ETV Bharat / bharat

ଟ୍ରମ୍ପଙ୍କ ଭାରତ ଗସ୍ତ - trump in india

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବରେ ଭାରତକୁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ଗସ୍ତ ଲାଗି ଆଉ ଦଶ ଦିନ ବାକି ରହିଥିବା ବେଳେ ଉଭୟ ପକ୍ଷ କେତେକ ବୃହତ୍‌ ଘୋଷଣାନାମା ସକାଶେ ଏବଂ କିଛି ମାସ ହେଲା ଅଟକି ରହିଥିବା ସମ୍ଭାବ୍ୟ ଆଂଶିକ ବାଣିଜ୍ୟିକ ରାଜିନାମା ନିମନ୍ତେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।

Trump  visit  india
ଟ୍ରମ୍ପଙ୍କ ଭାରତ ଗସ୍ତ
author img

By

Published : Feb 16, 2020, 6:48 AM IST

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବରେ ଭାରତକୁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ଗସ୍ତ ଲାଗି ଆଉ ଦଶ ଦିନ ବାକି ରହିଥିବା ବେଳେ ଉଭୟ ପକ୍ଷ କେତେକ ବୃହତ୍‌ ଘୋଷଣାନାମା ସକାଶେ ଏବଂ କିଛି ମାସ ହେଲା ଅଟକି ରହିଥିବା ସମ୍ଭାବ୍ୟ ଆଂଶିକ ବାଣିଜ୍ୟିକ ରାଜିନାମା ନିମନ୍ତେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ହେଲେ, ବିଶ୍ବର ଏକ ଅଗ୍ରଣୀ ବିଶେଷଜ୍ଞ ସଂସ୍ଥା କାର୍ନେଜି ଇଣ୍ଡିଆର ନିର୍ଦ୍ଦେଶକ ରୁଦ୍ର ଚୌଧରୀଙ୍କ କହିବା ଅନୁସାରେ, ଦୁଇ ଦେଶ ମଧ୍ୟରେ ସଂପର୍କର ପରିଭାଷା ନିର୍ଣ୍ଣୟ କରିବାରେ ବାଣିଜ୍ୟକୁ ଏକ ମୌଳିକ ଉପାଦାନ ରୂପେ ବିଚାର କରିବା ଉଚିତ ନୁହେଁ । ଜଣେ ବିଦ୍ବାନ୍‌, ଲେଖକ ଏବଂ ରଣନୀତି ବିଶେଷଜ୍ଞ ରୂପେ ସୁପରିଚିତ ଚୌଧରୀ, ମନେ କରନ୍ତି ଯେ ବାଣିଜ୍ୟ ଚୁକ୍ତି ସଂପାଦନର ସମ୍ଭାବନା ତଥାପି କମ୍‌ ଏବଂ ବାଣିଜ୍ୟ ପ୍ରତିନିଧି ଲିଥିଜେରଙ୍କ କଠୋର ବୁଝାମଣା ନୀତିର ମୁକାବିଲା ଲାଗି ମୋଦିଙ୍କୁ ହୁଏତ ସ୍ବୟଂ ଟ୍ରମ୍ପ୍‌ଙ୍କୁ ଅନୁରୋଧ କରିବାକୁ ପଡ଼ିପାରେ । ଦ୍ବିପାକ୍ଷିକ ସଂପର୍କରେ ରହିଥିବା ସମସ୍ୟା, ଟ୍ରମ୍ପ୍‌ଙ୍କ ଗସ୍ତରୁ ସୁଫଳର ଆଶା, ରୁଷ ଓ ଇରାନ ସହ ଭାରତର ସଂପର୍କରେ ଉପୁଜିଥିବା ବିଷମ ସ୍ଥିତି, କାଶ୍ମୀର ସମସ୍ୟାର ମୁକାବିଲା, ସଂଶୋଧିତ ନାଗରିକତା ଆଇନ ଏବଂ ଜାତୀୟ ନାଗରିକ ରେଜିଷ୍ଟର ଏବଂ ଚୀନ୍‌ ତୁଳନାରେ ଭାରତର ପ୍ରଶାନ୍ତ ମହାସାଗରୀୟ ରଣକୌଶଳ ସଂପର୍କରେ ରୁଦ୍ର ଚୌଧରୀଙ୍କ ସହ ଆଲୋଚନା କରିଥିଲେ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମା ।

ଆଂଶିକ ଚୁକ୍ତିନାମାର ସମ୍ଭାବନା କମ୍‌, କିନ୍ତୁ ବାଣିଜ୍ୟ, ଭାରତ-ଯୁକ୍ତରାଷ୍ଟ୍ର ସଂପର୍କର ପରିଭାଷା ନିର୍ଣ୍ଣୟ କରେନାହିଁ – ବିଶେଷଜ୍ଞ

‘ପ୍ରତିରକ୍ଷା ହିଁ ସଂପର୍କର ବାସ୍ତବ ସକାରାତ୍ମକ ପ୍ରସଙ୍ଗ; ଆତଙ୍କବାଦକୁ ନେଇ ପାକିସ୍ତାନ ଉପରେ ଆମେରିକାର ଚାପ ଜାରି’

ପ୍ରଶ୍ନ- ଦିଲ୍ଲୀରୁ ୱାଂଶିଟନ୍‌ ଡିସି ଯାଏ ଆପଣ ବହୁତ ଆଲୋଚନା କରିଛନ୍ତି । ଟ୍ରମ୍ପଙ୍କ ଗସ୍ତରୁ କେଉଁ ମହତ୍ତ୍ବପୂର୍ଣ୍ଣ ଉପଲବ୍ଧି ହାସଲ ହେବ ବୋଲି ଆପଣ ମନେ କରନ୍ତି ? କ’ଣ ସବୁ ଆଶା କରାଯାଏ ?

ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ରାଷ୍ଟ୍ରପତିଙ୍କ ଭାରତକୁ ଯେ କୌଣସି ଗସ୍ତ ଏକ ଐତିହାସିକ ଘଟଣା । ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏଠାକୁ ଆସୁଛନ୍ତି, ଦୁଇ ଦିନ ଦିଲ୍ଲୀ ଓ ଅହମ୍ମଦାବାଦରେ ବିତାଇବେ ଏବଂ ସେଠାରେ ଏକ ବିରାଟ ସାର୍ବଜନୀନ କାର୍ଯ୍ୟକ୍ରମରେ ଭାଗ ନେବେ । ଏହି ଘଟଣା ହିଁ ଦୁଇ ଦେଶର ସାମଗ୍ରୀକ ସଂପର୍କ ଦିଗରେ ଉତ୍ସାହଜନକ । ଯେ କୌଣସି ସଂପର୍କ, ବିଶେଷତଃ ଭାରତ ଓ ଆମେରିକା ମଧ୍ୟରେ ସଂପର୍କ, କେଉଁଠି ନା କେଉଁଠି ରାଷ୍ଟ୍ର ମୁଖ୍ୟମାନଙ୍କ ସମ୍ମତି ଆବଶ୍ୟକ କରେ । ନିଜେ ଟ୍ରମ୍ପ୍ ଏଠାକୁ ଆସି ସେହି ସମ୍ମତି ପ୍ରଦାନ କରିବାକୁ ଯାଉଛନ୍ତି ଏବଂ ଭାରତ ଉପରେ ଧ୍ୟାନ ରଖିବା ପାଇଁ ଆମେରିକା ପକ୍ଷରେ ଏହା ପ୍ରକୃଷ୍ଟ ସମୟ ।

ପ୍ରଶ୍ନ- ଆଉ କିଛି ମାସ ଭିତରେ ଟ୍ରମ୍ପ୍‌ ନିର୍ବାଚନର ସମ୍ମୁଖୀନ ହେବେ । ଆପଣ କ’ଣ ଭାବୁଛନ୍ତି ଅନ୍ୟ ଅନେକ ରାଷ୍ଟ୍ରପତି, ଯେଉଁମାନେ ନିଜ କାର୍ଯ୍ୟକାଳ ଅବଧିର ଶେଷ କେଇଟା ମାସରେ ନିଷ୍କ୍ରିୟ ହୋଇଯାଆନ୍ତି, ସେମାନଙ୍କ ତୁଳନାରେ ବର୍ତ୍ତମାନ ସମୟରେ ଟ୍ରମ୍ପ୍‌ ବେଶ ଶକ୍ତିଶାଳୀ ମନେ ହେଉଛନ୍ତି ?

ସେ ଆପଣଙ୍କର ଚିରାଚରିତ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନୁହଁନ୍ତି । ଏବେ ସେ କ’ଣ ସବୁଠୁ ଶକ୍ତିଶାଳୀ ମନେ େହେଉଛନ୍ତି ? ଭଲ ପ୍ରତିଦ୍ବନ୍ଦ୍ବିତା ହେଲେ ହୁଏତ ଏହା ପ୍ରମାଣିତ ହେବ । ତାଙ୍କ ମହାଭିଯୋଗ ଶୁଣାଣିର ଠିକ୍‌ ପରେପରେ, ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ସେ ଭାରତ ଆସୁଛନ୍ତି । ଏହି ମହାଭିଯୋଗ ଭାରତର ଗଣମାଧ୍ୟମରେ ଏତେ ଅଧିକ ପ୍ରସାରିତ ହୋଇ ନଥିଲା । ମନେ ହେଉଥିଲା, ହୁଏତ ସିନେଟ୍‌ ତାଙ୍କୁ ନିର୍ବିଘ୍ନରେ ମୁକୁଳିବାର ବାଟ ଦେଖାଇବ ଏବଂ ତେଣୁ, ସବୁକିଛି ଠିକ୍‌ ହୋଇଯିବ । କିନ୍ତୁ କଥା ହେଉଛି, ସେ ଏମିତି ଜଣେ ରାଷ୍ଟ୍ରପତି, ଯାହାଙ୍କୁ ମହାଭିଯୋଗ ଶୁଣାଣିର ସାମନା କରିବାକୁ ପଡ଼ିଥିଲା ଏବଂ ଏହା ହିଁ ଅନ୍ତର୍ଜାତୀୟ ଇତିହାସରେ ଏକ ପ୍ରମୁଖ ଘଟଣା । ମହାଭିଯୋଗର ତୁରନ୍ତ ପରେ ପରେ, ସେଇ ଏକା ମାସରେ, ଭାରତ ଆସିବାକୁ ସେ ପସନ୍ଦ କରିବା ଘଟଣା ବେଶ୍‌ କୌତୁହଳଜନକ । ଏଥିରୁ ଏହା ହିଁ ବୁଝାପଡ଼େ ଯେ, ନିଜେ ଟ୍ରମ୍ପ୍‌ ଭାରତ ସହ ସଂପର୍କକୁ ଗୁରୁତ୍ବ ଦିଅନ୍ତି ଏବଂ ଅଧିକ ଗୁରୁତ୍ବପୂର୍ଣ୍ଣ କଥା ଯେ, ସେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପସନ୍ଦ କରନ୍ତି ।

ପ୍ରଶ୍ନ- କିନ୍ତୁ ଏମିତି କି ସେ ତ ମୋଦିଙ୍କ ନକଲ କରିବାକୁ ଉଦ୍ୟମ କରିଛନ୍ତି କିମ୍ବା ହାର୍ଲେସ୍‌ ସଂପର୍କରେ ଅତୀତରେ ଲଗାତାର ମନ୍ତବ୍ୟ ଦେଇଆସିଛନ୍ତି । ଏଭଳି ଅନେକ ମନ୍ତବ୍ୟ ନୂଆଦିଲ୍ଲୀକୁ ଅପ୍ରତିଭ କରିଛି । ଏହା କ’ଣ ଟ୍ରମ୍ପ୍‌ଙ୍କ ବ୍ୟକ୍ତିତ୍ବର ଏକ ଅଂଶ ଏବଂ ଭାରତ ଏସବୁକୁ ଅପ୍ରାସଙ୍ଗିକ ପ୍ରସଙ୍ଗ ବୋଲି କହି ଏଡ଼ାଇ ଯିବା ହିଁ ଭଲ ହେବ ?

