ETV Bharat / bharat

କୃଷକ ଆନ୍ଦୋଳନରୁ ଓହରିଲେ ଦୁଇ ପ୍ରମୁଖ କୃଷକ ସଂଗଠନ

ଦୀର୍ଘଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନରୁ ଓହରିଲେ ଦୁଇ ପ୍ରମୁଖ କୃଷକ ସଂଗଠନ । ଅଧିକ ପଢନ୍ତୁ....

କୃଷକ ଆନ୍ଦୋଳନରୁ ଓହରିଲେ ଦୁଇ ପ୍ରମୁଖ କୃଷକ ସଂଗଠନ
କୃଷକ ଆନ୍ଦୋଳନରୁ ଓହରିଲେ ଦୁଇ ପ୍ରମୁଖ କୃଷକ ସଂଗଠନ
author img

By

Published : Jan 27, 2021, 6:21 PM IST

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନରୁ ଓହରିଲେ ଦୁଇ ପ୍ରମୁଖ କୃଷକ ସଂଗଠନ । ରାଷ୍ଟ୍ରୀୟ କୃଷକ ମଜଦୁର ସଂଗଠନ ଓ ଭାରତୀୟ କିଷାନ ୟୁନିୟନ ଆନ୍ଦୋଳନରୁ ଓହରି ଯାଇଥିବା ସୂଚନା ମିଳିଛି । ଦୁଇ କୃଷକ ସଂଗଠନର ଶିର୍ଷ ନେତା ଆନ୍ଦୋଳନ ପ୍ରତ୍ୟାହାର କରିଥିବା ନେଇ ଗଣମାଧ୍ୟମକୁ ସ୍ପଷ୍ଟ ସୂଚନା ଦେଇଛନ୍ତି ।

ରାଷ୍ଟ୍ରୀୟ କୃଷକ ମଜଦୁର ସଂଗଠନ ନେତା ଭିଏମ ସିଂ କହିଛନ୍ତି ଯେ ଏହି ଆନ୍ଦୋଳନ ଭୁଲ ଦିଗରେ ଚାଲିଛି । ଆଗାମୀ ଦିନରେ ହେବାକୁ ଥିବା କୌଣସି ପ୍ରତିବାଦରେ ତାଙ୍କ ସଂଗଠନ ଅଂଶ ଗ୍ରହଣ କରିବ ନାହିଁ । ଟ୍ରାକ୍ଟର ପରେଡ ସମୟରେ ବିଶୃଙ୍ଖଳା ସହ ଜଡିତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।

ଏହା ବ୍ୟତୀତ ଅନ୍ୟ ଏକ ପ୍ରମୁଖ କୃଷକ ସଂଗଠନ ଭାରତୀୟ କିଷାନ ୟୁନିଅନ (ଭାନୁ) ମଧ୍ୟ କୃଷକ ଆନ୍ଦୋଳନରୁ ଏହାର ନାମ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି । ୟୁନିୟନର ସଭାପତି ଠାକୁର ଭାନୁପ୍ରତାପ ମଧ୍ୟ ଆନ୍ଦୋଳନକୁ ପ୍ରତ୍ୟାହାର କରୁଥିବା କଥା ସ୍ପଷ୍ଟ କରିଛନ୍ତି । ଗଣତନ୍ତ୍ର ଦିବସ ହିଂସା ପାଇଁ ସେ ଦୁଖଃ ପ୍ରକାଶ କରିବା ସହ ହିଂସାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.