ETV Bharat / bharat

ୟୁପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ପ୍ରିୟଙ୍କା: କାର୍ତ୍ତି ଚିଦାମ୍ବରମ - ୟୁପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ପ୍ରିୟଙ୍କା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ, ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି।

ୟୁପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ପ୍ରିୟଙ୍କା

author img

By

Published : Jul 2, 2020, 3:31 PM IST

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦିଲ୍ଲୀ ଲୋଧି ଇଷ୍ଟେଟ ବଙ୍ଗଳା ଖାଲି କରିବାକୁ କୁହାଯାଇଛି। ବର୍ତ୍ତମାନ କଂଗ୍ରେସ ଏହି ପ୍ରସଙ୍ଗରେ ଆକ୍ରମଣକାରୀ ପାଲଟିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ, ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି।

କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ୍ ଟ୍ବଟ୍ କରି ଲେଖିଛନ୍ତି ଯେ କଂଗ୍ରେସର ଜାତୀୟ ସ୍ତରକୁ ଫେରିବା ରାସ୍ତା ଉତ୍ତରପ୍ରଦେଶ ଦେଇଯିବ । ସେ କହିଛନ୍ତି, ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ଦରକାର । ଏବେଠାରୁ ତାଙ୍କୁ ଉତ୍ତରପ୍ରଦେଶ ଆସି ରହିବା ଜରୁରୀ ଓ ନେତୃତ୍ବ ନେବା ଆବଶ୍ୟକ ।

ବଙ୍ଗଳା ଫେରେଇଦେବାକୁ ନୋଟିସ ଆସିବା ପରେ ପ୍ରିୟଙ୍କା ଲକ୍ଷ୍ନୌରେ ରହିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତରପ୍ରଦେଶ ଦାୟିତ୍ବ ମଧ୍ୟ ଦେଇଛନ୍ତି । ଏପରିକି ପ୍ରିୟଙ୍କା ଲଗାତାର ସୋସିଆଲ ମିଡିଆ ମଧ୍ୟରେ ଉତ୍ତରପ୍ରଦେଶର ମୁଦ୍ଦା ଉଠାଇ ଥାଆନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.