କରାଚି: ସାରା ଦେଶହୋଲିରେ ମସଗୁଲ ଥିବାବେଳେ ପାକିସ୍ତାନରେ ଦୁଇ ହିନ୍ଦୁ ନାବାଳିକାଙ୍କୁ କରାଯାଇଛି ଅପହରଣ । ଖାଲି ସେତିକି ନୁହେଁଇସଲାମ ଧର୍ମରେ ପରିବର୍ତ୍ତିତ ହେବା ପାଇଁ ସେମାନଙ୍କୁଜୋର ଜବରଦସ୍ତ ବାଧ୍ୟକରାଯାଇଛି । ପୀଡିତାଙ୍କ ଭାଇ ଏନେଇଅଭିଯୋଗ କରିଛନ୍ତି ।
ପାକିସ୍ତାନରେ ଥିବା ଭାରତୀୟ ହାଇ କମିଶନରଙ୍କୁଏନେଇ ରିପୋର୍ଟ ମାଗିଛନ୍ତିବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ । ସେପଟେ ସୁଷମାଙ୍କ ଟ୍ବିଟ୍ ପରେ ଏହାରଜବାବ ଦେଇଛନ୍ତିପାକିସ୍ତାନସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀ । ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଘଟଣାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଫୱାଦ।
ତେବେ ଦ’ ଏକ୍ସପ୍ରେସ ଟ୍ରିବ୍ୟୁନ (ହିନ୍ଦୁ ସମୁଦାୟ)ନେତା ଏହି ଅଭିଯୋଗକୁଖଣ୍ଡନ କରିଛନ୍ତି ।ଅପହୃତା ନାବାଳିକାଅନୁସୂଚିତ ଜାତିର । ସେମାନଙ୍କୁ 21 ମାର୍ଚ୍ଚରେ କୋହବର ଏବଂ ମଲ୍ଲିକ ଜନଜାତିସମ୍ପ୍ରଦାୟଅପହରଣ କରିଥିବା କହିଛନ୍ତି ହିନ୍ଦୁ ନେତା। ସେହିପରି ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହୋଇଛି ।
ଆମକୁ କେହି ଅପହରଣ କରି ନାହାନ୍ତି । ସ୍ବଇଚ୍ଛାରେ ଇସଲାମ ଧର୍ମ ଆପଣାଇଥିବା ଦୁଇ ନାବାଳିକା କହୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଭାଇରାଲ ଭିଡିଓକୁ ନେଇ ନିଜ କଥା ବଦଳାଇ ଦେଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ । ଇମରାନ ଖାନଙ୍କ ଏହା ନୂଆ ପାକିସ୍ତାନ । ସେହିପରି ଦେଶର ପତାକା ମଧ୍ୟ ସଂଖ୍ୟାଲଘୁକୁ ଦର୍ଶାଉଛି । ଏଣୁ ସେମାନଙ୍କ ସୁରକ୍ଷା ପାକିସ୍ତାନ ସରକାରଙ୍କ ଦାୟିତ୍ବ । ମୋଦି ସରକାର ଅନ୍ୟ ଦେଶର ମାମଲାରେ ହସ୍ତକ୍ଷେପ ନ କରିବା ତାଙ୍କ ପାଇଁ ଉଚିତ ହେବ ।