ETV Bharat / bharat

ଏଚ-1 ବି ସମେତ ଅନ୍ୟ କେତେକ ଭିସାରେ ରୋକ ଲଗାଇପାରନ୍ତି ଟ୍ରମ୍ପ

author img

By

Published : Jun 21, 2020, 5:09 PM IST

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ-1 ବି ଏବଂ ଏଲ-1 ସମେତ ଅନ୍ୟାନ୍ୟ ଭିସା ଉପରେ ରୋକ ଲଗାଇବାର ଆଦେଶ ଉପରେ ଖୁବ ଶୀଘ୍ର ହସ୍ତାକ୍ଷର କରିପାରନ୍ତି ।

ଭିସା
ଭିସା

ୱାଶିଂଟନ: କୋରୋନା ଭାଇରସ ମହାମାରୀ ଯୋଗୁଁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ଏହି ମହାମାରୀ ଯୋଗୁଁ ସେଠାରେ ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇଛନ୍ତି । ତେବେ ଆମେରିକୀୟ ନାଗରିକଙ୍କ ଚାକିରୀ ରକ୍ଷା ପାଇଁ ଭାରତକୁ ବଡ ଝଟକା ଦେଇପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ଟ୍ରମ୍ପ ଏଚ-1 ବି ଏବଂ ଏଲ-1 ସମେତ ଅନ୍ୟାନ୍ୟ ଭିସା ଉପରେ ରୋକ ଲଗାଇବାର ଆଦେଶ ଉପରେ ଖୁବ ଶୀଘ୍ର ହସ୍ତାକ୍ଷର କରିପାରନ୍ତି । ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପଛରେ କୋରୋନା ଭାଇରସ ଯୋଗୁଁ ଉତ୍ପନ୍ନ ହୋଇଥିବା ବେରୋଜଗାରୀ ପ୍ରମୁଖ କାରଣ ବୋଲି କୁହାଯାଉଛି ।

ତେବେ ଏଚ-1 ବି ଭିସା ରଦ୍ଦ ହେବା ଦ୍ବାରା ଭାରତ ଅଧିକ ପ୍ରଭାବିତ ହେବ । କାରଣ ଏହା ଆମେରିକାର ଆଇଟି ସେକ୍ଟରରେ କାର୍ଯ୍ୟ କରୁଥିବା ପ୍ରଫେସନାଲଙ୍କ ଜୀବିକା ଉପରେ ପ୍ରଭାବ ପକାଇବ । ଏହି ଭିସା ଆମେରିକୀୟ କମ୍ପାନୀକୁ ବିଦେଶୀ କର୍ମଚାରୀଙ୍କ ନିଯୁକ୍ତି ପାଇଁ ସୁବିଧା ପ୍ରଦାନ କରେ । ତେବେ ବର୍ତ୍ତମାନର ଏହି ନିଷ୍ପତ୍ତି ପରେ ଯେଉଁମାନେ ଆମେରିକାରେ ପୂର୍ବରୁ ନିଯୁକ୍ତି ପାଇଛନ୍ତି ସେମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ ।

ଏଚ-1 ବି ଭିସା ବ୍ୟତୀତ ଏଚ-2 ବି ଏବଂ ଜେ-1 ଭିସା ଉପରେ ମଧ୍ୟ ରୋକ ଲଗାଇବାର ଯୋଜନା ଥିବା ଜଣାପଡିଛି । ଏଚ-2 ବି ଭିସା ହୋଟେଲ ଏବଂ ନିର୍ମାଣ କର୍ମଚାରୀଙ୍କ ପାଇଁ ପ୍ରଦାନ କରାଯାଇଥିବା ବେଳେ ଜେ-1 ଭିସା ରିସର୍ଚ ସ୍କୋଲାର ଏବଂ ପ୍ରଫେସରଙ୍କୁ ଦିଆଯାଇଥାଏ । ତେବେ ଏହି ନିଷ୍ପତ୍ତି ଦ୍ବାରା ଆମେରିକୀୟ ଶ୍ରମିକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ବୋଲି ଏଫଏଆଇଆରର ନିର୍ଦ୍ଦେଶକ ଆରଜେ ହାଉମ୍ୟାନ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.