ETV Bharat / bharat

ଟ୍ବିଟରେ ଡ୍ରଗ୍ସ ସେବନକୁ ନେଇ ଗର୍ବ କରନ୍ତି ଯୁବପିଢି - lifestyle news

ୟୁନିଭର୍ସିଟି ଅଫ ପେନ୍ନସିଲଭାନିଆ ସ୍କୁଲ ଅଫ ନର୍ସିଂ ପକ୍ଷରୁ ଏହି ରିସର୍ଚ୍ଚ ହୋଇଥିଲା । ଏଥିରେ 23ଟି ଡ୍ରଗ୍ସ ସମ୍ପର୍କୀୟ ଟ୍ବିଟକୁ ନେଇ ଏହି ଗବେଷଣା ହୋଇଥିଲା । ଅଧିକ ପଢନ୍ତୁ...

ଟ୍ବିଟରେ ଡ୍ରଗ୍ସ ସେବନକୁ ନେଇ ଗର୍ବ କରନ୍ତି ଯୁବପିଢି

author img

By

Published : May 2, 2020, 4:44 PM IST

ୱାଶିଂଟନ: ଟ୍ବିଟର ଯୁବପିଢିଙ୍କ ପାଇଁ ନିଜ ଚିନ୍ତାଧାରା ପ୍ରକାଶ କରିବାର ଏକ ମାଧ୍ୟମ । ଏଥିରେ ସେମାନେ ବିଭିନ୍ନ ବିଷୟ ଉପରେ ନିଜ ମତ ପ୍ରକାଶ କରିବା ସହ ଅନେକ ବିଷୟବସ୍ତୁକୁ ଟ୍ରୋଲ କରିଥାନ୍ତି । ତେବେ ଟ୍ବିଟ କରିବାବେଳେ ନିଜର ଡ୍ରଗ୍ସ ସେବନକୁ ନେଇ ସେମାନେ ବହୁତ ଗର୍ବ ଅନୁଭବ କରନ୍ତି ବୋଲି ନିକଟରେ ଏକ ରିସର୍ଚ୍ଚରୁ ଜଣାପଡିଛି ।

ୟୁନିଭର୍ସିଟି ଅଫ ପେନ୍ନସିଲଭାନିଆ ସ୍କୁଲ ଅଫ ନର୍ସିଂ ପକ୍ଷରୁ ଏହି ରିସର୍ଚ୍ଚ ହୋଇଥିଲା । ଏଥିରେ 23ଟି ଡ୍ରଗ୍ସ ସମ୍ପର୍କୀୟ ଟ୍ବିଟକୁ ନେଇ ଏହି ଗବେଷଣା ହୋଇଥିଲା । ଏଥିରେ ଦେଖାଯାଇଥିଲା ଯେ ଏହି ଟ୍ବିଟ କରିବାବେଳେ ନିଜ ଡ୍ରଗ୍ସ ସେବନ ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି ୟୁଜର୍ସ । ଏପରିକି ଟ୍ବିଟରେ ନେଗେଟିଭ କମ ଡ୍ରଗ୍ସର ପଜିଟିଭ ଦିଗକୁ ଅଧିକ ଦେଖାଇଥିଲେ । ଏହାର କଣ ଲାଭ ରହିଛି ସେମାନେ ଏହା ଦ୍ବାରା କଣ ଉପକାର ପାଇଛନ୍ତି ଏସବୁ ଲେଖିଥିଲେ । କିଛି ୟୁଜର୍ସ ଲେଖିଥିଲେ ଯେ ଏହା ସେମାନଙ୍କ ଜୀବନରେ ଅନେକ ବିଷାଦ କମ କରିଛି ।

ରିସର୍ଚ୍ଚରଙ୍କ କହିବା ଅନୁସାରେ ଏପରି ଟ୍ବିଟ ଅନ୍ୟକୁ ପ୍ରେରଣା ଦେବା ଭଲି ଲେଖାଯାଇଥିଲା । ଏଥିରେ ଡ୍ରଗ୍ସର କୌଣସି ଖରାପ ଗୁଣ ନଥିଲା । ବରଂ ଏହି ଟ୍ବିଟ ପଢିବା ପରେ ଅନ୍ୟ ଯୁବକମାନେ ଡ୍ରଗ୍ସ ସେବନ କରିବାକୁ ଇଚ୍ଛାପ୍ରକାଶ କରିବେ । କିଛି ୟୁଜର୍ସ ଏହା ବି ଲେଖିଥିଲେ ଯେ ଜୀବନରେ ଅବସାଦ ବେଳେ ଏହା ସେମାନଙ୍କ ସାଥୀ ଥିଲା । ଆଉ କିଛି ଲେଖିଥିଲେ ଯେ ଏହା ସେବନ ଦ୍ବାରା ସେମାନଙ୍କ ଲାଇଫରେ ଅନେକ ସମସ୍ୟା ଆସିଛି । ଦୁଃଖୀ ରହିବା ସହ ବ୍ରେକଅପର କାରଣ ହୋଇଛି । ସମସ୍ତ ଟ୍ବିଟରେ ଲେଖା ଏପରି ଥିଲା ଯେ ଥରେ ପଢିବା ପରେ ଏହା ଉପରେ ଆଗ୍ରହ ଆସିବା ସ୍ବାଭାବିକ ।

କୌଣସି ଟ୍ବିଟରେ ଏହାର ଭୟାବହତା ଲେଖାନଥିଲା । ଡ୍ରଗ୍ସ ସେବନର ନକାରାତ୍ମକ ଦିଗ ନଥିଲା । ଯାହା ବି ଲେଖାଥିଲା ଡ୍ରଗ୍ସ ସେବନକୁ ସମର୍ଥନ କରିବା ଭଳି ଲେଖା । ଏହାକୁ ନେଇ ୟୁଜର୍ସ ମଧ୍ୟ ଗର୍ବ ଅନୁଭବ କରିଥିଲେ । ଡ୍ରଗ୍ସ ଯେପରି ସେମାନଙ୍କ ଜୀବନର ଏକ ଅଭିନ୍ନ ଅଙ୍ଗ ସେପରି ଟ୍ବିଟ କରିଥିଲେ । ତେବେ ଆମେରିକାରେ ଏପରି ଟ୍ବିଟ ଅଧିକ ହେଉଥିବାବେଳେ ଯୁବପିଢି ପାଇଁ ଏହା ଏକ ସତର୍କବାଣୀ ବୋଲି ରିସର୍ଚ୍ଚମାନେ ସାବଧାନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.