ETV Bharat / bharat

ଟ୍ରମ୍ପଙ୍କ ଭାରତ ଗସ୍ତ: ଜାଣନ୍ତୁ ‘ଏୟାର ଫୋର୍ସ ୱାନ’ ଏବଂ 'ବିଷ୍ଟ୍‌'ର ବିଶେଷତ୍ବ

author img

By

Published : Feb 23, 2020, 11:57 AM IST

ବାୟୁସେନାର ସ୍ବତନ୍ତ୍ର ବିମାନ ‘ଏୟାର ଫୋର୍ସ ୱାନ’ ଯୋଗେ ଗୁଜୁରାଟ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାପରେ 7 ସିଟର ଯୁକ୍ତ ଲିମୋଜିନ କାର 'ବିଷ୍ଟ୍‌' ରେ ବସି ଷ୍ଟାଡିୟମ ଯିବେ । ଜାଣନ୍ତୁ କ'ଣ ରହିଛି ଏହାର ବିଶେଷତ୍ବ..

Trump India Visit
ଟ୍ରମ୍ପ ଭାରତ ଗସ୍ତ

ହାଇଦ୍ରାବାଦ: ଧର୍ମପତ୍ନୀଙ୍କ ସହ ଫେବୃଆରୀ 24 ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ବାୟୁସେନାର ସ୍ବତନ୍ତ୍ର ବିମାନ ‘ଏୟାର ଫୋର୍ସ ୱାନ’ ଯୋଗେ ଗୁଜୁରାଟ ପହଞ୍ଚିବେ । ଏହାପରେ 7 ସିଟର ଯୁକ୍ତ ଲିମୋଜିନ କାର 'ବିଷ୍ଟ୍‌' ରେ ବସି ଷ୍ଟାଡିୟମ ଯିବେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 1.5 ମିଲିୟନ ଡଲାର ।

ଆମେରିକାର ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ପାଇଁ ବ୍ୟବହାର କରାଯାଉଥିବା ‘ଏୟାର ଫୋର୍ସ ୱାନ’ ବିଶ୍ବର ଶକ୍ତିଶାଳୀ ବିମାନ ମଧ୍ୟରେ ଅନ୍ୟତମ ଅଟେ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ବିମାନର ବିଶେଷତ୍ବ..

ଟ୍ରମ୍ପଙ୍କ ଭାରତ ଗସ୍ତ

ଏୟାର ଫୋର୍ସ ୱାନ-

ଆମେରିକା ଏୟାରଫୋର୍ସର ଯେଉଁ ବିମାନରେ ଆମେରିକା ରାଷ୍ଟ୍ରପତି ଯାତ୍ରା କରନ୍ତି ତାହାକୁ ‘ଏୟାରଫୋର୍ସ ୱାନ’ କୁହାଯାଏ । ରାଷ୍ଟ୍ରପତିଙ୍କ ଗୋଟିଏ ଆଦେଶରେ ଏହା ତାଙ୍କୁ ବିଶ୍ବର ଯେକୌଣସି ସ୍ଥାନରେ ନେଇ ପହଞ୍ଚାଇଦିଏ । ଆମେରିକା ପ୍ରେସିଡେନ୍ସି ଏବଂ ଆମେରିକା ସଂସ୍କୃତିର ସବୁଠାରୁ ଚିହ୍ନଟ ଯୋଗ୍ୟ ପ୍ରତୀକ ମଧ୍ୟରୁ ଏହା ଅନ୍ୟତମ । ଏହା ଯେଉଁଠାକୁ ବି ଉଡାଣ ଭରେ ତାର ଉପସ୍ଥିତି ସମ୍ବନ୍ଧରେ ସମସ୍ତେ ଜାଣି ପାରନ୍ତି ।

ବିଶଂ ଶତାବ୍ଦୀ ମଧ୍ୟ ଭାଗରେ ଏକ ନୂଆ ବ୍ୟବସ୍ଥା ଆରମ୍ଭ ହେଲା,ଯାହା ଅନୁସାରେ ଆମେରିକା ରାଷ୍ଟ୍ରପତିଙ୍କ ଯାତ୍ରା ସମୟରେ ସମସ୍ତ ସୁବିଧା ଉପଲବ୍ଧ ଥିବା ଏୟାରଫୋର୍ସ ବିମାନକୁ ଏୟାରଫୋର୍ସ ୱାନ କୁହାଗଲା । ରାଷ୍ଟ୍ରପତିଙ୍କ ପାଇଁ ବିକଶିତ ହୋଇଥିବା ଦୁଇଟି ବୋଇଂ ୭୪୭-୨୦୦ ସିରିଜର ଏହି ବିମାନରେ ସ୍ବତନ୍ତ୍ର ସାଙ୍କେତିକ କୋଡ ରହିଛି । ଯାହାର ଉଦ୍ଦେଶ୍ୟ କେବଳ ସୁରକ୍ଷା ଅଧିକାରୀ ଜାଣିଥାନ୍ତି ।

