ETV Bharat / bharat

ନଦୀରେ ବୁଡି 2 ବାଳକ ମୃତ - boy drown in a river

2 ଜଣ ବାଳକଙ୍କୁ ଉଦ୍ଧାର କରିବା ପାଇଁ ରାଜସ୍ଥାନର ଜଣେ କଂଗ୍ରେସ ବିଧାୟକ ନଦୀ ମଧ୍ୟକୁ ପ୍ରବେଶ କରିଛନ୍ତି । ହେଲେ ଅତ୍ୟଧିକ ସମୟ ଧରି ପାଣିରେ ବୁଡି ରହିଥିବାରୁ ଉଭୟଙ୍କର ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Jul 29, 2019, 5:26 PM IST

ଜୟପୁର: ରାଜସ୍ଥାନର ସାଙ୍ଗାନେର ଅଞ୍ଚଳରେ ରବିବାର ଆସିଥିବା ଦ୍ରବ୍ୟବତା ନଦୀରେ ବୁଡିଯିବା ଫଳରେ 2 ଜଣ ବାଳକଙ୍କ ମୃତ୍ୟୁ ହୋଇଛି । ଉଭୟ ସୁବାଷ କୋଲନୀ ସାଙ୍ଗାନେରର 12 ବର୍ଷୀୟ ସମୀର ଓ 13 ବର୍ଷୀୟ ସାହିଦ । ତେବେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏ ଅଘଟଣା ଘଟିଛି ।

ସୂଚନାମୁତାବକ, ବାଳକ 2 ଜଣ ଭାସି ଯିବାର ଖବରପାଇ ଉଭୟଙ୍କୁ ଖୋଜିବା ପାଇଁ କିଶନପୋଲର କଂଗ୍ରେସ ବିଧାୟକ ଅମିନ କାଗଜୀ ଓ ଥାନା ଇନଚାର୍ଜ ଲାଖନ ଖଟାନା ନିଜ ଜୀବନକୁ ବାଜି ଲଗାଇ ନଦୀ ମଧ୍ୟକୁ ପ୍ରବେଶ କରିଥିଲେ। ଦୀର୍ଘ ସମୟ ଧରି ଖୋଜିଥିଲେ ମଧ୍ୟ ସହଜ଼ରେ ସେମାନଙ୍କର ପତ୍ତା ମିଳିବା ସମ୍ଭବପର ହୋଇନଥିଲା । ଏହାପରେ ଉଭୟ ବାଳକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଥିଲା ।

Congress MLA
ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଉଦ୍ଧାର ହେବାପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ ଏହାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତେବେ ଜଣେ ବିଧାୟକଙ୍କର ଏପରି ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.