ବାଣିଜ୍ୟ ବିଷୟ ଅପ୍ରାସଙ୍ଗିକ ନୁହେଁ । ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ରଣକୌଶଳ ଦୃଷ୍ଟିରୁ, ଏହି ସମ୍ବନ୍ଧର ବିଭିନ୍ନ ବୃହତ୍‌ ଦିଗ ପରିସରରେ ଗୁରୁତ୍ବକୁ ଅସ୍ବାଭାବିକ ଭାବେ ସ୍ଥାନ ଦେବା ପ୍ରତି ଆମେ ଯତ୍ନବାନ ହେବା ଦରକାର । ତେଣୁ ବାଣିଜ୍ୟ କ୍ଷେତ୍ରରେ ଦୁଇଟି କଥା ଅଛି । ଟ୍ରମ୍ପ୍‌ ଯେତେବେଳେ ରାଷ୍ଟ୍ରପତିଙ୍କ କାର୍ଯ୍ୟଭାର ନେଲେ, ଏହା କେବଳ ଆମେରିକାର ବ୍ୟବସ୍ଥା ପ୍ରତି ଏକ ଆଘାତ ସଦୃଶ ନଥିଲା ବରଂ ନିଶ୍ଚିତ ରୂପେ ଭାରତୀୟ ବ୍ୟବସ୍ଥା ପ୍ରତି ଏବଂ ଅବଶିଷ୍ଟ ବିଶ୍ବର ଅନ୍ୟ ରାଷ୍ଟ୍ର ପ୍ରତି ବି ଏହା ଏକ ଧକ୍କା ସଦୃଶ ଥିଲା । କିନ୍ତୁ କଥା ହେଉଛି, ସେ ପ୍ରଚାର ବେଳେ କରିଥିବା ଅନେକ ବାଣିଜ୍ୟିକ ପ୍ରତିଶ୍ରୃତି ପାଳନ କଲେ । ଯେଉଁ ସବୁ ଦେଶରେ ତାଙ୍କ ନୀତିକୁ ଆଗେଇ ନେବା ସହଜ ହେବ ବୋଲି ତାଙ୍କର ବିଶ୍ବାସ ଥିଲା, ସେସବୁ ଦେଶରେ ସେ ଏହା ଆରମ୍ଭ କଲେ ଏବଂ ଏହାର ପ୍ରଭାବ ଭାରତ ଉପରେ ପଡ଼ିଲା । ଆଲୁମିନିୟମ୍‌ ହେଉ, ଇସ୍ପାତ ହେଉ କି ଜିଏସ୍‌ପି (ସାଧାରଣ ପ୍ରାଥମିକତା ପଦ୍ଧତି), କୌଣସି ନା କୌଣସି ବାଟରେ ଏସବୁର ନକାରାତ୍ମକ ପ୍ରଭାବ ଭାରତ ଉପରେ ପଡ଼ିଲା । ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଏହି ଚାପ ଲାଗି ରହିଲା । କିନ୍ତୁ ବାଣିଜ୍ୟକୁ ଦୁଇ ଦେଶ ମଧ୍ୟରେ ସଂପର୍କର ପରିଭାଷା ନିର୍ଣ୍ଣୟ କରିବାରେ ମୁଖ୍ୟ ଉପାଦାନ ବୋଲି ଗ୍ରହଣ କରି ସେଥିରେ ଅଭିଭୂତ ହୋଇଯିବା କ୍ଷେତ୍ରରେ ଆମକୁ ଟିକେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଦେଖନ୍ତୁ, ଜଣେ ରାଷ୍ଟ୍ରପତି ଭାରତକୁ ଆସୁଛନ୍ତି । ଗତ ଅଠର ମାସ ହେଲା ଉଭୟ ପକ୍ଷ ଯେଉଁ ବାଣିଜ୍ୟ ରାଜିନାମାକୁ ଚୂଡ଼ାନ୍ତ କରିବା ପାଇଁ ଲାଗିଛନ୍ତି, ତାହା ଯେ ଚୂଡ଼ାନ୍ତ ରୂପ ନେଇପାରିବ, ଏ ସଂପର୍କରେ ହୁଏତ ସାମାନ୍ୟତମ ସମ୍ଭାବନା ନଥାଇ ପାରେ । ହୁଏତ ଟ୍ରମ୍ପ୍‌ଙ୍କର ଏଥିରେ ବିଶେଷ କିଛି କରିବାର ନାହିଁ । ତାଙ୍କ ତୁଳନାରେ ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜ୍ୟିକ ପ୍ରତିନିଧି ରବର୍ଟ ଲିଥିଜେର୍‌ଙ୍କର ଏଥିରେ ଗୁରୁ ଭୂମିକା ରହିଛି । ଏଭଳି ପ୍ରସଙ୍ଗରେ ସେ ଜଣେ ଅଜେୟ ପ୍ରତିଦ୍ବନ୍ଦ୍ବୀ ରୂପେ ନିଜକୁ ପ୍ରମାଣିତ କରିସାରିଛନ୍ତି

ପ୍ରଶ୍ନ- ବାଣିଜ୍ୟ କ୍ଷେତ୍ରରେ ୱାଶିଂଟନ୍‌ ଡିସି, ନିଜର ଭାଉ ବଢ଼ାଇ ଆସୁଛି । ଏଥିରେ ନିଜେ ଟ୍ରମ୍ପ ବି ସାମିଲ ଅଛନ୍ତି । ଇରାନ୍‌ରୁ ତୈଳ କିଣାକୁ କ୍ରମାଙ୍କିତ କରିବା ସକାଶେ ଆମେରିକାରୁ ତୈଳ ଓ ଗ୍ୟାସ୍‌ରୁ ଆରମ୍ଭ କରି ପ୍ରତିରକ୍ଷା ଉପକରଣ ପର୍ଯ୍ୟନ୍ତ କିଣୁଥିବା ନୂଆଦିଲ୍ଲୀ ଉପରେ ବାଣିଜ୍ୟିକ ନିଅଣ୍ଟକୁ ନିଶ୍ଚିତ ହ୍ରାସ କରିବା ସକାଶେ ଚାପ ପଡ଼ିଆସୁଛି । ଆଜିକାଲି ଦୁଇ ଦେଶ ମଧ୍ୟରେ ସଂପର୍କରେ ବାଣିଜ୍ୟର କେତେ ବଡ଼ ପ୍ରଭାବ ରହିଛି ? ଶିଳ୍ପ ଜଗତରେ ବୁଝାମଣା ଉପରେ କ’ଣ ସବୁ ସର୍ତ୍ତ ରହିଛି ?