ବିମାନ ଆଗରେ ଆମେରିକାର ଜାତୀୟ ପତାକା ରହିଥିବାବେଳେ ବିମାନର ଉଭୟ ପାର୍ଶ୍ବରେ ‘ୟୁନାଇଟେଡ ଷ୍ଟେଟ ଅଫ ଆମେରିକା' ବୋଲି ଲେଖାଯାଇଛି । ଏହି ବିମାନ ୪୫ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡାଣ କରିପାରିବ। ଏୟାରଫୋର୍ସ ୱାନ ବିମାନ ମଧ୍ୟରେ ୪୦୦୦ ବର୍ଗଫୁଟର ସ୍ଥାନ ରହିଛି । ବିମାନ ଭିତରକୁ ୩ଟି ସ୍ତରରେ ବିଭକ୍ତ କରାଯାଇଛି। ଏହା ମଧ୍ୟରେ ରାଷ୍ଟ୍ରପତିଙ୍କ ପାଇଁ ସ୍ବତନ୍ତ୍ର ଭାବେ ଏକ ବଡ କୋଠରୀ ରହିଛି । ଯାହା ମଧ୍ୟରେ ଏକ ବଡ କାର୍ଯ୍ୟାଳୟ, ଏକ ସମ୍ମିଳନୀ କକ୍ଷ ଏବଂ ଶୌଚାଳୟ ରହିଛି । ସେହିଭଳି ମେଡିକାଲ, ଜରୁରୀ ଆବଶ୍ୟକ ସାମଗ୍ରୀ ଭଳି ଜରୁରୀ କାଳୀନ ବ୍ୟବସ୍ଥା ମଧ୍ୟ ରହିଛି । ଏତଦ ବ୍ୟତୀତ ବିମାନରେ 24 ଘଣ୍ଟିଆ ଏକ ଡାକ୍ତରୀ ଦଳ ପ୍ରସ୍ତୁତ ରହିଥାନ୍ତି ।

ବିମାନରେ ଏକ ବଡ ହ୍ବାଇଟ ହାଉସ ଭଳି କାର୍ଯ୍ୟାଳୟ ମଧ୍ୟ ଅଛି । ରାଷ୍ଟ୍ରପତିଙ୍କ ଗସ୍ତବେଳେ ଏହି କାର୍ଯ୍ୟାଳୟରେ ଆମେରିକାର ବୈଦେଶିକ ଅଧିକାରୀ, ପେଣ୍ଟାଗନ ସହ ଜଡିତ ସୁରକ୍ଷା ସଂସ୍ଥା ମୁଖ୍ୟ ମାନେ ଥାନ୍ତି । ଏହା ବାଦ ରାଷ୍ଟ୍ରପତିଙ୍କ ପରାମର୍ଶଦାତା, ଗୁଇନ୍ଦା ଅଧିକାରୀ ଓ ସାମ୍ବାଦିକ ମଧ୍ୟ ଏହି କାର୍ଯ୍ୟାଳୟରେ ନିଜ ନିଜ କାର୍ଯ୍ୟ କରିଥାନ୍ତି । ଏହି ବିମାନ ଉଡାଣ ଭରିବା ପରେ ଆକାଶରେ ମଧ୍ୟ ଜରୁରୀ ପଡିଲେ ଇନ୍ଧନ ଭରିପାରିବ । 40 ହଜାର ଫୁଟରୁ ଉର୍ଦ୍ଧ୍ବ ଉଚ୍ଚତା ପର୍ଯ୍ୟନ୍ତ ଉଡିପାରିବାରେ ସକ୍ଷମ ଏହି ବିମାନ । ବିମାନର ଯୋଗାଯୋଗ ବ୍ୟବସ୍ଥା ଅତି ଦକ୍ଷ । ବିମାନରେ ଥାଇ ମଧ୍ୟ ରାଷ୍ଟ୍ରପତି ଦେଶର ଯେକୌଣସି ବିଷୟରେ ଅବଗତ ହେବାପାଇଁ ଚାହିଁବେ ହୋଇପାରିବେ । ଯାତ୍ରା ସମୟରେ କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ରାଷ୍ଟ୍ରପତି ସେନା ଅଧିକାରୀଙ୍କୁ ଯେକୌଣସି ନିର୍ଦ୍ଦେଶ ଦେବାପାଇଁ ଚାହିଁବେ ଦେଇ ପାରିବେ ।

