ETV Bharat / bharat

ରାମ ମନ୍ଦିର ଭୂମି ପୂଜା ପାଇଁ 151 ପବିତ୍ର ନଦୀର ଜଳ ନେଇ ଅଯୋଧ୍ୟା ପହଞ୍ଚିଲେ 2 ଭାଇ

ଅଯୋଧ୍ୟା ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଅନେକ ପବିତ୍ର ନଦୀରୁ ମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଆସୁଛି ଜଳ । ଅଧିକ ପଢନ୍ତୁ...

ରାମ ମନ୍ଦିର ଭୂମି ପୂଜା ପାଇଁ 151ଟି ପବିତ୍ର ନଦୀର ଜଳ ନେଇ ଅଯୋଧ୍ୟା ପହଞ୍ଚିଲେ 2 ଭାଇ

author img

By

Published : Aug 2, 2020, 3:34 PM IST

ନୂଆଦିଲ୍ଲୀ: ଅଗଷ୍ଟ 5ରେ ରାମ ମନ୍ଦିରର 'ଭୂମି ପୂଜନ' ପାଇଁ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀ ସହିତ ମେବାଡର ମାଟି ଓ ଜଳ ଅଯୋଧ୍ୟା ଅଣାଯିବ। ଏହା ବ୍ୟତୀତ ରାଜଧାନୀର ପବିତ୍ର 11 ସ୍ଥାନରୁ ମାଟିରେ ଭର୍ତ୍ତି ହୋଇଥିବା କଳସ ମଧ୍ୟ ଅଯୋଧ୍ୟା ପହଞ୍ଚିଛି । ଏହି ଧାରାରେ ଉତ୍ତରପ୍ରଦେଶର ଦୁଇ ଭାଇ ରାଧା ଶ୍ୟାମ ପାଣ୍ଡେ ଏବଂ ତାଙ୍କ ଭାଇ ଶବ୍ଦ ବୈଜ୍ଞାନିକ ମହାକାବୀ ତ୍ରିଫଳା ଯାହାଙ୍କ ବୟସ 70 ବର୍ଷରୁ ଅଧିକ, ସେମାନେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ 151 ରୁ ଅଧିକ ପବିତ୍ର ନଦୀର ଜଳ ଧରି ଅଯୋଧ୍ୟାରେ ପହଞ୍ଚିଛନ୍ତି। ଶବ୍ଦ ବୈଜ୍ଞାନିକ ମହାକାବୀ ତ୍ରିଫଳା ପିଲାଦିନରୁ ଦୃଷ୍ଟି ଶକ୍ତି ହରାଇଛନ୍ତି ।

ରାଧେ ଶ୍ୟାମ ପାଣ୍ଡେ କହିଛନ୍ତି ଯେ, 'ମୁଁ ଭାରତର 151 ନଦୀ, 8ଟି ବଡ ନଦୀ, 3ଟି ସମୁଦ୍ର ରୁ ଜଳ ଆଣିଛି । ସେ କହିଛନ୍ତି ଯେ, ମୁଁ ଶ୍ରୀଲଙ୍କାର ପବିତ୍ର ମାଟିକୁ 16ଟି ସ୍ଥାନରୁ ମାଟି, 5 ସମୁଦ୍ରର ଏବଂ 15ଟି ନଦୀରୁ ଜଳ ଆଣିଛି । ପାଦ, ସାଇକେଲ, ଟ୍ରେନ, ବିମାନରେ ଯାତ୍ରା କରି ଏସବୁ ଆଣିଛି' । 1968 ରୁ 2019 ପର୍ଯ୍ୟନ୍ତ ଯାତ୍ରା କରି ମୁଁ ଏସବୁ ସଂଗ୍ରହ କରିଛି ।

ରାୟପୁରର ଚନ୍ଦ୍ରଖୁରୀରେ ମାତା କୌଶଲ୍ୟା ମନ୍ଦିରରୁ ମାଟି ମଧ୍ୟ ରାମ ମନ୍ଦିରର ମୂଳଦୁଆରେ ଢଳାଯିବ।

ସିଦ୍ଧପୀଠ କାଲକାଜୀ, ପୁରାଣ କିଲା ସ୍ଥିତ ଶିଶଗଞ୍ଜ ଗୁରୁଦ୍ୱାରରେ ଅବସ୍ଥିତ ପ୍ରାଚୀନ ପାଣ୍ଡବ ଭୈରବ ମନ୍ଦିର, ଚାନ୍ଦନୀ ଚୌକ ଦିଗମ୍ବର ଜୈନ ଲାଲମନ୍ଦିର, ପ୍ରାଚୀନ ହନୁମାନ ମନ୍ଦିର ଏବଂ ଶିବ ନାବଗ୍ରହ ମନ୍ଦିର, ବଙ୍ଗଳା ସାହିର ପ୍ରାଚୀନ କାଳୀ ମାତା ମନ୍ଦିର, ଲକ୍ଷ୍ମୀ ନାରାୟଣ ବିର୍ଲା ମନ୍ଦିର, ଭଗବାନ ବାଲ୍ମୀକି ମନ୍ଦିରର ମାଟି ଅଯୋଧ୍ୟାକୁ ପଠାଯାଇଛି।

ଏହା ବ୍ୟତୀତ ମେବାଡର ଖ୍ୟାତନାମା ମନ୍ଦିର, ଶ୍ରୀନଥଜୀ ମନ୍ଦିର, ଚାରଭୁଜା ମନ୍ଦିର, ଦ୍ୱାରକାଧୀଶ ମନ୍ଦିର, ପର୍ଶୁରାମ ମହାଦେବ ଫୁଟା ଦେବଲ, ହଳଦିଡିଘାଟୀ ର ମାଟି ଅଣାଯାଇଛି । ଏହି ଭଳି ଅନେକ ପବିତ୍ର ସ୍ଥାନରୁ ମାଟି ଓ ଜଳ ଅଣାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.