ବାଣିଜ୍ୟ ଚୁକ୍ତିନାମାରେ ଲିଥିଜେର୍‌ଙ୍କର ବହୁତ କିଛି କରିବାର ଅଛି । ଜଣେ ବ୍ୟକ୍ତି ଭାବରେ ସେ ଗତ 30 ବର୍ଷ ହେଲା ଏ କ୍ଷେତ୍ରରେ ନିଜସ୍ବ ଦୃଷ୍ଟିକୋଣ ସ୍ଥାପନ କରିଛନ୍ତି । ବିଗତ 80 ଓ 90 ଦଶକରେ ସେମିକଣ୍ଡକ୍‌ଟର ଉପରେ କଟକଣା ଓଶୁଳ୍‌କ ଲାଗୁ ହୋଇଥିଲା । ଏବେ ଆଲୁମିନିୟମ୍‌, ଲୁହା, କୃଷି କିମ୍ବା ଅନ୍ୟ ଅନେକ ଉତ୍ପାଦରେ, ଯେଉଁଠି ଆମେରିକାକୁ ଲାଗୁଛି ଯେ ଏ କ୍ଷେତ୍ରରେ ସେ ସାଧାରଣ ନିଅଣ୍ଟିଆ ଅବସ୍ଥାରେ ରହିଛି, ସେ ସବୁ ପ୍ରସଙ୍ଗରେ କଟକଣା କିମ୍ବା ଶୁଳ୍‌କ ଲାଗୁ କରାଯାଉଛି । ଭାରତ ପକ୍ଷରୁ ମୋତେ ଲାଗୁଛି ଯେ, ଆମେ ଏହି ସଂପର୍କକୁ ଏକ ବୃହତ୍‌ ଦୃଷ୍ଟିକୋଣରୁ ବିଚାର କରୁଛୁ । ଉଦାହରଣ ସ୍ବରୂପ ଆପଣ ଯଦି ଏହି ସଂପର୍କକୁ ବାଣିଜ୍ୟ ଓ ରଣକୌଶଳରେ କିମ୍ବା ବାଣିଜ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ ବିଭାଜନ କରି ଦେଖନ୍ତି, ତେବେ ଭାରତ-ଆମେରିକା ସଂପର୍କ କ୍ଷେତ୍ରରେ ପ୍ରତିରକ୍ଷା ହିଁ ପ୍ରକୃଷ୍ଟ ପ୍ରସଙ୍ଗ ରୂପେ ଉଭା ହୋଇଛି । ସମସ୍ୟା ହେଉଛି ଯେ, ଯେତେବେଳେ ବି ଆମେ ଆମେରିକା-ଭାରତର ସଂପର୍କ ବିଷୟରେ କଥା ହେଉ ଆମେ ଏକ ବୃହଦାକାର ସାମରିକ ବୁଝାମଣା, ପରମାଣୁ ଚୁକ୍ତି ଭଳି ବଡ଼ ବଡ଼ ପ୍ରସଙ୍ଗ ଉପରେ ନଜର ରଖିଥାଉ । କୌଣସି ରୂପରେ ବା କୌଣସି ଆକାରରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତ ମଧ୍ୟରେ ଆଉ ଥରେ ପରମାଣୁ ଚୁକ୍ତିନାମା ହେବ ନାହିଁ । ତେଣୁ ଏଭଳି ଗସ୍ତର ଫଳାଫଳ ଉପରେ ଆମେ ଅଧିକ ଆଶା ରଖିବା ଠିକ୍‌ ନୁହେଁ । ବୃହତ୍‌ ରଣନୀତି ଉପରେ ପର୍ଯ୍ୟବେସିତ ସଂପର୍କର ମର୍ମ, ସମାନତା ଏବଂ ଆସ୍ଥା ବୃଦ୍ଧି ଏହି ଗସ୍ତର ବଡ଼ ଉଦ୍ଦେଶ୍ୟ । ପ୍ରତିରକ୍ଷା କ୍ଷେତ୍ରରେ ଆପଣ ହୁଏତ ଦେଖିଥିବେ ଯେ, ନୂଆ ଶବ୍ଦାବଳୀ ବେଶୀ ଶୁଭୁଛି । ଯେମିତି କି ଭାରତ ଓ ଆମେରିକା ମଧ୍ୟରେ ଆଧୁନିକ ଜ୍ଞାନକୌଶଳ

ବିନିମୟ, ସୁଗମ ଗବେଷଣା ଓ ଉନ୍ନୟନ କେନ୍ଦ୍ର ସ୍ଥାପନ ।

ପ୍ରଶ୍ନ- ମୂଳରୂପରେ LEMOA ଭଳି ସ୍ବାକ୍ଷରିତ ଚୁକ୍ତି କେତେଦୂର କାର୍ଯ୍ୟକାରୀ ହେବାକୁ ଯାଉଛି ?

