ହାଇଦ୍ରାବାଦ: ଡିସେମ୍ବର 1ରେ ଟିଏସଆରଟିସି କର୍ମଚାରୀଙ୍କ ସହ ବୈଠକ କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଏନେଇ ସେ ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ରାଓଙ୍କ ଅନୁରୋଧ କ୍ରମେ ତେଲେଙ୍ଗାନା ରାଜ୍ୟ ସଡକ ପରିବହନ ନିଗମ(ଟିଏସଆରଟିସି)ର କର୍ମଚାରୀ ଗତ ଶୁକ୍ରବାର ଠାରୁ କାମରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଟିଏସଆରଟିସିର ଅନିଶ୍ଚଚିତ ଆର୍ଥିକ ସ୍ଥିତିର ସୁଧାର ପାଇଁ ବିଭିନ୍ନ ଉପାୟ ବାବଦରେ ଚିନ୍ତା କରିଛନ୍ତି । ଏନେଇ ସେ ରବିବାର ଟିଏସଆରଟିସି କର୍ମଚାରୀଙ୍କ ସହ ଏକ ବୈଠକ କରି ସମସ୍ତ ସମସ୍ୟା ଉପରେ ଆଲୋଚନା କରିବେ ବୋଲି ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।
ଏହି ବିଜ୍ଞପ୍ତିରେ ପ୍ରତ୍ୟେକ ବସ ଡିପୋରୁ 5 ଜଣ ସଦସ୍ୟ ଏହି ବୈଠକରେ ଯୋଗ ଦେବାକୁ କୁହାଯାଇଛି। ସେହି ସଦସ୍ୟଙ୍କ ମଧ୍ୟରେ 2 ମହିଳା ସାମିଲ ରହିବା ନେଇ ଜଣାଇ ଦିଆଯାଇଛି।