ଭୋପାଳ: ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ଡାକ୍ତରଙ୍କ ସଫଳ ଅସ୍ତ୍ରୋପଚାର । ଜଣେ 14 ବର୍ଷୀୟା ନାବାଳିକା ପେଟରୁ ପ୍ରାୟ ଅଢେଇ କିଲୋଗ୍ରାମ ଓଜନର ଚୁଟି ବାହାର କରିଛନ୍ତି ଡାକ୍ତର । ଦୀର୍ଘ 6 ମାସ ଧରି ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲା ସମ୍ପୃକ୍ତ ନାବାଳିକା ।
ଅପରେସନ କରୁଥିବା ଡାକ୍ତରଙ୍କ କହିବା ଅନୁସାରେ, ପିଲାଟିର କେଶ ଖାଇବାର ଅଭ୍ୟାସ ଥିଲା । ହେଲେ ଏ ବିଷୟରେ ନାବାଳିକାର ପରିବାର ଲୋକଙ୍କୁ ଜଣାନଥିଲା । ଗୋଟିଏ ସପ୍ତାହ ପୂର୍ବରୁ ପେଟ ଯନ୍ତ୍ରଣା ହେଉଥିବା ନେଇ ଜଣାଇଥିଲା ସେ । ଏହାପରେ ଡାକ୍ତରୀ ଦଳ ବିଭିନ୍ନ ପରୀକ୍ଷା କରିବା ପରେ ଜାଣିବାକୁ ପାଇଥିଲେ ପେଟରେ କିଛି କେଶ ରହିଛି ।
ଏହାପରେ ତାର ଅପରେସନ ଆରମ୍ଭ ହୋଇଥିଲା । ଏହି ଅସ୍ତ୍ରୋପଚାର ପାଇଁ ପାଖାପାଖି 2 ଘଣ୍ଟା ସମୟ ଲାଗିଥିବା ବେଳେ ସମସ୍ତ କେଶ ପାଚନ କ୍ରିୟାରେ ଅଟକି ରହିଥିଲା। ଯେଉଁଥି ପାଇଁ ପିଲାଟିର ଯନ୍ତ୍ରଣା ଅନୁଭବ କରୁଥିଲା ବୋଲି କହିଛନ୍ତି ଡାକ୍ତର ।