ଏହା ଏକ ମନ୍ଥର ପ୍ରକ୍ରିୟା । ପ୍ରତିରକ୍ଷାରେ ସଂଗତି ସ୍ଥାପନର କଥା ଥାଏ । ଅତୀତରେ, 2005ରେ, ତତ୍‌କାଳୀନ ସରକାରଙ୍କ ଦ୍ବାରା ନିଆଯାଇଥିବା ଏକ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ, ପରେ ରଣକୌଶଳରେ ସହଭାଗିତାର ପରବର୍ତ୍ତୀ ପଦକ୍ଷେପର ରୂପ ନେଇଥିଲା । ଆଇନରେ, ନୀତି ଓ ମାନରେ ଏହା ସଂଗତିର କଥା । ଯାହା ଫଳରେ କି ଭାରତ ଓ ଆମେରିକା ଏକ ଶକ୍ତିଶାଳୀ ରଣନୀତି ଭିତ୍ତିକ ସଂପର୍କକୁ ପରଖି ପାରିବେ ଏବଂ ଅଗ୍ରଗତି କରିପାରିବେ । LEMOA (ଲଜିଷ୍ଟିକ୍‌ସ ଏକ୍‌ସଚେଞ୍ଜ ମେମୋରେଣ୍ଡମ୍‌ ଏଗ୍ରିମେଣ୍ଟ୍‌) ବିଷୟରେ କହିଲେ, ଅନେକ ପ୍ରଶ୍ନ ପଚାରିବାକୁ ବାକି ଅଛି । ଅନ୍ୟପକ୍ଷରେ ଏହି ସମ୍ବନ୍ଧରେ DTII ଉପରେ ଏକ ଅଭିଯାନକୁ ଆପଣ ଦେଖିଛନ୍ତି । DTII କ୍ଷେତ୍ରରେ ବହୁ ଅଗ୍ରଗତି ହୋଇଛି । ପ୍ରାମାଣିକ ପରିଚାଳନା ପ୍ରକ୍ରିୟାରେ ଏକ ମୌଳିକ ସାଧାରଣ ବୁଝାମଣାରେ ଉଭୟ ପକ୍ଷ ଉପନୀତ ହୋଇଛନ୍ତି । ତେଣୁ, ପ୍ରତିରକ୍ଷା ଏକ ଧୀର ପ୍ରକ୍ରିୟା, କିନ୍ତୁ ଘନ ଅନ୍ଧାର ଭିତରେ ଆଲୋକର କିଛିଟା ରେଖା ଦିଶିବା ଆରମ୍ଭ ହୋଇଛି ।

ପ୍ରଶ୍ନ-ରୁଷ ପାଖରୁ ଏସ୍‌400 କିଣିବା ବିଷୟରୁ ଭାରତ ଉପରେ CAATSA କଟକଣାର ଛାଇ ପଡ଼ିବା ସମ୍ଭାବନା ରହିଛି କି? ଆଲୋଚନାରେ ଏହା ସ୍ଥାନ ପାଇବ କି ?

ପ୍ରଶ୍ନ- ରୁଷ୍‌ ହେଉ କି, ତୈଳ କି ଇରାନ୍‌, ଏସବୁ ପ୍ରସଙ୍ଗରେ ଭାରତ ସରକାର ସବୁବେଳେ ବୁଝାମଣା କରି ଚାଲିଥିବେ ।

ଭାରତ ପକ୍ଷରୁ କେହି ଏହାକୁ ସ୍ବୀକାର କରିନେଇଛନ୍ତି ବୋଲି ମୁଁ ଭାବୁନାହିଁ । ହେଲେ, ଏବେ ଆମେରିକା ସହ ଆଲୋଚନା କ୍ଷେତ୍ରରେ ଆମେ ଖୁବ୍‌ ପରିପକ୍ବତା ପ୍ରଦର୍ଶନ କରୁଛୁ ବୋଲି ମୁଁ ଭାବୁଛି । ଗୋଟିଏ ଦେଶ ଭାବରେ ଆମେ CAATSA (ପ୍ରତିବନ୍ଧ ଜରିଆରେ ଆମେରିକା ବିରୋଧୀଙ୍କ ମୁକାବିଲା) କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରିଛୁ । ଇରାନ୍‌ ଉପରେ ଲାଗିଥିବା ଏହି କଟକଣା ଯୋଗୁଁ ଅଶୋଧିତ ତୈଳ କ୍ଷେତ୍ରରେ ଆମକୁ ଧକ୍କା ଲାଗିଥିଲା । କିନ୍ତୁ ସେହି ସମୟରେ ଆମେ ଇରାନ୍‌, ରୁଷ୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସହ ସଂପର୍କ ବଜାୟ ରଖିବାରେ ସମର୍ଥ ହୋଇଥିଲୁ । ଏହା କେବଳ ସମସାମୟିକ ପ୍ରସଙ୍ଗ ପରିଚାଳନାରେ ଦକ୍ଷତା ନୁହେଁ, ବରଂ ଆମେରିକାର ଅପ୍ରତ୍ୟାଶିତ ଆଭିମୁଖ୍ୟର ମୁକାବିଲା କରିବାରେ, ଅତୀତରେ ବି ଆମେ ବେଶ୍‌ ଭଲ ପ୍ରଦର୍ଶନ କରିଛୁ । ଅବଶ୍ୟ, ଏବେକାର ସମୟରେ ଏହା ଅଧିକ ଅପ୍ରତ୍ୟାଶିତ ହୋଇଯାଇଛି । କିନ୍ତୁ ମୁଁ ଭାବୁଛି ଯେ, ଟ୍ରମ୍ପ୍‌ଙ୍କ ନିକଟରୁ ଯାହା ମିଳିପାରିବ ତାହାକୁ ପାଇବା ଏବଂ ଅନ୍ୟାନ୍ୟ ଜଟିଳ ପ୍ରସଙ୍ଗର ସମାଧାନ ପାଇଁ ଉଦ୍ୟମ ଅବ୍ୟାହତ ରଖିବା ହିଁ ଭାରତର ଆଭିମୁଖ୍ୟ ହେବ ।

ପ୍ରଶ୍ନ- ଆମେ ଦେଖିଲୁ ଯେ ଡୋକ୍‌ଲାମ ପ୍ରକରଣ ପରେ ଚୀନ୍‌ ଓ ରୁଷ ସହିତ ସଂପର୍କକୁ ଦିଲ୍ଲୀ ପୁଣି ସଜାଡ଼ି ନେଲା କାରଣ ଆମେରିକାର ଆଭିମୁଖ୍ୟ ଆଶାନୁରୂପ ନଥିଲା । ଆଫଗାନିସ୍ତାନରେ ଶାନ୍ତି କାର୍ଯ୍ୟକ୍ରମକୁ ଧ୍ୟାନରେ ରଖି ପାକିସ୍ତାନ ସହ ସୁସଂପର୍କ ରଖିବାକୁ ଟ୍ରମ୍ପ୍‌ ଚାହୁଁଥିବା ବେଳେ ଏହି ସ୍ଥିତି ଭାରତ ପାଇଁ ଜଟିଳତା ସୃଷ୍ଟି କରିବ କି ?