ଏହି ବିମାନରେ ଉନ୍ନତ ଧରଣର ଉପକରଣ ରହିଛି । ରାଷ୍ଟ୍ରପତିଙ୍କ ଯାତ୍ରା ସମୟରେ କୌଣସି ରାଷ୍ଟ୍ର ପକ୍ଷରୁ ମିସାଇଲ ଆକ୍ରମଣ ହେଲେ ଏହା ପୂର୍ବରୁ ଜାଣିପାରିବ । ଆବଶ୍ୟକ ସ୍ଥଳେ କଣ୍ଟ୍ରୋଲ ରୁମକୁ କମାଣ୍ଡ ପଠାଇବ । ନଚେତ ନିଜେ ମିସାଇଲକୁ ଅକାମି କରିପାରିବ । ଏୟାର ଫୋର୍ସ ୱାନ ଯେକୌଣସି ପରମାଣୁ ଆକ୍ରମଣକୁ ପ୍ରତିହତ କରିପାରିବ । କୌଣସି ଶତ୍ରୁ ଦେଶର ରାଡାର ଏହି ବିମାନକୁ କ୍ଷତି ପହଞ୍ଚାଇ ପାରିବ ନାହିଁ ।

ବିଷ୍ଟ୍‌-

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବତନ୍ତ୍ର କାର୍‌ 'ବିଷ୍ଟ୍‌' କୁ ବିଶ୍ବର ସବୁଠାରୁ ସୁରକ୍ଷିତ ଓ ଅତ୍ୟାଧୁନିକ କାର ବୋଲି କୁହାଯାଉଛି । ବିଷ୍ଟ ୨୦୧୮ରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସେବାରେ ସାମିଲ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ 1.5 ମିଲିୟନ ଡଲାର ରହିଛି । ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ କାର୍‌ କେଡିଲେକ ୱାନର ସ୍ଥାନ ନେଇଥିଲା ବିଷ୍ଟ । ରାଷ୍ଟ୍ରପତିଙ୍କୁ ସୁରକ୍ଷିତ ରଖିବା ପାଇଁ ଏଥିରେ ଅନେକ ପ୍ରକାର ପ୍ରତିରକ୍ଷା ସାମଗ୍ରୀ ରହିଛି । ସେଗୁଡିକ ମଧ୍ୟରେ ରହିଛି ପପ୍‌ ଏକ୍ସନ, ସଟ୍‌ ଗନ୍‌, ଲୁହବୁହା ଗ୍ୟାସ ଗ୍ରେନେଟ ଲଞ୍ଚର ଏବଂ ଅଗ୍ନିସମ ପ୍ରଣାଳୀ । ଏହି କାର ଉପରେ କ୍ଷେପଣାସ୍ତ୍ର ବା ବୋମା ମାଡ଼ କଲେ ମଧ୍ୟ ଏଥିରେ ବସିଥିବା ରାଷ୍ଟ୍ରପତି ସୁରକ୍ଷିତ ରହିପାରିବେ ।

ଏହି କାର୍‌ର ଟାୟର ମଧ୍ୟ ପଂକଚର ହୁଏନାହିଁ । କାର୍‌ଟି ଷ୍ଟିଲ, ଆଲୁମିନିୟମ, ଟାଇଟାନିୟମ ଏବଂ ସିରେମିକ ଧାତୁରେ ନିର୍ମିତ ହୋଇଛି । ଯାହା ଦ୍ବାରା ଏଥିରେ ବସିଥିବା ବ୍ୟକ୍ତିଙ୍କ ଉପରେ କୌଣସି ରସାୟନିକ ଆକ୍ରମଣର ପ୍ରଭାବ ପଡେନାହିଁ । ଏହା ବ୍ୟତୀତ ବିଷ୍ଟରେ ରାଷ୍ଟ୍ରପତିଙ୍କ ବ୍ଲଡ ଗ୍ରୁପର ରକ୍ତ, ପ୍ୟାନିକ ବଟନ, ଅମ୍ଲଜାନ ବ୍ୟବସ୍ଥା ଏବଂ ନାଇଟ ଭିଜନ କ୍ୟାମେରା ଭଳି ସାମଗ୍ରୀ ରହିଥାଏ ।

କାର୍‌ରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ କିଛି ସ୍ବତନ୍ତ୍ର ସୁବିଧା ରହିଛି । କାର୍‌ରେ ଟ୍ରମ୍ପଙ୍କ ସିଟ୍‌ ନିକଟରେ ଏକ ସ୍ୟାଟେଲାଇଟ ଫୋନ ରହିଥାଏ, ଯାହା ଉପରାଷ୍ଟ୍ରପତି ଏବଂ ପେଣ୍ଟାଗନ ସହ ଜଡିତ ଥାଏ । ଏହା ବ୍ୟତୀତ ଡ୍ରାଇଭର ଏବଂ ଯାତ୍ରୀଙ୍କ ମଧ୍ୟରେ ଏକ କାଚ ପରଦା ଥାଏ, ଯାହାର ନିୟନ୍ତ୍ରଣ ଟ୍ରମ୍ପ କରନ୍ତି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ବିଷ୍ଟର ଡ୍ରାଇଭରଙ୍କୁ ଆମେରିକା ସିକ୍ରେଟ ସର୍ଭିସ ଦ୍ବାରା ପ୍ରଶିକ୍ଷଣ ଦିଆଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.