁ ପଡ଼ିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.