ମୁଁ ଭାବୁନି ଯେ, ଡୋକଲାମ କଥାରେ ଆମେରିକା ମୁଣ୍ଡ ପୂରାଉ ବୋଲି ଆମେ ଆଶା କରୁଥିଲୁ । ସେତେବେଳେ ଆମେରିକାର ପରରାଷ୍ଟ୍ର ବିଭାଗ ବା ହ୍ବାଇଟ୍‌ ହାଉସ୍‌ରୁ ଦିଆଯାଇଥିବା ବିବୃତିକୁ ଆପଣ ଯଦି ଦେଖିବେ, ତାହେଲେ ସେଗୁଡ଼ିକ ଭାରତ ବିରୋଧରେ ନଥିଲା ବୋଲି ଜାଣିପାରିବେ । 2017ରେ ଚୀନ୍‌ ସହ ଭାରତର ସଂପର୍କ ଖଣ୍ଡାଧାରରେ ଅଟକି ରହିଥିଲା । ଯେତେବେଳେ ଶହେରୁ ଅଧିକ ଭାରତୀୟ ସୈନିକ ଚାହିଁ ବସିଥିଲେ, 100ରୁ ଅଧିକ ପିଏଲ୍‌ଏ ସୈନିକ ବିବାଦୀୟ ଚୀନ-ଭୁଟାନ ଅଞ୍ଚଳରେ ରହିଥିଲେ, ସେତେବେଳେ ଆମେରିକାର ଅଯଥା ହସ୍ତକ୍ଷେପ ଦ୍ବାରା ଏହି ବିପତ୍ତିକୁ ଅଧିକ ଘନୀଭୂତ କରିବାକୁ ଆମେ ଚାହୁଁ ନଥିଲୁ । ମୁଁ ଭାବୁନି ଯେ ତାହା (ଡୋକଲାମ) ଭାରତ-ଆମେରିକା ସଂପର୍କକୁ କୌଣସି ଭାବରେ ପ୍ରଭାବିତ କରିଛି । ଦ୍ବିତୀୟରେ, ପାକିସ୍ତାନ କଥା ଉଠିଲେ କୁହାଯାଇପାରେ ଯେ, ଅନ୍ତର୍ଜାତୀୟ ନେତାମାନଙ୍କ ସହ ଟ୍ରମ୍ପ୍‌ ନିଜସ୍ବ ଉପାୟରେ ସଂପର୍କ ରଖନ୍ତି । ଇମ୍ରାନ ଖାନ୍‌ ୱାଂଶିଟନ୍‌ ଡିସି ଯାଇଥିବା ବେଳେ ମନେ ହେଉଥିଲା ସତେ ଯେମିତି ଦୁଇ ଜଣ ରକ୍‌ଷ୍ଟାର୍‌ ପରସ୍ପର ସହ ସମୟ କାଟିବାକୁ ଆସିଛନ୍ତି । ସେମାନେ ଜଣେ ଅନ୍ୟ ଜଣଙ୍କୁ ଭାବବିଭୋର କରୁଥିଲେ । କିନ୍ତୁ

ପାକିସ୍ତାନ ପ୍ରତି ରହିଥିବା ବୃହତ୍‌ ଢାଞ୍ଚାଗତ ବିରୋଧ ବଦଳିନାହିଁ । ଆତଙ୍କବାଦ ଉପରେ ଚାପ ରହିଛି । ଗତକାଲି ହିଁ FATF(ଫାଇନାନ୍‌ସିଆଲ ଆକ୍‌ସନ ଟାସ୍କ ଫୋର୍ସ) ଚାପରେ ରହିଥିବା ପାକିସ୍ତାନୀମାନେ ହାଫିଜ୍‌ ସୟିଦକୁ ହାଜତରେ ରଖିବେ ବୋଲି କହିଛନ୍ତି । ଏହା ଭଲ ଖବର ସତ, କିନ୍ତୁ ଆମେ ଏମିତି ଘଟଣା ଆଗରୁ ବି ଦେଖିଛୁ । ଆମେ ଏହି ସମୟସୀମା ବି ଆଗରୁ ଦେଖିଛୁ । ପ୍ରକୃତରେ କ’ଣ ଘଟୁଛି ଆମେ ତାହା ବି ଦେଖିବୁ । କିନ୍ତୁ ଇମ୍ରାନ ଖାନ୍‌ ୱାଂଶିଟନ୍‌ରେ ଭଲ କାମ କରୁଛନ୍ତି ବୋଲି ପାକିସ୍ତାନ ଉପରେ ଚାପ କମିଯିବ ନାହିଁ ।

ପ୍ରଶ୍ନ- କାଶ୍ମୀର ଉପରେ ଆମେରିକା କଂଗ୍ରେସରେ ଏକ ପ୍ରସ୍ତାବ ଆଗତ ହୋଇଛି, ଯାହାକୁ ଭଲ ସମର୍ଥନ ବି ମିଳିଛି । କାଶ୍ମୀର, ନାଗରିକତା ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ରେଜିଷ୍ଟର ସଂପର୍କରେ, ଟ୍ରମ୍ପ୍‌ଙ୍କ ପାଖଲୋକ ଲିଣ୍ଡ୍‌ସେ ଗ୍ରାହାମଙ୍କ ସମେତ ଚାରି ଜଣ ସିନେଟ୍‌ ସଦସ୍ୟ ପରରାଷ୍ଟ୍ର ସଚିବ ପମ୍ପିଓଙ୍କୁ ପତ୍ର ଲେଖିଛନ୍ତି । ଏହାର ‘ଆଭ୍ୟନ୍ତରୀଣ ମାମଲା’କୁ ନେଇ ନୂଆଦିଲ୍ଲୀ କ’ଣ କଂଗ୍ରେସକୁ ବୁଝାଇବାରେ ସଫଳ ହୋଇଛି ଏବଂ ଏହା ଟ୍ରମ୍ପଙ୍କ ଗସ୍ତ ସମୟରେ ଆଲୋଚିତ ହେବ କି ?

