ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ଟ୍ରମ୍ପଙ୍କ ଜନ୍ମଦିନ ଶୁଭେଚ୍ଛା, କହିଲେ ମୋଦି ଜଣେ ମହାନ ନେତା ଓ ବିଶ୍ବସ୍ତ ବନ୍ଧୁ - ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 70 ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ମୋଦିଙ୍କୁ ଜଣେ ମହାନ ନେତା ତଥା ବିଶ୍ୱସ୍ତ ବନ୍ଧୁ ଭାବରେ ପ୍ରଶଂସା କରିଥିଲେ ଟ୍ରମ୍ପ।

ପ୍ରଧାନମନ୍ତ୍ରୀଙ୍କୁ ଟ୍ରମ୍ପଙ୍କ ଜନ୍ମଦିନ ଶୁଭେଚ୍ଛା

author img

By

Published : Sep 18, 2020, 9:00 AM IST

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 70 ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମୋଦିଙ୍କୁ ଜଣେ ମହାନ ନେତା ଓ ବିଶ୍ୱସ୍ତ ବନ୍ଧୁ ଭାବରେ ପ୍ରଶଂସା କରିଛନ୍ତି ଟ୍ରମ୍ପ।

ସେପ୍ଟେମ୍ବର 17 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 70 ବର୍ଷରେ ପଦାପର୍ଣ କରିଛନ୍ତି । ଏହି ଅବସରରେ ଟ୍ରମ୍ପ ଟ୍ବିଟ କରି ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ଏବଂ ପ୍ରଥମ ଲେଡି ମେଲାନିଆ ଟ୍ରମ୍ପଙ୍କ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

ଚଳିତ ବର୍ଷ ଫେବୃଆରୀରେ ଅହମ୍ମଦାବାଦର ମୋଟେରା କ୍ରିକେଟ୍ ଷ୍ଟାଡିୟମରେ ତାଙ୍କର ପ୍ରଥମ ଭାରତ ଗସ୍ତରେ ଆମେରିକାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ 125,000 ଲୋକଙ୍କ ସମାଗମ ହୋଇଥିଲେ। ଦୁଇ ନେତାଙ୍କ ମଧ୍ୟରେ ସେବେ ଠାରୁ ବନ୍ଧୁତ୍ବ ବଢିଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଏକ ନୂତନ ଇତିହାସ ସୃଷ୍ଟି ହୋଇଥିବା ନେଇ କହିଥିଲେ ।

ମହାମାରୀର ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋର କୁଇନ୍ ଯୋଗାଉଥିଲା ଏବଂ ଟ୍ରମ୍ପ ଭାରତକୁ ଭେଣ୍ଟିଲେଟର ନିର୍ଦ୍ଦେଶ ଦେଇଥିଲେ। ଟିକା ଏବଂ ଥେରାପିଟିସର ବିକାଶରେ ମଧ୍ୟ ଦୁଇ ଦେଶ ଉଭୟଙ୍କୁ ସହଯୋଗ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.