ETV Bharat / bharat

ଦାନ୍ତେୱାଡାରେ ଆଇଡି ବିସ୍ଫୋରଣ, 2 ଯବାନ ଆହତ

ଛତିଶଗଡ ଦାନ୍ତେୱାଡା ଜିଲ୍ଲାର କାଲେପାଲଠାରେ ସୋମବାର ଆଇଇଡି ବିସ୍ଫୋରଣ ହୋଇଛି । ଘଟଣାରେ 2 ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି ।

author img

By

Published : Jul 6, 2020, 5:48 PM IST

ଦନ୍ତେୱାଡାରେ ଆଇଡି ବିସ୍ଫୋରଣ
ଦନ୍ତେୱାଡାରେ ଆଇଡି ବିସ୍ଫୋରଣ

ରାୟପୁର: ଛତିଶଗଡ଼ରେ ପୁଣି ମାତିଲେ ନକ୍ସଲ । ଛତିଶଗଡ ଦାନ୍ତେୱାଡା ଜିଲ୍ଲାର କାଲେପାଲଠାରେ ସୋମବାର ଆଇଇଡି ବିସ୍ଫୋରଣ ହୋଇଛି । ଘଟଣାରେ 2 ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସେପଟେ ସୁରକ୍ଷାକର୍ମୀ ଅନ୍ୟ 6ଟି ଆଇଡି ଜବତ କରିଥିବା ଜଣାପଡିଛି । ମରଜୁମ ଏବଂ କାଲେପାଲ ଅଞ୍ଚଳରୁ 3ଟି ଲେଖାଏଁ ଆଇଇଡି ଜବତ ହୋଇଛି । ଏନେଇ ଦାନ୍ତେୱାଡା ଏସପି ଅଭିଶେଖ ପଲ୍ଲଭ ସୂଚନା ଦେଇଛନ୍ତି ।

ସେପଟେ ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଛତିଶଗଡରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ନକ୍ସଲମାନେ ଲଗାତାର ଆଇଇଡିର ବ୍ୟବହାର କରୁଛନ୍ତି । ଏହା ପୂର୍ବରୁ ଶୁକ୍ରବାର ଦାନ୍ତେୱାଡା ଜିଲ୍ଲାରୁ 4 କିଲୋଗ୍ରାମ ଓଜନ ବିଶିଷ୍ଟ ଏକ ଶକ୍ତିଶାଳୀ ଆଇଇଡି ଜବତ କରାଯାଇଥିଲା । ବିସ୍ଫୋରକକୁ ଏକ ଷ୍ଟିଲ ପାତ୍ରରେ ରଖାଯାଇଥିଲା । ଯାହାକୁ ଭୂମି ତଳେ ପୋତି ଦିଆଯାଇଥିଲା। ରିଜର୍ଭ ଗାର୍ଡ (ଡିଆରଜି) କର୍ମଚାରୀଙ୍କ ଦ୍ୱାରା ସର୍ଚ୍ଚ ଅପରେଶନ ସମୟରେ ଏହି ଆଇଡି ଜବତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.