ଆମେରିକାରେ ଭାରତୀୟ ମିଶନ ଏବଂ ଆମର ଅମଲାତାନ୍ତ୍ରିକ କଳ ସବୁ ସମୟରେ ଆମେରିକା କଂଗ୍ରେସ ସହ ସଂପର୍କ ରଖିଆସିଛି । ସାମାଜିକ ଗଣମାଧ୍ୟମରେ ବାରମ୍ବାର ନଜରକୁ ଆସୁଥିବା ଅହେତୁକ ମନ୍ତବ୍ୟ ସତ୍ତ୍ବେ, ଭାରତୀୟ ଅଧିକାରୀ ଏବଂ ଆମେରିକା କଂଗ୍ରସ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ବ୍ୟାପକ ଓ ଫଳପ୍ରଦ ବାର୍ତ୍ତାଳାପ ହୋଇଆସୁଛି । ଠିକ୍‌ କଥା । ହେଲେ କେତେବେଳେ ଭାରତର ଆଭ୍ୟନ୍ତରୀଣ ଅଗ୍ରଗତିକୁ ନେଇ ତ ଆଉ କେତେବେଳେ ଏହାକୁ ଅଣଦେଖା କରି, ଆମେରିକା କଂଗ୍ରେସ ଭାରତର ବର୍ତ୍ତମାନ ସ୍ଥିତି ଉପରେ ପ୍ରଶ୍ନ ଉଠାଇବା ପାଇଁ ଏହା କ’ଣ ପ୍ରକୃଷ୍ଟ ସମୟ ? ହଁ । ଏହା କ’ଣ ଏକ ମୁଖ୍ୟ ପ୍ରସଙ୍ଗ ଭାବରେ ମୋଦି ଓ ଟ୍ରମ୍ପ୍‌ଙ୍କ ମଧ୍ୟରେ ଆଲୋଚିତ ହେବ ? ମୁଁ ଭାବୁଛି, ହେବ ନାହିଁ । ବିଦେଶ ମନ୍ତ୍ରାଳୟ ସ୍ତରରେ, ଅମଲାତନ୍ତ୍ର ପାଇଁ ଏହି ପ୍ରସଙ୍ଗକୁ ଛାଡ଼ି ଦିଆଯିବ । ହୁଏ ମୋଦିଙ୍କୁ ଏ ବିଷୟରେ ଟ୍ରମ୍ପ୍‌ କିଛି କହିପାରନ୍ତି । ଅନେକ ଦୃଷ୍ଟିରୁ ସେ ଅପ୍ରତ୍ୟାଶିତ ଏବଂ ଅଣ ପ୍ରଶିକ୍ଷିତ ମାନସିକତାର ବ୍ୟକ୍ତି । ଘରୋଇ ଭାବରେ, ଆମେରିକାରେ ଏହା ତାଙ୍କ ପାଇଁ କାମ ଦିଏ । ଯଦି ସେ ମୋଦିଙ୍କୁ କିଛି କହନ୍ତି, ତେବେ ମୁଁ ଭାବୁନି ଯେ ଏହା ଏକ ବିବାଦୀୟ ପ୍ରସଙ୍ଗ । ସେ ଏଠାକୁ କୌଣସି କାର୍ଯ୍ୟସୂଚୀ ନେଇ ଆସୁନାହାନ୍ତି । ଲିଣ୍ଡସେ ଗ୍ରାହାମ ଏବଂ ଅନ୍ୟ ତିନି ଜଣ ସିନେଟ ସଦସ୍ୟ ଲେଖିଥିବା ଏକ ଚିଠି, ଟ୍ରମ୍ପ ଓ ମୋଦିଙ୍କ ବାର୍ତ୍ତାଳାପର ମୂଳ ବିଷୟ ନିର୍ଦ୍ଧାରଣ କରିପାରିବ ନାହିଁ ।

ପ୍ରଶ୍ନ- ରଣନୀତି ଆଧାରିତ ଉପାଦାନକୁ ନେଇ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଥିବା ସଂପର୍କକୁ ବାଦ ଦେଇ, ଆମେ ଶୁଣିଛୁ ଯେ ଟ୍ରମ୍ପ୍‌ ବିଦେଶୀ ନାଗରିକଙ୍କ ଅବସ୍ଥାନ ନୀତିରେ ସଂସ୍କାର କଥା କହନ୍ତି ଏବଂ ଏଚ୍‌ୱାନ୍‌ବି ଭିସା ନେଇ ଭାରତ ଚିନ୍ତିତ । ଆଜି ଏହା କେଉଁ ସ୍ଥିତିରେ ରହିଛି ?

