ଜମ୍ମୁ: ମିଥ୍ୟା ଦସ୍ତାବିଜ ଆଧାରରେ ଜମ୍ମୁ କାଶ୍ମୀରର ଦୁଇ ପୂର୍ବ ଜିଲ୍ଲାପାଳ ଗିରଫ ହୋଇଛନ୍ତି । ବିନା ଲାଇସେନ୍ସରେ ମିଥ୍ୟା ଦସ୍ତାବିଜ ଆଧାରରେ ଅଧିକ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ରଖିଥିବା ଅଭିଯୋଗରେ ଗିରଫ କରିଛି ସିବିଆଇ । କୁପୱାରା ଜିଲ୍ଲାର ପୂର୍ବ ଜିଲ୍ଲାପାଳ ରାଜୀବ ରଞ୍ଜନ ଓ ଇତରିତ୍ ହୁସେନ୍ ରାଫିକିଙ୍କୁ ଗିରଫ କରାଯାଇଛି । ଏପରିକି ଦୁହେଁ ଆଇଏଏସ ଅଫିସର ମଧ୍ୟ ।
ଅଫିସରଙ୍କ ମତରେ ସିବିଆଇ ଯାଞ୍ଚ ସମୟରେ ଏହି ତଥ୍ୟା ସାମ୍ନାକୁ ଆସିଛି । ପ୍ରକାଶଥାଉକି, ରାଜୀବ ରଞ୍ଜନ 2015-2016 ଯାଏଁ ଜିଲ୍ଲାପାଳ ଥିବାବେଳେ ରାଫିକି 2013-2015 ଯାଏଁ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ଏପରିକି ଦୁହେଁ ଆଇଏଏସ ଅଫିସର ମଧ୍ୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