ହାଇଦ୍ରାବାଦ: ସୋସିଆଲ ନେଟୱର୍କିଙ୍ଗ ସାଇଟରେ ରାଜନୈତିକ ବିଜ୍ଞାପନ ସମ୍ପୂର୍ଣ୍ଣ ଭାବରେ ବ୍ୟାନ କରାଯିବ । ଟ୍ବିଟର ମାଧ୍ୟମରେ ରାଜନୈତିକ ପ୍ରଚାର ଓ ପ୍ରସାର କରୁଥିବା ନେତାମାନଙ୍କ ପାଇଁ ଖରାପ ଖବର । ଟ୍ବିଟର ଏବେ ରାଜନୈତିକ ବିଜ୍ଞାପନକୁ ବ୍ୟାନ କରିବାପାଇଁ ଯାଉଛି ।
ଟ୍ବିଟର ସିଇଓ ଜ୍ୟାକ ଡର୍ସି କହିଛନ୍ତି ଟ୍ବିଟରରେ ରାଜନୈତିକ ବିଜ୍ଞାପନ ମାଧ୍ୟମରେ ବିଦ୍ବେଷ ସୃଷ୍ଟିକାରୀ ଭିଡିଓ ଓ ଭ୍ରମାତ୍ମକ ବିଷୟ ବହୁ ପରିମାଣରେ ବୃଦ୍ଧି ପାଉଛି । ଏହି ବିଜ୍ଞାପନ ବ୍ୟବସାୟ ପାଇଁ ଉଚିତ କିନ୍ତୁ ରାଜନୈତିକ ବିଜ୍ଞାପନ ପାଇଁ ବହୁତ ଅସୁବିଧା ହେଉଛି । ତେଣୁ ଟ୍ବିଟର ତରଫରୁ କୁହାଯାଇଛି 22 ନଭେମ୍ବରରୁ ରାଜନୈତିକ ପ୍ରଚାର ପ୍ରସାର ବ୍ୟାନ କରାଯିବ । ବର୍ତ୍ତମାନ ଟ୍ବିଟର ତରଫରୁ କିଛି କୁହାଯାଇନାହିଁ କିନ୍ତୁ ଆସନ୍ତା 15 ତାରିଖରେ ଟ୍ବିଟର ତରଫରୁ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବ ।
ଟ୍ବିଟରରେ ଏହି ଫଇସଲା ବାବଦରେ ବିଭିନ୍ନ ରାଜନୈତିକ ଦଳ ଓ ନେତା ଆପତ୍ତି ଉଠାଇଛନ୍ତି । ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ମ୍ୟାନେଜର ବ୍ରେଡ ପାସ୍କଲ ଟ୍ବିଟରର ଏହି ଫଇସଲା ଉପରେ ପ୍ରଶ୍ମ ଉଠାଇଛନ୍ତି । ସେ କଞ୍ଜରଭେଟିଭ ପାର୍ଟିକୁ ଚୁପ କରିବା ପାଇଁ ଚାଲ ବୋଲି କହିଛନ୍ତି । ଅନ୍ୟପଟେ ଟ୍ରମ୍ଫଙ୍କ ଘୋରବିରୋଧୀ ବାଇଡନଙ୍କ ପ୍ରବକ୍ତା ବିଲ ରୁଷୋ ଟ୍ବିଟରର ଫଇସଲାକୁ ସ୍ବାଗତ କରିଛନ୍ତି ଓ ଏହା ଦ୍ବାରା ଗଣତନ୍ତ୍ର ଅଧିକ ମଜବୁତ ହେବ ବୋଲି କହିଛନ୍ତି ।