ଏହା ଏକ ବାସ୍ତବ ପ୍ରସଙ୍ଗ । ଏହା କେବଳ ପ୍ରବାସୀ ନାଗରିକ ନୀତି ପ୍ରତି ଟ୍ରମ୍ପ୍‌ଙ୍କ ଭାବାତ୍ମକ ସମାଲୋଚନା ନୁହେଁ । ଭାରତୀୟ କର୍ମଚାରୀଙ୍କୁ ବି ଏହା ଆଘାତ ଦେଇଛି । ଏଚ୍‌ୱାନ୍‌ବି ଦୃଶ୍ୟପଟ୍ଟରେ ଅପ୍ରତ୍ୟାଶିତ ନୀତି ଯୋଗୁଁ କେଉଁ ଲୋକମାନଙ୍କୁ ଶକ୍ତ ଆଘାତ ଲାଗିଛି ତାହା ବି ଆମେ ଜାଣୁ । ଭାରତୀୟ ପକ୍ଷ ଏହାକୁ ଗମ୍ଭୀରତାର ସହ ନେଇଛି । ତେବେ ମୁଁ ଭାବୁଛି ଯେ, ଏଭଳି କେତେକ ପ୍ରସଙ୍ଗ ଅଛି ଯାହା କି ଅତୀତର କୌଣସି ଏକ ପର୍ଯ୍ୟାୟରେ ବିବାଦୀୟ ହୋଇ ରହିଆସିଛି । ତାହାକୁ ବି ଅମଲାତାନ୍ତ୍ରିକ ସ୍ତର ଉପରେ ଛାଡ଼ି ଦିଆଯିବ । ଏହି ଗସ୍ତ ଦ୍ବାରା ଦୁଇ ଦେଶର ସଂପର୍କ ଦୃଢ଼ ହେବ । ମୁଁ ଆଶା କରୁଛି ଯେ ଭାରତୀୟ ପକ୍ଷ ଲିଥିଜେରଙ୍କ ନିକଟତର ହୋଇପାରିବେ, ଟ୍ରମ୍ପ୍‌ଙ୍କୁ ଆବେଦନ କରିବେ ଏବଂ ଉଭୟଙ୍କୁ ଭାରତ ଓ ଆମେରିକା ମଧ୍ୟରେ ହେବାକୁ ଥିବା ବାସ୍ତବିକ ଖୁବ୍‌ କ୍ଷୁଦ୍ର ଏକ ବାଣିଜ୍ୟ ଚୁକ୍ତିନାମା ସଂପର୍କରେ ସ୍ପଷ୍ଟ ଧାରଣା ଦେଇପାରିବେ ।

ପ୍ରଶ୍ନ- ଯୁକ୍ତରାଷ୍ଟ୍ର ଆମେରିକା ଦୃଷ୍ଟିକୋଣରୁ, ଭାରତର ସଂପୃକ୍ତି ସହିତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ କି ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ହୋଇଛି ?

ଏହା ଉଭୟଙ୍କ ପକ୍ଷରେ କାର୍ଯ୍ୟ କରୁଛି । ଏହା ହେଉଛି ଭାରତ ଓ ଆମେରିକା ପରସ୍ପରକୁ ସଂପୃକ୍ତ କରାଇବା ସଂପର୍କିତ କଥା । ଯୁକ୍ତରାଷ୍ଟ୍ର ଆମେରିକା ତାହା ଅଧିକରୁ ଅଧିକ ବୁଝିଛି । ଗତ କେଇ ବର୍ଷରେ ଭାରତୀୟ କୂଟନୀତି ସେହି ସ୍ଥାନରେ ହିଁ କାର୍ଯ୍ୟତଃ ଖୁବ୍‌ ସଫଳ ହୋଇଛି । ଆମେରିକାର ରଣନୀତି ମାନଚିତ୍ରରେ ଆଉ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ନାହିଁ । ଭାରତ ସଂପର୍କିତ ଏବଂ ଭାରତୀୟ ରଣନୀତି ମାନଚିତ୍ରରେ ହିଁ ଏହା ଭଲ ଭାବରେ ରହିଛି । ଏବେ ବି ଏହି ମାନଚିତ୍ର ସମ୍ବଳିତ ବାସ୍ତବ ସୀମାରେଖା ନିରୂପଣ କରିବାକୁ ଆମେ ଚେଷ୍ଟା କରୁଛୁ । ଏହା କ’ଣ କେବଳ ସେନାର ଅଭ୍ୟାସ, ନୀଳ ଅର୍ଥନୀତି, ନା ଅର୍ଥନୈତିକ ସଂଯୋଗ ଏବଂ ସଂହତି କିମ୍ବା ଚାରି ପାଞ୍ଚଟି ପ୍ରମୁଖ ସାମରିକ ଶକ୍ତି ପଛରେ ଆହୁରି ଶକ୍ତି ଏକତ୍ର କରି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଉପରେ କିଛିଟା ସ୍ବତନ୍ତ୍ର ପତିଆରା ଜାହିର କରିବା । ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ବାଦ୍‌ ଦେଲେ ଆପଣ କ୍ବାଡ୍‌ରେ ବି ଆହୁରି ଅଧିକ ଶକ୍ତି ଦେଖିଛନ୍ତି । ଆପଣ ପୂର୍ବରୁ ଚୀନ୍‌ ସଂପର୍କରେ ପ୍ରଶ୍ନ କରିଥିଲେ । ମୁଁ ମନେ କରୁଛି ଯେ, ଭାରତ ଚୀନ୍‌ ସହ ସାମରିକ ଏବଂ କାର୍ଯ୍ୟସଂପାଦନ ଭିତ୍ତିକ ଦ୍ବିପାକ୍ଷିକ ସଂପର୍କକୁ ସ୍ଥିର ଭାବରେ ବଜାୟ ରଖି ମିଳିମିଶି କାମ କରିବା ଉଚିତ । ରଣନୀତି ଭିତ୍ତିରେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଉପରେ କ୍ବାଡ୍‌କୁ ନେଇ ଚାପ ରହିଛି । କିନ୍ତୁ କୂଟନୀତିକୁ ଗତିଶୀଳ କରାଇବାକୁ ଏହା ଦ୍ବିପାକ୍ଷିକ, କେବଳ ଚାପ ହିଁ ଚତୁର୍ପାକ୍ଷିକ ।

ପ୍ରଶ୍ନ- କିନ୍ତୁ କ୍ବାଡ୍‌ରେ ଚୀନ୍‌କୁ ନିୟନ୍ତ୍ରିତ କରିବା ବା ବାଦ୍‌ ଦେବା କଥା ଉଠୁନାହିଁ ବୋଲି କୁହାଯାଉଛି ?

କିନ୍ତୁ ଏହା ତାହା ହିଁ କରେ ଏବଂ ଆମେ ତାହା ବୁଝିବା ଉଚିତ ।

ସ୍ମିତା ଶର୍ମା, ନୂଆଦିଲ୍ଲୀ

15 ଫେବୃଆରୀ, 2020

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.